ନୂଆଦିଲ୍ଲୀ: ପୂର୍ବତନ ମିସ୍ ଇଣ୍ଡିଆ ତ୍ରିପୁରା ବିଜୟିନୀ ରିଙ୍କି ଚକ୍ମା ଆଜି ୨୮ ବର୍ଷ ବୟସରେ ପ୍ରାଣ ହରାଇଛନ୍ତି । ଦୀର୍ଘ ୨ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ସେ ବ୍ରେଷ୍ଟ କ୍ୟାନସର ଭଳି ଦୁରାସାଧ୍ୟ ରୋଗରେ ପୀଡିତ ଥିଲେ । ଗତ ମାସରେ ସେ ନିଜ ଇନ୍ଷ୍ଟାଗ୍ରାମ୍ ଆକାଉଣ୍ଟରେ ନିଜର ୨ବର୍ଷର ଚ୍ୟାଲେଞ୍ଜିଂ ଭରା ଜୀବନ ସମ୍ପର୍କରେ ଉଲ୍ଲେଖ କରିଥିଲେ । ଏହି ସମୟରେ ସେ ସ୍ତନ କର୍କଟ ରୋଗରେ ପୀଡିତ ଥିବା ଏବଂ ଗତ ୨ ବର୍ଷ ମଧ୍ୟରେ ସେ ସାମ୍ନା କରିଥିବା ଏକାଧିକ ସର୍ଜରୀ, କେମୋଥେରାପି ଆଦି ସମ୍ପର୍କରେ ମଧ୍ୟ ସୂଚନା ଦେଇଥିଲେ । ତେବେ ଆଜି ତାଙ୍କର ମୃତ୍ୟୁଗତ ସମ୍ବାଦ ପ୍ରସାରିତ ହେବା ପରେ ଫେମିନା ମିସ୍ ଇଣ୍ଡିଆ ସଂସ୍ଥା ପକ୍ଷରୁ ଗଭୀର ଦୁଃଖ ତଥା ଶୋକବ୍ୟକ୍ତ କରାଯାଇଛି । ଫେମିନା ମିସ୍ ଇଣ୍ଡିଆ, ରିଙ୍କି ଚକ୍ମାଙ୍କୁ ଜଣେ ଦୃଢ଼ମନା ଏବଂ ଅନ୍ୟଙ୍କ ପାଇଁ ପ୍ରେରଣାଦାୟୀ ଯୁବତୀ ଥିଲେ ବୋଲି କହିଛି । ପ୍ରକାଶ, ୨୦୧୭ରେ ରିଙ୍କି ଚକ୍ମା, ମାନୁଷୀ ଚିଲ୍ର ନାମ୍ନୀ ଅନ୍ୟତମ ପ୍ରତିଦ୍ୱନ୍ଦ୍ୱୀଙ୍କ ସହ ମିଳିତ ଭାବେ ମିସ୍ ଇଣ୍ଡିଆ ତ୍ରିପୁରା ବିଜୟିନୀ ହୋଇଥିଲେ ।