ରାୟଗଡା : ୬ ବର୍ଷର ଶିଶୁ ପୁତ୍ରକୁ ଗଳାକାଟି ହତ୍ୟା । ରାୟଗଡା ଜିଲ୍ଲା କାଶୀପୁର ଥାନା ଅନ୍ତର୍ଗତ ମାଣ୍ଡିବିଶି ଗ୍ରାମରେ ଏଭଳି ଏକ ହୃଦୟ ବିଦାରକ ଘଟଣା ଘଟିଛି । ଜଣେ ୬ ବର୍ଷର ନାବାଳକକୁ ଘର ପଛପଟେ ଗଳା କାଟି ହତ୍ୟା କରାଯାଇଛି । ସୂଚନା ଅନୁଯାୟୀ, ମୃତ ନାବାଳକ ଜଣକ ଜୋତିରାମ ଗୌଡ଼ ବୋଲି ଜଣାପଡିଛି । ଚାଷ ଜମିକୁ ବାପା ଦଶରଥ ଗୌଡ଼ ଏବଂ ମା’ ଧାନ କାଟିବାକୁ ଯାଇ ସନ୍ଧ୍ୟାରେ ଫେରିବା ପରେ ପୁଅକୁ ନପାଇ ବହୁ ଖୋଜା ଖୋଜି କରିଥିଲେ । ସନ୍ଧ୍ୟା ପର୍ଯ୍ୟନ୍ତ ଜ୍ୟୋତିରାମ ଖେଳୁଥିବା ସାହି ପଡୋଶୀ ଲୋକେ ଦେଖିଥିବା କହିବାପରେ ବହୁ ସମୟ ଖୋଜା ଖୋଜି ପରେ ଶେଷରେ ନିଜ ଘର ବାରି ପଟେ ଏକ ପରିତ୍ୟକ୍ତ ସ୍ଥାନରେ ଗଳା କଟା ହୋଇ ପୁଅ ପଡିଥିବା ଦେଖିବାକୁ ପାଇଥିଲେ ବାପା ମା’ । ତେବେ ଗୁଣିଗାରେଡି ପାଇଁ ଜ୍ୟୋତିରାମକୁ ବଳି ଦିଆଯାଇଥିବା ସନ୍ଧେହ କରିଛନ୍ତି ପରିବାର ଏବଂ ଗ୍ରାମବାସୀ । ପୋଲିସର ସନ୍ଧାନୀ କୁକୁର ସହିତ ତଦନ୍ତ ଆରମ୍ଭ କରିଥିବା ବେଳେ ଏଯାଏ କାହାରିକୁ ଗିରିଫ କରାଯାଇ ନାହିଁ । ସବୁଠାରୁ ବଡକଥା ନାବାଳକର ମଥାରେ ସିନ୍ଦୁର ଲାଗିଥିବା ବେଳେ ଗୁଣିଗାରେଡି ପାଇଁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ଏନେଇ ନାବାଳକର ପିତା ଦାଶରଥି ଗୌଡ଼ କାଶୀପୁର ଥାନାରେ ଏକ ଏତଲା ଦେଇଛନ୍ତି । ଏ ନେଇ ପୋଲିସ ଘଟଣାର ଛାନ୍ଭିନ୍ ଆରମ୍ଭ କରୁଛି ।