26.1 C
Bhubaneswar
Thursday, September 19, 2024
Homeଦେଶ ବିଦେଶଭାରତୀୟ ଛାତ୍ରୀଛାତ୍ରଙ୍କ ପାଇଁ ମଶାଣି ପାଲଟିଛି ବିଦେଶ ମାଟି

ଭାରତୀୟ ଛାତ୍ରୀଛାତ୍ରଙ୍କ ପାଇଁ ମଶାଣି ପାଲଟିଛି ବିଦେଶ ମାଟି

ନୂଆଦିଲ୍ଲୀ: ଉଚ୍ଚଶିକ୍ଷା ପାଇଁ ବିଦେଶ ଯାଉଛନ୍ତି ଭାରତୀୟ ଛାତ୍ରୀଛାତ୍ର । ସ୍ୱପ୍ନର ବିଡା ମୁଣ୍ଡରେ ଲଦିବା ସହ କେଇ ମୁଠା ଆଶାରେ ଘର ଠୁ ବାହାରେ ରହି ପାଠ ପଢୁଛନ୍ତି । ହେଲେ ବାପାମାଆଙ୍କ ଆଶା ନେଇ ବାହାରକୁ ପଢିବାକୁ ଯାଇଥିବା ସନ୍ତାନ ପାଇଁ ତାହା ଯଦି ମୃତ୍ୟୁଘାଟ ହେଲା! ଭାରତୀୟ ଛାତ୍ରଙ୍କ ପାଇଁ ମଶାଣି ପାଲଟିଛି ବିଦେଶ । ଏକଥା ଆମେ ନୁହେଁ ଏହି ତଥ୍ୟ ଦେଇଛନ୍ତି କେନ୍ଦ୍ର ସରକାର । ଏ ସମ୍ପର୍କିତ ସଚନା ଦେଇଛନ୍ତି କେନ୍ଦ୍ର ଗୃହ ରାଜ୍ୟ ମନ୍ତ୍ରୀ ମୁରଲୀଧରନ । ସଂସଦର ଶୀତକାଳୀନ ଅଧିବେଶନରେ ରାଜସ୍ୟଭାରେ ଏକ ପ୍ରଶ୍ନର ଉତ୍ତର ଦେଇ ସେ ଏପରି ଚାଞ୍ଚଲ୍ୟକର ତଥ୍ୟ ପ୍ରକାଶ କରିଛନ୍ତି । ବିଗତ ପାଞ୍ଚ ବର୍ଷ ମଧ୍ୟରେ ବିଦେଶରେ ୪୦୩ଭାରତୀୟ ଛାତ୍ରଙ୍କର ମୃତ୍ୟୁ ହୋଇଛି ।

୨୦୧୮ରୁ ଆଜି ଯାଏଁ କେବଳ କାନାଡାରେ ହିଁ ୯୧ଜଣ ଭାରତୀୟ ଛାତ୍ରୀଛାତ୍ରଙ୍କର ମୃତ୍ୟୁ ହୋଇଛି । ଯାହାକି ସବୁ ଦେଶର ମୃତ୍ୟୁସଂଖ୍ୟା ଠାରୁ ସର୍ବାଧିକ । ରେକର୍ଡ ମୁତାବିକ କାନାଡାରେ ୪୮ଜଣ, ଋଷିଆରେ ୪୦, ୟୁଏସରେ ୩୬, ଅଷ୍ଟ୍ରେଲିଆରେ ୩୫, ୟୁକ୍ରେନରେ ୨୧ ଓ ଜର୍ମାନୀରେ ୨୦ଜଣ ଭାରତୀୟ ଛାତ୍ରୀଛାତ୍ରଙ୍କର ମୃତ୍ୟୁ ହୋଇଛି । ମୁରଲୀଧରନ କହିଛନ୍ତି, ବିଦେଶରେ ଭାରତୀୟ ଛାତ୍ରଙ୍କ ସୁରକ୍ଷା ଭାରତ ସରକାରଙ୍କ ପାଇଁ ପ୍ରଥମ ପ୍ରାଥମିକତା ଅଟେ । ଏଥିପାଇଁ ବରିଷ୍ଠ ଅଧିକାରୀମାନେ ଭାରତୀୟ ଛାତ୍ର ଏବଂ ସେମାନଙ୍କ ସଂସ୍ଥା ସହ ନିୟମିତ ଯୋଗାଯୋଗ କରୁଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking