27.1 C
Bhubaneswar
Friday, November 8, 2024
Homeଦେଶ ବିଦେଶସମସ୍ତେ ଦେଶପାଇଁ ଧରିଲେଣି ଅସ୍ତ୍ର, ପୂର୍ବତନ ପ୍ରଧାନମନ୍ତ୍ରୀ, ଫେସନ ମଡେଲ୍, ଆକ୍ଟର ..

ସମସ୍ତେ ଦେଶପାଇଁ ଧରିଲେଣି ଅସ୍ତ୍ର, ପୂର୍ବତନ ପ୍ରଧାନମନ୍ତ୍ରୀ, ଫେସନ ମଡେଲ୍, ଆକ୍ଟର ..

ନୂଆଦିଲ୍ଲୀ: ଇସ୍ରାଏଲ ଚାରିପଟେ ଶତ୍ରୁଦେଶମାନେ ଘେରି ରହି ଅଛନ୍ତି । ପ୍ରାୟ ସବୁ ସମୟରେ ସେମାନେ କେଉଁ ନା କେଉଁ ପଟୁ ଆକ୍ରମଣର ଶିକାର ହୋଇଥାନ୍ତି । ଏପରି ସ୍ଥଳରେ ତାଙ୍କ ଦେଶରେ ସମସ୍ତଙ୍କ ପାଇଁ ମିଳିଟାରୀ ଟ୍ରେନିଂ ବାଧ୍ୟତାମୂଳକ ଅଟେ । ତାଙ୍କ ଦେଶ ଉପରେ ଯେତେବେଳେ ବିପଦ ଆସେ ସେତେବେଳେ ତାଙ୍କର ସମସ୍ତ ସକ୍ଷମ ନାଗରିକ ମାନେ ଅସ୍ତ୍ରଧରି ଯୁଦ୍ଧକ୍ଷେତ୍ରକୁ ବାହାରି ଆସନ୍ତି । ସେମାନଙ୍କୁ ରିଜର୍ଭ ସୈନିକ କୁହାଯାଏ । ଦେଖିବାକୁ ଗଲେ ସେମାନଙ୍କର ସମସ୍ତ ନାଗରିକଙ୍କୁ ରିଜର୍ଭ ସୈନିକ ହିସାବରେ ଗଣାଯାଏ । ସେତେବେଳେ ସେମାନେ ନିଜର ଲିଙ୍ଗ, ବୟସ ସାମାଜିକ ପ୍ରତିପତି ଏସବୁ କିଛି ଦେଖନ୍ତି ନାହିଁ । ଦେଶକୁ ରକ୍ଷା କରିବା ସେମାନଙ୍କର ଏକମାତ୍ର ଲକ୍ଷ୍ୟ ହେଇପଡ଼େ । ଇସ୍ରାଏଲ-ହମାସ ଯୁଦ୍ଧକୁ ଛ’ ଦିନ ପୁରି ସରିଲାଣି । ଇସ୍ରାଏଲର ସୈନିକ ମାନେ ବିଭିନ୍ନ ପ୍ରାନ୍ତରେ ଯୁଦ୍ଧକ୍ଷେତ୍ରରେ ମୃତୟନ ଅଛନ୍ତି । ଯୁଦ୍ଧରେ ଯୋଗ ଦେବା ପାଇଁ ଏବେ ସମସ୍ତେ ନିଜର ନାଁ ରେଜିଷ୍ଟର କରୁଛନ୍ତି । ବିଦେଶରେ ଥିବା ଇସ୍ରାଏଲି ନାଗରିକମାନେ ମଧ୍ୟ ଦେଶକୁ ଫେରିବାରେ ଲାଗିଲେଣି । ଏ ପର୍ୟ୍ୟନ୍ତ ୩ ଲକ୍ଷରୁ ଅଧିକ ରିଜର୍ଭ ସୈନିକ ଇସ୍ରାଏଲ ସେନାରେ ଯୋଗଦେଇ ସାରିଲେଣି । ସେମାନଙ୍କ ମଧ୍ୟରେ ଅଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ନାଫ୍ଟାଲି ବେନେଟ । ଅକ୍ଟୋବର ୭ ରେ ହମାସର ଆତଙ୍କବାଦୀ ମାନେ ଇସ୍ରାଏଲରେ ଅନୁପ୍ରବେଶ କରି ବହୁ ସଂଖ୍ୟାରେ ଲୋକମାନଙ୍କୁ ନିର୍ମମତାର ସହ ହତ୍ୟା କରିଥିଲେ ଏବଂ ଶତାଧିକ ଲୋକଙ୍କୁ ଅପହରଣ କରି ଗାଜା ନେଇଯାଇଛନ୍ତି । ହମାସର ବର୍ବରତା ପ୍ରତିକ୍ରିୟାରେ ଇସ୍ରାଏଲ ଯୁଦ୍ଧ ଘୋଷଣା କରିଛି । ଏପରି ପରିସ୍ଥିତିରେ ଇସ୍ରାଏଲରେ ବହୁ ସଂଖ୍ୟାରେ ଯୁବକମାନେ ସେନାବହିନୀରେ ଯୋଗଦେବା ପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି । ଏ ପର୍ୟ୍ୟନ୍ତ ୩ ଲକ୍ଷରୁ ଅଧିକ ଲୋକ ସେନାରେ ଯୋଗଦେଇ ସାରିଲେଣି । ପୂର୍ବତନ ପ୍ରଧାନମନ୍ତ୍ରୀ ନାଫ୍ଟାଲି ବେନେଟ ମଧ୍ୟ ସେନାରେ ଯୋଗ ଦେଇଛନ୍ତି । ସେନାରେ ଯୋଗଦେବା ପରେ ସୈନିକ ମାନଙ୍କ ସହ ହାତ ମିଲଉଥିବାର ଫୋଟୋ ଦେଖିବାକୁ ମିଳିଛି ।ନାଫ୍ଟାଲି ବେନେଟ ଇସ୍ରାଏଲ ଡିଫେନସ ଫୋର୍ସର ଏଲିଟ କମାଣ୍ଡୋ ୟୁନିଟ୍ ‘ସାୟରେଟ ମଟକଲ’ ଏବଂ ‘ମଗଲନ’ରେ ପୂର୍ବତନ କମଣ୍ଡୋ ଥିଲେ । ସେନାବାହିନୀରେ ତାଙ୍କର ଯୋଗଦାନ ଅନ୍ୟମାନଙ୍କ ପାଇଁ ଏକ ସକାରାତ୍ମକ ବାର୍ତ୍ତା ଦେଉଛି । ସେ ୨୦୧୯-୨୦ ରେ ଦେଶର ପ୍ରତିରକ୍ଷା ମନ୍ତ୍ରୀ ମଧ୍ୟ ଥିଲେ । ଜୁନ ୨୦୨୧ ରୁ ୨୦୨୨ ପର୍ୟ୍ୟନ୍ତ ସେ ପ୍ରଧାନମନ୍ତ୍ରୀ ଭାବେ କାର୍ୟ୍ୟ କରିଥିଲେ । ସେ ତାଙ୍କର ବିବୃତିରେ କହିଛନ୍ତି କି ‘ହମାସ’ର ଅନ୍ତ ହେବା ନିହାତି ଜରୁରୀ ।
ପ୍ରଧାନମନ୍ତ୍ରୀ ନେତୟାହୁ ମଧ୍ୟ ସେନାରେ ଥିଲେ
ଏହା ପୂର୍ବରୁ ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତୟାହୁ ମଧ୍ୟ ତାଙ୍କ ସେନାରେ କମଣ୍ଡୋ ଥିଲେ । ତାଙ୍କର ଭାଇ ଜୋନାଥନ ନେତୟାହୁ ଅପରେସନ ଥଣ୍ଡରବୋଲ୍ଟରେ ଉଗାଣ୍ଡାରେ ଥିବା ବନ୍ଧକ ଇସ୍ରାଏଲି ନାଗରିକ ମାନଙ୍କୁ ଉଦ୍ଧାର କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ସେହି ଅପରେସନରେ ସେ ପ୍ରାଣ ହରାଇଥିଲେ ।
ନତାଲିୟା ଫାଦେବ୍ ରିଜର୍ଭ ଆର୍ମିରେ ଯୋଗଦେଇଛନ୍ତି
ଇସ୍ରାଏଲର ଜଣାଶୁଣା ଫେସନ ମଡେଲ ନତାଲିୟା ଫାଦେବ୍ ହମାସ ବିରୋଧରେ ଅସ୍ତ୍ର ଉଠାଇଛନ୍ତି । ସେ ସବୁବେଳେ ସୈନିକ ପୋଷାକରେ ନିଜର ଫୋଟୋ ଇନଷ୍ଟାଗ୍ରାମରେ ପୋଷ୍ଟ କରନ୍ତି । ନତାଲିୟା ଇସ୍ରାଏଲ ସେନାର ଅନୁରୋଧରେ ସୈନ୍ୟବାହିନୀରେ ଯୋଗଦେଇଛନ୍ତି । ଏକ ବିବୃତିରେ ସେ କହିଛନ୍ତି କି ସେନାରେ ଯୋଗଦେଇ ମୁଁ ବହୁତ ଗର୍ବ ଅନୁଭବ କରୁଛି । ବର୍ତ୍ତମାନ ହମାସକୁ ମୂଳପୋଛ କରିବାର ସମୟ ଆସିଯାଇଛି ।
ଆକ୍ଟର ଠୁ ଆରମ୍ଭ କରି ସବୁଠୁ ବୟସ୍କ ବ୍ୟକ୍ତି ମଧ୍ୟ ସେନାରେ ଯୋଗଦେଇଛନ୍ତି
ଆକ୍ଟର ଇଦାନ ଆମେଦି ମଧ୍ୟ ସେନାରେ ଯୋଗଦେଇଛନ୍ତି । ସେ ହମାସ ବିରୁଦ୍ଧରେ ଫ୍ରଣ୍ଟ ଲାଇନରେ ଯୁଦ୍ଧ ଲଢିବେ ବୋଲି କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି କି ଆମେ ନିଜର ପିଲାଛୁଆ, ଘରସଂସାର, ବନ୍ଧୁବାନ୍ଧବ ଓ ଦେଶବାସୀଙ୍କ ପାଇଁ ଏଠାକୁ ଆସିଛୁ । ସେହିପରି ୯୫ ବର୍ଷୀୟ ଜଣେ ବ୍ୟକ୍ତି ମଧ୍ୟ ରିଜର୍ଭ ଆର୍ମିରେ ଯୋଗଦେଇଛନ୍ତି । ଦେଶପାଇଁ ଯୁଦ୍ଧକୁ ବାହାରିବାରେ ସେ ସବୁଠାରୁ ବୟସ୍କ ବ୍ୟକ୍ତି । ଏଜ୍ରା ୟାଚୀନ ନାମକ ଏହି ବ୍ୟକ୍ତି ତାଙ୍କ ସେନାବହିନୀରେ ଏକ ସୈନିକ ଭାବେ କାମ କରିଥିଲେ । ସେ ବ୍ରିଟିଶ ଶାସନ ସମୟରେ ଅର୍ଦ୍ଧ ସାମରିକ ବଳରେ କାମ କରିଛନ୍ତି । ସେ ୟିହୁଦି ମାନଙ୍କ ପାଇଁ ବ୍ରିଟିଶ ଓ ଆରବ ବିରୁଦ୍ଧରେ ଯୁଦ୍ଧ ଲଢିଛନ୍ତି । ସେ ନିଜର ପୁରୁଣା ସେନା ୟୁନିଫର୍ମ ଓ ରାଇଫଲ ସହ ଫଟୋ ପୋଷ୍ଟ କରିଛନ୍ତି । ଇସ୍ରାଏଲ ସେନା ତାଙ୍କର ଯୁଦ୍ଧ ଅଭିଜ୍ଞତା ଯୋଗୁଁ ତାଙ୍କୁ ଡାକିଛି । ସେ ଇସ୍ରାଏଲ ସେନାକୁ ମାର୍ଗଦର୍ଶନ ଦେବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking