14.1 C
Bhubaneswar
Saturday, January 18, 2025
Homeଓଡିଶା୧୮ ବର୍ଷ ହେଲା କ୍ଷତିପୂରଣ ପାଇପାରୁନାହାନ୍ତି ଅସହାୟା ସଂଯୁକ୍ତା

୧୮ ବର୍ଷ ହେଲା କ୍ଷତିପୂରଣ ପାଇପାରୁନାହାନ୍ତି ଅସହାୟା ସଂଯୁକ୍ତା

ପୁରୀ : ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି ସହାୟତା ଲୋଡ଼ିଛନ୍ତି ଅସହାୟା ସଂଯୁକ୍ତା ମହାନ୍ତି । ତାଙ୍କୁ ୧୮ ବର୍ଷ ହେଲା ସହାୟତା ମିଳିପାରିନାହିଁ । ୨୦୦୪ ମସିହାରେ ଘର କାମ କରୁଥିବା ବେଳେ କାନ୍ଥପଡି଼ ଗୁରୁତର ଭାବେ ହୋଇ ଜିଲ୍ଲା ସଦର ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିଲେ ସାକ୍ଷୀଗୋପାଳ, ହାଟସାହି ଅଞ୍ଚଳର ପର୍ଶୁରାମ ମହାନ୍ତି । ମାତ୍ର ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥାରେ ଉନ୍ନତି ନ ଆସିବାରୁ ପୁରୀ ଡାକ୍ତରଖାନାର କର୍ତ୍ତୃପକ୍ଷ କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟକୁ ଉନ୍ନତ ମାନର ଚିକିତ୍ସା ପାଇଁ ସରକାରୀ ଆମ୍ବୁଲାନ୍ସ ମାଧ୍ୟମରେ ପଠାଯାଉଥିବା ସମୟରେ ଗାଡ଼ି ଚାଳକଙ୍କ ଅସାବଧାନତା ଯୋଗୁଁ ହଂଶପାଳଠାରେ ଆମ୍ବୁଲାନ୍ସଟି ଦୁର୍ଘଟଣାଗ୍ରସ୍ତ ହୋଇ ପର୍ଶୁରାମଙ୍କର ମୃତ୍ୟୁ ହୋଇଥିଲା । ପରେ ପୁଲିସ ଏକ ମାମଲା ରୁଜୁ କରି ଏମ୍‌ଏସିଟି ନ୍ୟାୟାଳୟକୁ ଯିବାରୁ ସେଠାରେ ଜଣାପଡ଼ିଥିଲା ଯେ ସେ ଗାଡ଼ିର କାଗଜପତ୍ର ମଧ୍ୟ ଠିକ୍ ନଥିଲା ।

ପର୍ଶୁରାମଙ୍କର ଦୁର୍ଘଟଣାଜନିତ କ୍ଷତିପୂରଣ ବାବଦକୁ ତାଙ୍କ ପତ୍ନୀଙ୍କୁ ୯ ଲକ୍ଷ ୭୭ ହଜାର ଟଙ୍କାର ଅର୍ଥରାଶି ଗାଡ଼ିର ମାଲିକ, ପୁରୀ ଜିଲ୍ଲାପାଳ ତଥା ଲଜିଙ୍ଗ୍ ହାଉସ୍ ଫଣ୍ଡର ମାଜିଷ୍ଟ୍ରେଟ୍ ହସ୍ତାସ୍ତର ପାଇଁ ଅଦାଲତ ନିର୍ଦ୍ଦେଶ ଦେଇଥିଲେ । ପୁରୀ ଜିଲ୍ଲାପାଳ ଏହି ରାଶି ଯେତେଦିନ ପର୍ଯ୍ୟନ୍ତ ଦେଇନଥିବେ ୭ % ସୁଧ ସହିତ ଦେବାକୁ ଅଦାଲତ ଗତ ୨୦୧୨ ମସିହାରେ ପୁରୀ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ଦୁଃଖର ବିଷୟ ଏହା ଭିତରେ ୧୦ ବର୍ଷ ଏବଂ ମୋଟ ୧୮ ବର୍ଷ ବିତିଯାଇଥିବା ବେଳେ ପୁରୀ ଜିଲ୍ଲାପାଳ ତାଙ୍କ ଗୁହାରି ଶୁଣୁନାହାନ୍ତି କି ଅଦାଲତଙ୍କ ନିର୍ଦ୍ଦେଶ ପାଳନ କରୁନାହାନ୍ତି ।

ଏହା ମଧ୍ୟରେ ସେ ୪ ଜଣ ପୂର୍ବତନ ଜିଲ୍ଲାପାଳ, ସ୍ୱାସ୍ଥ୍ୟମନ୍ତ୍ରୀ, ସ୍ୱାସ୍ଥ୍ୟ ସଚିବ, ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟପାଳଙ୍କୁ ଭେଟି ଲିଖିତ ଆକାରରେ ଜଣାଇଥିଲେ ମଧ୍ୟ ସଂଯୁକ୍ତାଙ୍କ କଥା କେହି କର୍ଣ୍ଣପାତ କରୁନାହାନ୍ତି । ତେଣୁ ତାଙ୍କ ସ୍ୱାମୀଙ୍କ ମୃତ୍ୟୁ ପାଇଁ ପରୋକ୍ଷରେ ଦାୟୀ ଥିବା ଗାଡ଼ିର ମାଲିକ, ଜିଲ୍ଲାପାଳ ତଥା ଲଜିଙ୍ଗ୍ ହାଉସ୍ ଫଣ୍ଡର ମାଜିଷ୍ଟ୍ରେଟ ଏବଂ ଡାକ୍ତରଖାନା କର୍ତ୍ତୃପକ୍ଷ ଚଳିତ ମାସ ୨୮ ତାରିଖ ମଧ୍ୟରେ ଯଦି ଅଦାଲତ ନିର୍ଦ୍ଦେଶ ଦେଇଥିବା ଅନୁକମ୍ପା ରାଶି ପ୍ରଦାନ ନକରନ୍ତି ତେବେ ସେ ବାଧ୍ୟ ହୋଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନଶନରେ ବସିବା ସହିତ ପରିବାର ସଦସ୍ୟଙ୍କ ସହିତ ଆତ୍ମାହୁତି ଦେବାକୁ ବାଧ୍ୟ ହେବେ ବୋଲି କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking