35.8 C
Bhubaneswar
Tuesday, May 13, 2025
Homeଓଡିଶାବିଜେଡିର ୩୮ ଜଣିଆ ନିର୍ବାଚନୀ ଇସ୍ତାହାର କମିଟି ଗଠନ

ବିଜେଡିର ୩୮ ଜଣିଆ ନିର୍ବାଚନୀ ଇସ୍ତାହାର କମିଟି ଗଠନ

ଭୁବନେଶ୍ବର : ବିଜେଡି ଇସ୍ତାହାର କମିଟି ଗଠିତ । ୩୮ ଜଣିଆ ନିର୍ବାଚନୀ ଇସ୍ତାହାର କମିଟି ଗଠନ କଲା ବିଜୁ ଜନତା ଦଳ। ଏହି ଇସ୍ତାହାର କମିଟିରେ ଚନ୍ଦ୍ରଶେଖର ସାହୁ ଅଧ୍ୟକ୍ଷ ରହିଥିବା ବେଳେ ୬ ଜଣଙ୍କୁ ସହ-ଅଧ୍ୟକ୍ଷ ଦାୟିତ୍ବ ପ୍ରଦାନ କରାଯାଇଛି। ଦେବୀପ୍ରସାଦ ମିଶ୍ର, ପ୍ରତାପ ଦେବ, ସୁଦାମ ମାର୍ଣ୍ଡି, ପଦ୍ମନାଭ ବେହେରା, କସ୍ତୁରୀ ମହାପାତ୍ର ଓ ମଙ୍ଗଳା କିଷାନଙ୍କୁ ସହ-ଅଧ୍ୟକ୍ଷ ଦାୟିତ୍ବ ପ୍ରଦାନ କରାଯାଇଛି। ସେହିପରି ୩ ସଦସ୍ୟ (ଆବାସିକ ଓଡ଼ିଶା ବିଶେଷଜ୍ଞ) ଡ. ସୁକାନ୍ତ କୁମାର ମହାପାତ୍ର, ସୋପନେନ୍ଦୁ ମହାନ୍ତି ଓ ଅମୀୟ ମିଶ୍ର ସାମିଲ ଅଛନ୍ତି।। ଅମର ପଟ୍ଟନାୟକଙ୍କୁ ଆବାହକ ଦାୟିତ୍ବ ପ୍ରଦାନ କରାଯାଇଥିବାବେଳେ ସସ୍ମିତ ପାତ୍ରଙ୍କୁ ସହ ଆବାହକ ଦାୟିତ୍ବ ପ୍ରଦାନ କରିଛନ୍ତି ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ। ଇସ୍ତାହାରରେ ନବୀନ ଓଡ଼ିଶା ସଶକ୍ତ ଓଡ଼ିଶା ଗଠନକୁ ପ୍ରାଥମିକତା ଦିଆଯାଇଛି।

ସଦସ୍ୟ : ଅତନୁ ସବ୍ୟସାଚୀ ନାୟକ, ଡ. ଅଚ୍ୟୁତ ସାମନ୍ତ, ଡ. ଅରୁଣ କୁମାର ସାହୁ, ସଂତୃପ୍ତ ମିଶ୍ର, ସଞ୍ଜୟ କୁମାର ଦାସବର୍ମା, ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ, ସୁଶାନ୍ତ ସିଂହ, ଦିବ୍ୟଶଙ୍କର ମିଶ୍ର, ଶ୍ରୀମତୀ ଶ୍ରୀମୟୀ ମିଶ୍ର, ଚିନ୍ମୟ ସାହୁ, ଚିରଞ୍ଜୀବ ବିଶ୍ୱାଳ, ସୁବାସ ସିଂହ, ବ୍ୟୋମକେଶ ରାୟ, ଦେବୀ ରଂଜନ ତ୍ରିପାଠୀ, ରମେଶ ଚନ୍ଦ୍ର ମାଝୀ, ଦିଲ୍ଲୀପ ତିର୍କୀ, ରବି ନାରାୟଣ ନନ୍ଦ, ଅମରେଶ ପତ୍ରୀ, ଶେଖ୍ ନିଜାମୁଦ୍ଦିନ୍, ତନ୍ମୟ ସ୍ୱାଇଁ, ଶ୍ରୀମତୀ ଜ୍ୟୋତ୍ସ୍ନାରାଣୀ ପଣ୍ଡା, ଶ୍ରୀମତୀ ବିଷ୍ଣୁପ୍ରିୟା ଦାସ, ସଞ୍ଜିତ୍ ମହାନ୍ତି, ଶ୍ରୀମତୀ ପଙ୍କଜିନୀ ମଙ୍ଗରାଜ, ଶ୍ରୀମତୀ ମାମିନା ନାୟକ, କିଶୋର ଦେବତା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking