21.1 C
Bhubaneswar
Friday, January 24, 2025
Homeଦେଶ ବିଦେଶରାହୁଲଙ୍କ ପାଇଁ ମୋ ହେଲିକପ୍ଟର ଅଟକିଥିଲା: ମୋଦୀ

ରାହୁଲଙ୍କ ପାଇଁ ମୋ ହେଲିକପ୍ଟର ଅଟକିଥିଲା: ମୋଦୀ

ଜଳନ୍ଧର: ପଞ୍ଜାବ ବିଧାନସଭା ପାଇଁ ଦଳୀୟ ପ୍ରଚାର କାର୍ଯ୍ୟରେ ଏଠାକୁ ଆସିଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ବିରୋଧୀ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରିଛନ୍ତି । ଏହି ପ୍ରସଙ୍ଗରେ ମୋଦୀ ୨୦୧୪ରେ ଘଟିଥିବା ଏକ ଘଟଣା ସମ୍ପର୍କରେ ଆଲୋକପାତ କରିଛନ୍ତି । ୨୦୧୪ ଲୋକସଭା ନିର୍ବାଚନ ପୂର୍ବରୁ ମୋଦୀ ପ୍ରଚାର କାର୍ଯ୍ୟରେ ପଞ୍ଜାବ ଆସିଥିଲେ । ସେତେବେଳେ କେନ୍ଦ୍ରରେ କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ସରକାର କ୍ଷମତାସୀନ ଥିଲା । ବିଜେପି ପକ୍ଷରୁ ମୋଦୀଙ୍କୁୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରାଯାଇଥିବାରୁ ତାଙ୍କୁ ପଞ୍ଜାବ ଓ ହିମାଚଳ ପ୍ରଦେଶ ଗସ୍ତ କରିବାକୁ ପଡିଥିଲା ।

ତେବେ ପଞ୍ଜାବରୁ ହିମାଚଳ ଯିବା ପାଇଁ ମୋଦୀ ପ୍ରସ୍ତୁତ ହୋଇଥିଲେ ସୁଦ୍ଧା ତାଙ୍କ ହେଲିକପ୍ଟରକୁ ଚଣ୍ଡିଗଡରୁ ଉଡାଣ ଅନୁମତି ମିଳିନଥିଲା। କାରଣ ଠିକ୍ ସେହି ସମୟରେ ରାହୁଲ ଅନ୍ୟ ଏକ ବିମାନରେ ଚଣ୍ଡିଗଡରୁ ଅମୃତସର ଯାତ୍ରା କରୁଥିଲେ । ତେଣୁ ମୋଦୀ କହିଛନ୍ତି ଯେ ବିରୋଧୀଙ୍କୁ ଅଟକାଇବା କଂଗ୍ରେସର ଏକ ପୁରୁଣା ବଦଭ୍ୟାସ । ସୂଚନାଯୋଗ୍ୟ ମୋଦୀଙ୍କ ଗସ୍ତ ପରିପ୍ରେକ୍ଷୀରେ ଚଣ୍ଡିଗଡ଼ ବିମାନବନ୍ଦରକୁ ନୋ-ଫ୍ଲାଏ ଜୋନ୍ ଘୋଷଣା କରାଯାଇଥିଲା । ତେଣୁ ମୁଖ୍ୟମନ୍ତ୍ରୀ ଚରଣଚିତ ସିଂହ ଚନ୍ନିଙ୍କ ହେଲିକପ୍ଟରକୁ ଉଡାଣ ଅନୁମତି ମିଳିନଥିଲା । ଏଥିପାଇଁ କଂଗ୍ରେସ ପକ୍ଷରୁ ମୋଦୀଙ୍କୁ ସମାଲୋଚନା କରାଯାଇଛି । ମୋଦୀ ଏହାର ପ୍ରତ୍ୟୁତ୍ତରରେ ୨୦୧୪ ଘଟଣାକୁ ମନେ ପକାଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking