ସମ୍ବଲପୁର : ନାବାଳିକାଙ୍କୁ ଦୁଷ୍କର୍ମ ଏବଂ ଜବରଦସ୍ତ ବିବାହ ଅଭିଯୋଗରେ ପୂର୍ବତନ ସରପଞ୍ଚ ଗିରଫ ହୋଇଛନ୍ତି । ନାକଟି ଦେଉଳ ଥାନା ସାହେବୀ ପଞ୍ଚାୟତ ପୂର୍ବତନ ସରପଞ୍ଚ ବିରଞ୍ଚି ବେହେରା ସ୍ତ୍ରୀଙ୍କ ଦେହ ଖରାପ ଥିବାରୁ ସମ୍ପର୍କୀୟ ଶାଳୀକୁ ସାହାଯ୍ୟ ପାଇଁ ଆଣିଥିଲେ ।
ଏହାପରେ ନାବାଳିକା ଶାଳୀକୁ ଦୁଷ୍କର୍ମ ଓ ଜୋର କରି ବିବାହ କରିଥିବା ଅଭିଯୋଗ ହୋଇଛି । ନିଜ ଘରେ କାମ କରାଇବା ସହ ବାହାରକୁ ନ ଛାଡ଼ିବା ଏବଂ ଫୋନ ନ ଦେବା ଅଭିଯୋଗ କରାଯାଇଛି । କୌଶଳକ୍ରମେ ନାବାଳିକା ଖସି ଯାଇ ଫେରାର ହୋଇଯାଇଥିଲେ । ପରିବାରର ଲୋକଙ୍କ ଏତଲା ପରେ ନାବାଳିକାକୁ ପୁଲିସ ଉଦ୍ଧାର ସହ ଅଭିଯୁକ୍ତକୁ ଗିରଫ କରିଛି ।
ପ୍ରେମିକାକୁ ବିବାହର ପ୍ରତିଶୃତ ଦେଇ ସମ୍ପର୍କ ରଖିଲେ ଆଉ ତାପରେ ହେଲା କିଛି ଏପରି ………