32.1 C
Bhubaneswar
Friday, October 18, 2024
Homeଦେଶ ବିଦେଶଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଜୋରିମନା

ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଜୋରିମନା

ନ୍ୟୁୟର୍କ : ଠକେଇ ମାମଲାରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ସିଭିଲ୍ କୋର୍ଟ କଡ଼ା କାର୍ୟ୍ୟାନୁଷ୍ଠାନ ନେଇଛନ୍ତି । ଅଦାଲତ ୩୫୫ ମିଲିୟନ ଡଲାରର ଜୋରିମନା ଲଗାଇଛନ୍ତି । ଏହି ତଣ୍ଡ ଟ୍ରମ୍ପ ଓ ଟ୍ରମ୍ପ ଅର୍ଗାନାଇଜେସନ ଉପରେ ଲାଗିଛି । ଏହା ସହିତ ଡୋନାଲ୍ଜ ଟ୍ରମ୍ପଙ୍କୁ କମ୍ପାନୀର ନିର୍ଦ୍ଦେଶ ରୂପେ କାମ କରିବା ଉପରେ ତିନି ବର୍ଷ ପାଇଁ ରୋକ୍ ଲଗାଯାଇଛି । ସାଧାରଣ ନାଗରିକଙ୍କୁ ଠକେଇ ମାମଲାରେ ସିଭିଲ୍ ଅଦାଲତ ୯୦ ପୃଷ୍ଠାରେ ନିଜ ରାୟକୁ ପ୍ରକାଶ କରିଛନ୍ତି । ଠକେଇ କେସରେ ବିଚାରପତି ଜଷ୍ଟିସ୍ ଅରଥୁର୍ ଏଙ୍ଗରୋନ୍ ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ରାୟ ଶୁଣାଇଛନ୍ତି । ଏହି ମାମଲାରେ ଲଗାତାର ଭାବେ ତିନି ମାସ ଟ୍ରାଏଲ୍ ଚାଲିଥିଲା । ସେହିପରି ଅଦାଲତ ତାଙ୍କ ପୁଅ ଡୋନାଲ୍ଡ ଟ୍ରମ୍ପ ଜୁନିୟର ଏବଂ ଏରିକ୍ ଟ୍ରମ୍ପଙ୍କୁ ମଧ୍ୟ ୪ ମିଲିୟନ ଡଲାର ଲେଖାଏଁ ଜୋରିମନା ଭରିକୁ ଆଦେଶ ଦେଇଛନ୍ତି । ଡୋନାଲ୍ଡ ଟ୍ରମ୍ପ ଏବଂ ତାଙ୍କ ପୁଅଙ୍କ ବିରୋଧରେ ବ୍ୟାଙ୍କ ଓ ବୀମା କମ୍ପାନୀ ସାଧାରଣ ଲୋକଙ୍କୁ ଧୋକା ଦେଇ ରିୟଲ୍ ଇଷ୍ଟେଟ୍ ସାମ୍ରାଜ୍ୟ ଛିଡ଼ା କରି ଅଭିଯୋଗ ହୋଇଛି । ଅଧିକ ଲାଭାଂଶ ପାଇଁ ନିଜ ସମ୍ପତ୍ତିକୁ ବଢ଼ାଇ ଚଢ଼ାଇ ରିପୋର୍ଟ ପ୍ରସ୍ତୁତ କରିଥିଲେ । ଏଭଳି ଅଭିଯୋଗକୁ ପ୍ରଥମେ ଟ୍ରମ୍ପ ଏବଂ ପୁଅ ଅସ୍ବୀକାର କରିଥିଲେ । ଏହି ମାମଲାରେ କୋର୍ଟ ଟ୍ରମ୍ପ ଏବଂ ତାଙ୍କ ପୁଅକୁ ଦୋଷୀ ସାବ୍ୟସ୍ତ କରି ଜୋରିମନା ଲାଗାଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking