ଭୁବନେଶ୍ୱର: ରାଜଧାନୀରେ ଏସ୍କଟ୍ ସର୍ଭିସ ନାମରେ ଠକେଇ ଅଭିଯୋଗରେ ସାଇବର ଥାନା ପୁଲିସ ଜଣେ ମହିଳାଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି । ଗିରଫ ଅଭିଯୁକ୍ତ ଜଣଙ୍କ ହେଲେ ପୁରି ଜିଲା ଗୋଡିଶା ଗଡାର ଗୀତାଞ୍ଜଳୀ ପରିଡା । ପୁଲିସ ସୂଚନାଅନୁଯାୟୀ, ଅଭିଯୋଗକାରୀ ଜଣକ ଗୁଗୁଲ ସାଇଟରେ ଭୁବନେଶ୍ୱର ସହର ମଧ୍ୟରେ ଥିବା ଏସ୍କର୍ଟ ସର୍ଭିସ ଠିକଣା ଖୋଜୁ ଥିବା ସମୟରେ ଯୋଗାଯୋଗ ନିମନ୍ତେ ସେଥିରୁ ଏକ ଫୋନ ନମ୍ବର ମିଳିଥିଲା । ଉକ୍ତ ନମ୍ବରରେ ଯୋଗାଯୋଗ କରିବାରୁ ତାଙ୍କୁ ମାଷ୍ଟରକ୍ୟାଣ୍ଟିନ ନିକଟସ୍ଥ ରିଚିହୋଟେଲ ନିକଟକୁ ଆସି ଦେଖା କରିବା ନିମନ୍ତେ ଅଭିଯୁକ୍ତ ଜଣକ କହିଥିଲେ ।
ଅଭିଯୋଗକାରୀ ତାଙ୍କୁ ଆସି ଦେଖାକରିବା ପରେ, ଅଭିଯୁକ୍ତ ଜଣକ ପ୍ରଥମେ ତାଙ୍କୁ ୧୫୦୦ଟଙ୍କା ମାଗିଥିଲେ, ଏବଂ ପରେ ସିକ୍ୟୁରିଟି ଚାର୍ଜ ବାବଦକୁ ଅଧିକ ଟଙ୍କା ଦାବୀ କରିଥିଲେ । ଅଭିଯୋଗକାରୀ ଜଣକ ଅଭିଯୁକ୍ତଙ୍କ ଦାବୀ ମୁତାବକ ପର୍ଯ୍ୟାୟ କ୍ରମେ ମୋଟ ୨୨,୫୦୦ଟଙ୍କା ଦେଇ ଠକାମୀର ଶିକାର ହୋଇଥିଲେ । ପୂର୍ବରୁ ମଧ୍ୟ ଏହିପରି ଉପାୟରେ ଭୁବନେଶ୍ୱର ଅଞ୍ଚଳର ମୋଟ ୮ଜଣ ବ୍ଯକ୍ତିଙ୍କୁ ଅଭିଯୁକ୍ତ ଜଣକ ଠକିଥିଲେ । ଘଟଣାର ଅଭିଯୋଗ ପରେ ସାଇବର ଥାନା ପୁଲିସ ତଦନ୍ତ କରି ମାମଲାରେ ସମ୍ପୃକ୍ତ ଥିବା ଅଭିଯୋଗରେ ପୂର୍ବରୁ ୫ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଥିବା ବେଳେ ୬୨,୫୦୦ ଟଙ୍କା, ୭୦ଟି ସିମ କାର୍ଡ, ଅନେକ ଗୁଡିଏ ବ୍ଯାଙ୍କ ପାସବୁକ ଜବତ କରିଥିଲେ ଏବଂ ୫ଲକ୍ଷ ଟଙ୍କାକୁ ଫ୍ରିଜ କରିଥିଲେ । ଏହି ମାମଲାର ଅଧିକ ତଦନ୍ତ ଚାଲିଥିବା ସମୟରେ ସାଇବର ଥାନା ପୁଲିସ, ମାମଲାରେ ସମ୍ପୃକ୍ତ ଥିବା ଅନ୍ଯଜଣେ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛନ୍ତି । ପଚରାଉଚରା ସମୟରେ ଅଭିଯୁକ୍ତ ଜଣକ ନିଜ ଦୋଷ ସ୍ୱୀକାର କରିଥିଲେ ।