19.1 C
Bhubaneswar
Friday, January 10, 2025
Homeଅପରାଧଇନଷ୍ଟାଗ୍ରାମରେ ବନ୍ଧୁତା ଆଉ ପରେ ଲୁଟି ନେଲେ ଟଙ୍କା

ଇନଷ୍ଟାଗ୍ରାମରେ ବନ୍ଧୁତା ଆଉ ପରେ ଲୁଟି ନେଲେ ଟଙ୍କା

ନୂଆଦିଲ୍ଳୀ: ଇନଷ୍ଟାଗ୍ରାମରେ ବନ୍ଧୁତା ପରେ ୩ ଲକ୍ଷ ଟଙ୍କା ଠକେଇ ଅଭିଯୋଗ ହୋଇଛି।ପ୍ରତିଦିନ ଏପରି ଅନେକ ମାମଲା ଆସୁଛି, ଯେଉଁଥିରେ ଠକମାନେ ସାଇବର ଠକେଇର ନୂଆ ନୂଆ ସୂତ୍ର ପ୍ରୟୋଗ କରି ଠକୁଛନ୍ତି। ଫରିଦାବାଦର କମଲ ନାମକ ଜଣେ ଯୁବକ ଏହାର ଶିକାର ହୋଇଛନ୍ତି । ଯୁବକ ଜଣକ ଠକାମିର ଶିକାର ହେବା ପରେ ଫରିଦାବାଦ ସାଇବର ପୁଲିସ ଷ୍ଟେସନରେ ଅଭିଯୋଗ ଆଣିଛନ୍ତି।ଅଭିଯୁକ୍ତ ଯୁବକ କମଲଙ୍କ କହିବାନୁସାରେ ତାଙ୍କର ଇନ୍‌ଷ୍ଟାଗ୍ରାମ୍‌ରେ ଜଣେ ଯୁବତୀଙ୍କ ସହ ପରିଚୟ ଆରମ୍ଭ ହୋଇଥିଲା। ସେ ଦୁହେଁ ପ୍ରଥମେ ଚାଟିଂ କରିବା ଆରମ୍ବ କରିଥିଲେ। ହେଲେ ବାସ୍ତବରେ ଯୁବକ କମଲ ଯାହା ସହ କଥା ହେଉଥିଲେ ସେ କୌଣସି ଝିଅ ନୁହେଁ, ବରଂ ଜଣେ ପୁଅ ଥିଲେ। ତାଙ୍କ କହିବା ମୁତାବକ ୭ ଦିନ କଥା ହେବା ପରେ ଝିଅ ବେଶଧାରୀ ପୁଅ ଜଣକ ତାଙ୍କୁ ସାକ୍ଷାତ କରିବାକୁ କହିଥିଲେ ଏବଂ ହଷ୍ଟେଲରେ ରୁହନ୍ତି ବୋଲି ମଧ୍ୟ କହିଥିଲେ। କମଲ ବି ତାଙ୍କ କଥାକୁ ପୂରା ବିଶ୍ବାସ କରି ଯାଇଥିଲେ। ଦିନେ କମଲଙ୍କ ନିକଟକୁ କଲ୍‌ ଆସିଲା ଓ ଝିଅ ବେଶଧାରୀ ପୁଅ ଜଣକ ତାଙ୍କୁ ଦେଖା କରିବାକୁ କହିଲେ। ସେ କହିଥିବା ସ୍ଥାନକୁ କମଲ ଯାଇଥିଲେ। ବହୁତ ସମୟ ଅପେକ୍ଷା ପରେ ମଧ୍ୟ ସେଠାକୁ କେହି ଆସିନଥିଲେ । ଏହାପରେ କମଲ ଫୋନ କରିବାରୁ କେହି ଫୋନ ଉଠାଇନଥିଲେ । ଏହା ପରେ କମଲ ନିଜ ଘରକୁ ଚାଲିଯାଇଥିଲେ , ଏହାପରେ ସେଦିନ ସନ୍ଧ୍ୟାରେ କମଲଙ୍କୁ ଜଣେ ଫୋନକରି କହିଥିଲେ ଯେ ସେ କଥା ହେଉଥିବା ଅଞ୍ଜଳି ଆଉ ନାହାନ୍ତି। ଏହାପରେ ତାଙ୍କ ନିକଟକୁ ଧମକପୂର୍ଣ୍ଣ କଲ୍‌ ଆସିବାରେ ଲାଗିଲା। ସେପଟରୁ ବ୍ଲାକ୍‌ମେଲ୍‌ ହେବାରୁ ଯୁବକ ଜଣକ ଥର ଥର କରି ୩ ଲକ୍ଷ ଟଙ୍କା ଭୟରେ ଦେଇ ଦେଇଥିବା କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking