ଭୁବନେଶ୍ୱର : ଜାନୁୟାରୀ ୧୫ ପରେ ମିଳିବ ସୁଭଦ୍ରାର ଚତୁର୍ଥ କିସ୍ତି । ପ୍ରଥମ କିସ୍ତିର ଚତୁର୍ଥ ପଯ୍ୟାୟ ଟଙ୍କା ଏନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ମାର୍ଚ୍ଚ ୩୦ରେ ଆବେଦନ କଲେ ବି ଏକାଥରେ ମିଳିବ ୨ଟି କିସ୍ତି । ଶେଷ ଯୋଗ୍ୟ ହିତାଧିକାରୀ ଆବେଦନ ନକଲା ଯାଏଁ ପଞ୍ଚିକରଣ କରିପାରିବେ । ପ୍ରଥମ କିସ୍ତି ମିଳିବାର ଶେଷ ତାରିଖ ମାର୍ଚ୍ଚ ୮ ତାରିଖ ଥିଲା । ମାର୍ଚ୍ଚ ୩୦ ପରେ ବି ଆବେଦନ କଲେ ବି ମିଳିବ ପ୍ରଥମ କିସ୍ତି ଟଙ୍କା ।