27.1 C
Bhubaneswar
Sunday, September 8, 2024
Homeଓଡିଶାଗଣମାଧ୍ୟମର ସ୍ୱାଧୀନତାକୁ ଦଳି ମକଚି ହତ୍ୟା କରାଯାଉଛି: ପୃଥ୍ୱୀରାଜ

ଗଣମାଧ୍ୟମର ସ୍ୱାଧୀନତାକୁ ଦଳି ମକଚି ହତ୍ୟା କରାଯାଉଛି: ପୃଥ୍ୱୀରାଜ

ଭୁବନେଶ୍ୱର: ରାଜ୍ୟର ପ୍ରମୁଖ ଗଣମାଧ୍ୟମ ସଂସ୍ଥା ସମ୍ବାଦରେ ଇଓଡବ୍ଲୁ ଚଢାଉ ଘଟଣାକୁ ନେଇ ଚାରିଆଡ଼ୁ ନିନ୍ଦା କରାଯାଉଛି। ବିଜେପିର ବରିଷ୍ଠ ନେତା ପୃଥ୍ୱୀରାଜ ହରିଚନ୍ଦନ ମଧ୍ୟ ଏହି ଘଟଣାକୁ ନେଇ ସରକାରଙ୍କ ଉପରେ ବର୍ଷିଛନ୍ତି। ସେ କହିଛନ୍ତି କି ଗଣମାଧ୍ୟମର ସ୍ୱାଧୀନତାକୁ ଦଳି ମକଚି ହତ୍ୟା କରାଯାଉଛି।

ଏଭଳି ସ୍ଥିତିକୁ ସେ ଜରୁରୀକାଳୀନ ସ୍ଥିତି ବୋଲି କହିଛନ୍ତି। ସେ କହିଛନ୍ତି କି ଓଡ଼ିଶାରେ କଣ ଦ୍ୱିତୀୟ ଜରୁରୀ କାଳୀନ ପରିସ୍ଥିତି ବୋଲି କହିଛନ୍ତି। ଯେଉଁ ସରକାର ସମାଲୋଚନା ଶୁଣିବାକୁ ପ୍ରସ୍ତୁତ ନୁହେଁ, ଗଣତାନ୍ତ୍ରିକ ପଦ୍ଧତିରେ ସମାଲୋଚନାର ଉତ୍ତର ପ୍ରତିହିଂସା ଓ ପ୍ରତିଶୋଧରେ ଦିଅନ୍ତି ତାକୁ ହିଁ ଏକଛତ୍ରବାଦ କୁହାଯାଏ। ସମ୍ବାଦ ଖବରକାଗଜ ଉପରେ ପ୍ରତିହିଂସାପରାୟଣତା ବନ୍ଦ କରନ୍ତୁ। ନହେଲେ ଉତ୍ତର ଆନ୍ଦୋଳନରେ ଦିଆଯିବ ବୋଲି ସେ ତାଙ୍କ ସୋସିଆଲ ମିଡ଼ିଆରେ ଉଲ୍ଲେଖ କରିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking