28.1 C
Bhubaneswar
Tuesday, July 2, 2024
Homeଅପରାଧସାଙ୍ଗ ନେଲା ସାଙ୍ଗର ଜୀବନ !

ସାଙ୍ଗ ନେଲା ସାଙ୍ଗର ଜୀବନ !

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ପେଣ୍ଠ ବେଳାଭୂମିରେ ଅଘଟଣ। ସାଙ୍ଗର ପ୍ରାଇଭେଟ୍ ପାର୍ଟକୁ କାଟିଲା ସାଙ୍ଗ। ରକ୍ତାକ୍ତ ଅବସ୍ଥାରେ ବେଳାଭୂମିରେ ପଡିରହିଥିବା ଭାଗବତ ଦାସଙ୍କୁ ଗ୍ରାମବାସୀ ଉଦ୍ଧାର କରି ରାଜନଗର ମେଡିକାଲରେ ଭର୍ତ୍ତି କରିଥିଲେ। ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ କଟକ ବଡ଼ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ତେବେ ଏ ଘଟଣାର କାରଣ ଅସ୍ପଷ୍ଟ ରହିଛି । ସୂଚନା ମୁତାବକ, ଆଳି ଅଞ୍ଚଳର ଭାଗବତଙ୍କ ବନ୍ଧୁ ଅକ୍ଷୟ ରାଉତ ଆଜି ଦିନ ପ୍ରାୟ ୧୦ ଟା ସମୟରେ ଏକ ଅଟୋଯୋଗେ ଭାଗବତଙ୍କ ପାଖରେ ପହଞ୍ଚି ପେଣ୍ଠ ବେଳାଭୂମି ବୁଲି ଯିବାକୁ ଡ଼ାକିନେଇଥିଲେ।

ପେଣ୍ଠରେ ପହଂଚିବା ପରେ ଦୁଇ ଜଣ ସାଙ୍ଗ ହୋଇ ବୁଲାବୁଲି କରିବା ସହ ସାଙ୍ଗରେ ନେଇଥିବା ଖାଦ୍ୟ ଖାଇଥିଲେ। ଭାଗବତ ବିଶ୍ରାମ ନେଉଥିବା ସମୟରେ ଅକ୍ଷୟ ପୂର୍ବ ଯୋଜନା ମୁତାବକ ଭୁଜାଲି ସାହାଯ୍ଯରେ ଭାଗବତଙ୍କ ପ୍ରାଇଭେଟ୍ ପାର୍ଟକୁ ହାଣି ଫେରାର ହୋଇଯାଇଥିଲା। ରକ୍ତ ଜୁଡୁବୁଡୁ ଅବସ୍ଥା ଭାଗବତ ପଡିରହିଥିବାର ଦେଖି ଗାଁ ଲୋକେ ତାଙ୍କୁ ଉଦ୍ଧାର କରି ପ୍ରାଥମିକ ଚିକିତ୍ସା ପାଇଁ ରାଜନଗର ମେଡିକାଲରେ ଭର୍ତ୍ତି କରିଥିଲେ। ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking