25.1 C
Bhubaneswar
Friday, November 22, 2024
Homeଅପରାଧଚାକିରୀ ଦେବା ନାଁରେ ୩ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଠକେଇ

ଚାକିରୀ ଦେବା ନାଁରେ ୩ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଠକେଇ

ଭୁବନେଶ୍ୱର: ଚାକିରୀ ଦେବାକୁ କହି ଜଣେ ଛାତ୍ରଙ୍କଠାରୁ ୩ଲକ୍ଷ ୧୧ହଜାର ଟଙ୍କା ଠକେଇ ଅଭିଯୋଗ ହୋଇଛି । ଠକେଇର ଶିକାର ହୋଇଥିବା ଛାତ୍ର ଜଣକ ହେଲେ ପୁରୀ ଚନ୍ଦନପୁର ଥାନା ଅଞ୍ଚଳର ମିଲୁ ମହାପାତ୍ର । ସାଗର କୁମାର ବିଶୋୟୀ ନାମକ ଜଣେ ବ୍ୟକ୍ତି ଚାକିରୀ ଦେବାକୁ କହି ମିଲୁଙ୍କୁ ଠକିଛନ୍ତି । ଏନେଇ ମିଲୁ ସାଗରଙ୍କ ବିରୋଧରେ ଚନ୍ଦ୍ରଶେଖରପୁର ଥାନାରେ ଏତଲା ଦେଇଛନ୍ତି । ଅଭିଯୋଗକୁ ଭିତ୍ତି କରି ପୁଲିସ ତଦନ୍ତ ଚଳାଇଛି ।

ସୂଚନା ଅନୁଯାୟୀ, ସାଗର କୁମାର ବିଷୋୟୀଙ୍କ ଏକ ଫ୍ଲାଏ କୁଇକ୍ ଆଭିଏସନ୍ ପ୍ରାଇଭେଟ୍ ଲିମିଟେଡ କମ୍ପାନୀ ରହିଛି । ମିଲୁ ତାଙ୍କର ଜଣେ ବନ୍ଧୁଙ୍କ ଜରିଆରେ ସାଗରଙ୍କ ସହ ପରିଚିତ ହୋଇଥିଲେ । ଏହି ସମୟରେ ମିଲୁଙ୍କୁ ଭୁବନେଶ୍ୱର ବିମାନବନ୍ଦର ଓ ରେଲୱେରେ ଚାକିରୀ ଦେବାକୁ କହି ସାଗର ଟଙ୍କା ନେଇଥିଲେ । କିନ୍ତୁ କୌଣସି ଚାକିରୀ ନଦେଇ ବିଭିନ୍ନ ଆଳ ଦେଖାଇ ଠକି ଚାଲିଥିଲେ । ଟଙ୍କା ଫେରସ୍ତ କରିବାକୁ ମିଲୁ ବାରମ୍ବାର ଦୌଡ଼ିବା ପରେ ଜାଲ୍ ନିଯୁକ୍ତିପତ୍ର ଦେଇ ସାଗର ଆଉ ଧରାଛୁଆଁ ଦେଇନଥିଲେ । ଶେଷରେ ବାଧ୍ୟହୋଇ ମିଲୁ ଥାନାର ଦ୍ୱାରସ୍ଥ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking