28.1 C
Bhubaneswar
Thursday, July 10, 2025
Homeଦେଶ ବିଦେଶଏହି କାରଣ ପାଇଁ ପିଆଜ ଦର ବୃଦ୍ଧି ହେବାରେ ଲାଗିଛି

ଏହି କାରଣ ପାଇଁ ପିଆଜ ଦର ବୃଦ୍ଧି ହେବାରେ ଲାଗିଛି

ନୂଆଦିଲ୍ଲୀ: ପିଆଜ ଓ ରସୁଣର ଦର ବୃଦ୍ଧିକୁ ନେଇ ଖାଉଟି ହନ୍ତସନ୍ତ । ଦେଶରେ ପିଆଜ ଦର କିଛି ଦିନ ଧରି ସ୍ଥିର ରହିଥିଲେ ହେଁ ରସୁଣର ଦରବୃଦ୍ଧି ସାଧାରଣ ଜନତାଙ୍କୁ ସମସ୍ୟାରେ ପକାଇଛି । ତେବେ ଗତ ସପ୍ତାହରୁ ପିଆଜ ଦର ମଧ୍ୟ ବଢିବା ରେ ଲାଗିଛି ଏବଂ ଦିଲ୍ଲୀର ଆଜାଦପୁର ମଣ୍ଡିରେ ପିଆଜ ଦର ବୃଦ୍ଧି ଦେଖିବାକୁ ମିଳିଛି । ୧୬ରୁ ୨୪ ଟଙ୍କା ମଧ୍ୟରେ ମିଳୁଥିବା ପିଆଜ ଚଳିତ ଶନିବାରଠାରୁ ଆଜାଦପୁର ମଣ୍ଡିରେ କିଲୋ ପିଛା ୧୭ରୁ ୨୭ ଟଙ୍କାରେ ବିକ୍ରି ଆରମ୍ଭ ହୋଇଛି। ଖାଲି ସେତିକି ନୁହେଁ ଏହାର ଦର ଆହୁରି ବଢ଼ିବାର ସମ୍ଭାବନା ରହିଛି। ତାହାର କାରଣ ହେଉଛି ସରକାର ୬୪,୪୦୦ ଟନ୍ ପିଆଜ ରପ୍ତାନିକୁ ମଞ୍ଜୁରି ଦେଇଛନ୍ତି । ଜାତୀୟ ସମବାୟ ରପ୍ତାନି ଲିମିଟେଡ୍ (ଏନସିଇଏଲ୍) ମାଧ୍ୟମରେ ସରକାର ସଂଯୁକ୍ତ ଆରବ ଏମିରେଟ୍ସ ଏବଂ ବାଂଲାଦେଶକୁ ୬୪,୪୦୦ ଟନ୍ ପିଆଜ ରପ୍ତାନିକୁ ମଞ୍ଜୁରୀ ଦେଇଛନ୍ତି। ଏହି ନିଷ୍ପତ୍ତି ଅନୁଯାୟୀ ବାଂଲାଦେଶକୁ ୫୦ ହଜାର ଟନ୍ ପିଆଜ ରପ୍ତାନି ହେବ ଏବଂ ୟୁଏଇକୁ ୧୪,୪୦୦ ଟନ୍ ପିଆଜ ରପ୍ତାନି ହେବ। କେନ୍ଦ୍ର ସରକାରଙ୍କ ତରଫରୁ ବାଣିଜ୍ୟ ମନ୍ତ୍ରଣାଳୟ ମଧ୍ୟ ଏଥିପାଇଁ ବିଜ୍ଞପ୍ତି ଜାରି କରିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking