ଭୁବନେଶ୍ୱର: ଓଡିଶା ରାଜନୀତି ଜଗତରେ ଏବେ ଶୋକର ଛାୟା ଖେଳିଯାଇଛି । ବିଶିଷ୍ଟ ରାଜନେତା ତଥା ପୂର୍ବତନ ସାଂସଦ ମୋହନ ଜେନାଙ୍କ ପରଲୋକ ଘଟିଛି । ରାଜଧାନୀ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି ମୋହନ । ଯାଜପୁରରୁ ଦୁଇ ଥର ସାଂସଦ ଭାବେ ନିର୍ବାଚିତ ହୋଇଥିଲେ ମୋହନ ଜେନା ।