29.4 C
Bhubaneswar
Sunday, May 18, 2025
Homeବିଜିନେସ୍ଫୋର୍ବସ୍ ଧନୀ ତାଲିକା; ମୁକେଶ ବିଶ୍ୱରେ ୯ମ, ଏସିଆରେ ପ୍ରଥମ

ଫୋର୍ବସ୍ ଧନୀ ତାଲିକା; ମୁକେଶ ବିଶ୍ୱରେ ୯ମ, ଏସିଆରେ ପ୍ରଥମ

ମୁମ୍ବାଇ : ଫୋର୍ବସ ମଙ୍ଗଳବାର ବିଶ୍ୱର କୋଟିପତିଙ୍କ ୩୭ତମ ବାର୍ଷିକ ତାଲିକା ପ୍ରକାଶ କରିଛି । ଏଥିରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ର ଚେୟାରମ୍ୟାନ୍ ତଥା ପରିଚାଳନା ନିର୍ଦ୍ଦେଶକ ମୁକେଶ ଅମ୍ବାନୀ କ୍ରମାଗତ ଦ୍ୱିତୀୟ ବର୍ଷ ପାଇଁ ଟପ୍ -୧୦ରେ ସ୍ଥାନ ପାଇଛନ୍ତି । ୨୦୨୩ରେ ସେ ୯୩.୪ ବିଲିୟନ ଡଲାର ସମ୍ପତ୍ତି ସହିତ ୯ମ ସ୍ଥାନରେ ଥିବାବେଳେ ୨୦୨୨ରେ ୯୦.୭ ବିଲିୟନ ଡଲାର ସମ୍ପତ୍ତି ସହ ଦଶମ ସ୍ଥାନରେ ରହିଥିଲେ । ତେବେ ମୁକେଶ ଏସିଆର ସବୁଠାରୁ ଧନୀ ବ୍ୟକ୍ତି । ଏହି ତାଲିକାରେ ମୁକେଶ ଅମ୍ବାନୀ ମାଇକ୍ରୋସଫ୍ଟର ଷ୍ଟିଭ୍ ବଲର୍ମ, ଗୁଗୁଲ୍‌ର ଲ୍ୟାରି ପେଜ୍ ଏବଂ ସର୍ଗେଇ ବ୍ରିନ, ଫେସବୁକର ମାର୍କ ଜୁକରବର୍ଗ ଏବଂ ଡେଲ୍ ଟେକ୍ନୋଲୋଜିର ମାଇକେଲ ଡେଲ ୍‌ଙ୍କ ଉପରେ ରହିଛନ୍ତି ମୁକେଶ । ଦୁନିଆର ସବୁଠାରୁ ଧନୀ ବ୍ୟକ୍ତିଙ୍କ ତାଲିକାରେ ବର୍ନାର୍ଡ ଅର୍ନାଲ୍ଟ ଏକ ନମ୍ବରରେ, ଏଲୋନ୍ ମସ୍କ ଦ୍ୱିତୀୟରେ ଏବଂ ଜେଫ୍ ବେଜୋସ୍ ତୃତୀୟ ସ୍ଥାନରେ ଅଛନ୍ତି । ତାଲିକାରେ ଆଦାନୀ ଗ୍ରୁପ୍‌ର ଚେୟାରମ୍ୟାନ୍ ଗୌତମ ଆଦାନୀ ୨୪ ନମ୍ବରରେ ଅଛନ୍ତି । ୨୪ ଜାନୁଆରୀରେ ଆଦାନୀ ଦୁନିଆର ତୃତୀୟ ଧନୀ ଥିଲେ ।

ସେତେବେଳେ ତାଙ୍କ ସମ୍ପତ୍ତିର ମୂଲ୍ୟ ପ୍ରାୟ ୧୨୬ ବିଲିୟନ ଡଲାର୍ ଥିଲା । ହିଣ୍ଡେନବର୍ଗ ରିସର୍ଚ୍ଚ ଦ୍ୱାରା ପ୍ରକାଶିତ ଏକ ରିପୋର୍ଟ ପରେ କମ୍ପାନି ସେୟାର ହ୍ରାସପାଇଛି । ବର୍ତ୍ତମାନ କମ୍ପାନି ସମ୍ପତ୍ତି ମୂଲ୍ୟ ମଧ୍ୟ ଖସିଯାଇଛି । ଫୋର୍ବସ୍ ତାଲିକା ଅନୁଯାୟୀ, ବିଶ୍ୱର ୨୫ ଧନୀ ବ୍ୟକ୍ତିଙ୍କ ମିଳିତ ସମ୍ପତ୍ତି ମୂଲ୍ୟ ୨.୧ ଟ୍ରିଲିୟନ ଡଲାର, ଯାହା ୨୦୨୨ରେ ୨.୩ ଟ୍ରିଲିୟନ ଡଲାର ଥିଲା । ଅର୍ଥାତ୍ ଚଳିତ ବର୍ଷ ଦୁନିଆର ୨୫ ଧନୀ ବ୍ୟକ୍ତିଙ୍କ ମୋଟ୍ ସମ୍ପତ୍ତି ମୂଲ୍ୟ ୨୦୦ ବିଲିୟନ ଡଲାର ହ୍ରାସପାଇଛି । ଆମାଜନ୍ ସେୟାରଗୁଡିକ ୩୮% ହ୍ରାସ ପାଇଥିବାରୁ ଜେଫ୍ ବେଜୋସ୍ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛନ୍ତି । ବେଜୋସ୍‌ଙ୍କ ସମ୍ପତ୍ତି ମୂଲ୍ୟ ୫୭ ବିଲିୟନ୍ ଡଲାରକୁ ହ୍ରାସପାଇଛି । ୨୦୨୨ରେ ସେ ଧନୀ ତାଲିକାରେ ଦ୍ୱିତୀୟ ସ୍ଥାନରେ ଥିଲେ ଏବଂ ଚଳିତବର୍ଷ ୩ ନମ୍ବରରେ ପହଞ୍ଚିଛନ୍ତି । ଅନ୍ୟପକ୍ଷରେ ଭାରତୀୟ ବିଲିୟନେୟାରଙ୍କ ସଂଖ୍ୟା ୧୬୯କୁ ବୃଦ୍ଧି ପାଇଛି । ଗତବର୍ଷ ସେମାନଙ୍କର ସଂଖ୍ୟା ୧୬୬ ଥିଲା । ମୁକେଶ ଅମ୍ବାନୀ ଏବଂ ଗୌତମ ଆଦାନୀଙ୍କ ପରେ ଶିବ ନାଦର ତାଲିକାରେ ତୃତୀୟ ଭାରତୀୟ । ସାଇରସ୍ ପୁନାୱାଲା ୪ ନମ୍ବରରେ ଏବଂ ଲକ୍ଷ୍ମୀ ମିତ୍ତଲଙ୍କ ସଂଖ୍ୟା ୫ ନମ୍ବରରେ ରହିଛି ।

୬ ନମ୍ବରରେ ସାବିତ୍ରୀ ଜିନ୍ଦଲ, ୭ ନମ୍ବରରେ ଦିଲୀପ ସାଙ୍ଗଭୀ, ୮ ନମ୍ବରରେ ରାଧାକୀଷନ ଦାମନୀ, ୯ ନମ୍ବରରେ କୁମାର ମଙ୍ଗଲମ ବିର୍ଲା ଏବଂ ଦଶମ ସ୍ଥାନରେ ଉଦୟ କୋଟାକ୍ ରହିଛନ୍ତି । ଚଳିତ ବର୍ଷ ୧୬ ଜଣ ଭାରତୀୟ ବିଲିୟନେୟାର ନୂଆ କରି ତାଲିକାରେ ରହିଛନ୍ତି । ୫.୧ ବିଲିୟନ ଡଲାରର ସମ୍ପତ୍ତି ଥିବା ରେଖା ଝୁନ୍‌ଝୁନୱାଲା, ରୋହିକା ସାଇରସ୍ ମିସ୍ତ୍ରି ମଧ୍ୟ ୭ ବିଲିୟନ ଡଲାରର ସମ୍ପତ୍ତି ସହିତ ଏହି ତାଲିକାରେ ସ୍ଥାନ ପାଇଛି । ଏକ କାର୍ ଦୁର୍ଘଟଣାରେ ସାଇରସ୍‌ଙ୍କ ମୃତ୍ୟୁହୋଇଥିଲା । ୩୬ ବର୍ଷିୟ ନିଖିଲ କାମାଥ ଏବଂ ତାଙ୍କ ଭାଇ ନୀତୀନ କାମାଥଙ୍କ ନାମ ମଧ୍ୟ ପ୍ରଥମ ଥର ପାଇଁ ଏହି ତାଲିକାରେ ସ୍ଥାନପାଇଛି । ଗତବର୍ଷ ଫୋର୍ବସର ବିଲିୟନେୟାର ତାଲିକାରେ ମୋଟ୍ ୨୬୬୮ ଅନ୍ତର୍ଭୁକ୍ତ ହୋଇଥିଲେ । ୨୦୨୩ ରେ ଏହିସଂଖ୍ୟା ୨,୬୪୦କୁ ଖସିଆସିଛି । ଫୋର୍ବସ୍ ଅନୁଯାୟୀ, ଆମେରିକାରେ ସର୍ବାଧିକ ୭୩୫ ବିଲିୟନେୟାର ଅଛନ୍ତି । ୫୬୨ ବିଲିୟନେୟାରଙ୍କ ସହ ଚୀନ୍ (ହଂକଂ ଏବଂ ମାକାଉ ସମେତ) ଦ୍ୱିତୀୟ ସ୍ଥାନରେ ଅଛି । ଏହାପରେ ୧୬୯ ବିଲିୟନେୟାରଙ୍କ ସହ ତୃତୀୟ ସ୍ଥାନରେ ରହିଛି ଭାରତ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking