30.1 C
Bhubaneswar
Monday, May 20, 2024
Homeଦେଶ ବିଦେଶପ୍ରଥମ ଥର ଅମରନାଥ ଗୁମ୍ଫାର ସୁରକ୍ଷାରେ ରହିବ ଆଇଟିବିପି ଯବାନ

ପ୍ରଥମ ଥର ଅମରନାଥ ଗୁମ୍ଫାର ସୁରକ୍ଷାରେ ରହିବ ଆଇଟିବିପି ଯବାନ

ଶ୍ରୀନଗର: ଅମରନାଥ ଗୁମ୍ଫା ଜଗିବେ ଆଇଟିବିପି ଯବାନ । କେନ୍ଦ୍ରୀୟ ରିଜର୍ଭ ପୁଲିସ ବାହିନୀ ( ସିଆରପିଏଫ) ପରିବର୍ତ୍ତେ ଏବେ ଭାରତ-ତିବ୍ୱତ ସୀମା ପୁଲିସ (ଆଇଟିବିପି) ଅମରନାଥ ଗୁମ୍ଫା ମନ୍ଦିରର ସୁରକ୍ଷା କରିବ । କେନ୍ଦ୍ରୀୟ ଗୃହ ମନ୍ତ୍ରାଳୟ ମଙ୍ଗଳବାର ଆରମ୍ଭ ହେବାକୁ ଥିବା ବାର୍ଷିକ ହିନ୍ଦୁ ତୀର୍ଥଯାତ୍ରା ପାଇଁ ସୁରକ୍ଷା ବ୍ୟବସ୍ଥାକୁ ଅନ୍ତିମ ରୂପ ଦେବାରେ , ଗଠିତ ଏକ ସମୀକ୍ଷା ବୈଠକରେ ଏହି ନିର୍ଣ୍ଣୟ ନିଆଯାଇଛି । ୧ ଜୁଲାଇରୁ ଆରମ୍ଭ ହେବାକୁ ଥିବା ୬୨ ଦିବସୀୟ ବାର୍ଷିକ ତୀର୍ଥଯାତ୍ରା ୩୧ ଅଗଷ୍ଟ ପର୍ଯ୍ୟନ୍ତ ଜାରି ରହିବ । ବୈଠକର ଅଧ୍ୟକ୍ଷତା ଗୃହ ସଚିବ ଅଜୟ କୁମାର ଭଲ୍ଲା କରିଥିଲେ ଏବଂ ଏଥିରେ ସବୁ କେନ୍ଦ୍ରୀୟ ଅର୍ଦ୍ଧସୈନିକ ବାହିନୀର ମୁଖ୍ୟ , ଇଣ୍ଟେଲିଜେନ୍ସ ବ୍ୟୁରୋର ନିର୍ଦ୍ଦେଶକ ତପନ ଡେକା , ରିସର୍ଚ୍ଚ ଆଣ୍ଡ ଆନାଲିସିସ୍ ୱିଙ୍ଗ୍ର ସଚିବ ସାମନ୍ତ ଗୋୟଲ ଓ ଜମ୍ମୁ-କାଶ୍ମୀର ପୁଲିସ ଅଧିକାରୀଙ୍କ ସହିତ ଅନ୍ୟ ଲୋକେ ସାମିଲ ହୋଇଛନ୍ତି ।

ଘଟଣାକ୍ରମ ସହ ପରିଚିତ ଲୋକେ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି କି , ପାରମ୍ପରିକ ରୂପେ ମନ୍ଦିରର ସୁରକ୍ଷା କରୁଥିବା ସିଆରପିଏଫ୍କୁ ଗୁମ୍ଫାର ସିଡ଼ିର ତଳେ ମୁତୟନ କରାଯିବ । ଆଇଟିବିପିକୁ ସୁରକ୍ଷାର ପ୍ରଭାରୀ କରାଯିବାର ନିର୍ଣ୍ଣୟ ପ୍ରଥମ ଥର ନିଆ ଯାଇଛି । ଏହାକୁ ଅମରନାଥ ଶ୍ରାଇନ ବୋର୍ଡ ଓ ଜମ୍ମୁ-କାଶ୍ମୀର ପୁଲିସର ପରାମର୍ଶ ସହିତ ଅନେକ ଫ୍ୟାକ୍ଟରର ଆଧାରରେ ନିଆଯାଇଛି ।

ଜଣେ ଅଧିକାରୀ କହିଛନ୍ତି , ସ୍ଥାନୀୟ ପ୍ରଶାସନ ଠାରୁ ଇନପୁଟ ପ୍ରାପ୍ତ ହୋଇଥିଲା କି, ଯେବେ ଗତବର୍ଷ ( ୮ଜୁଲାଇ)ରେ ଅମରନାଥ ମନ୍ଦିରରେ ହଠାତ୍ ଆସିଥିବା ବନ୍ୟା ବେଳେ ୧୬ ଜଣ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ହୋଇ ଯାଇଥିଲା , ସେତେବେଳେ ଆଇଟିବିପି ଯବାନମାନେ ପ୍ରଭାବୀ ଢଙ୍ଗରେ କାମ କରି ଥିଲେ ଏବଂ ଅନେକ ଲୋକଙ୍କ ଜୀବନ ବଞ୍ଚାଇ ଥିଲେ । ଏହା ବ୍ୟତୀତ , ହିଂସା ପ୍ରଭାବିତ ମଣିପୁର ଓ ପଶ୍ଚିମବଙ୍ଗରେ ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ସିଆରପିଏଫର ଅନେକ ୟୁନିଟ୍ ମୁତୟନ କରାଯାଇ ଥିଲା । ଆଇଟିବିପି ଓ ସୀମା ସୁରକ୍ଷା ବାହିନୀ (ବିଏସଏଫ)ର ଯବାନଙ୍କୁ ତୀର୍ଥଯାତ୍ରା ମାର୍ଗରେ ୬ଟି ସ୍ଥାନରେ ମୁତୟନ କରାଯିବ, ଏହି କାର୍ଯ୍ୟ ପୂର୍ବରୁ ସିଆରପିଏଫ୍ ଦ୍ୱାରା କରାଯାଉ ଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking