16.1 C
Bhubaneswar
Tuesday, January 7, 2025
Homeଓଡିଶାମନ୍ତ୍ରୀ ଓ ଭିଆଇପିଙ୍କ ପାଇଁ ନିୟମ ଭାଙ୍ଗିଦେଲା ପ୍ରଶାସନ

ମନ୍ତ୍ରୀ ଓ ଭିଆଇପିଙ୍କ ପାଇଁ ନିୟମ ଭାଙ୍ଗିଦେଲା ପ୍ରଶାସନ

ଭୁବନେଶ୍ୱର: ମନ୍ତ୍ରୀ ଓ ଭିଆଇପିଙ୍କ ପାଇଁ ନିୟମ ଭାଙ୍ଗିଦେଲା ପ୍ରଶାସନ। ଆଜି କଟକ ଜିଲ୍ଲା ଆଠଗଡ଼ ଧବଳେଶ୍ୱର ପୀଠକୁ ଯାତ୍ରା କରିବା ନିମନ୍ତେ ମହାନଦୀରେ ବୋଟ ଚଳାଚଳ ବାରଣ ହୋଇଥିଲା। ହେଲେ ମନ୍ତ୍ରୀ ପ୍ରମିଳା ମଲ୍ଲିକ ଓ ତାଙ୍କ ପରିବାର ସରକାରୀ ବୋଟରେ ବସି ଧବଳେଶ୍ୱର ଦର୍ଶନ ନିମନ୍ତେ ଯାଇଥିଲେ। ସେ ବୋଟରେ ଯିବା ବେଳେ ବିପଦପୂର୍ଣ୍ଣ ନୌଯାତ୍ରା ଦେଖିବାକୁ ମିଳିଥିଲା। ସେ ଓ ବୋଟରେ ଥିବା ତାଙ୍କର ସମସ୍ତ ପରିବାର ଲୋକ ବିନା ଲାଇଫ୍ ଜାକେଟରେ ମହାନଦୀ ପାର ହୋଇଛନ୍ତି। ଏହି ବୋଟରେ ଲାଇଫ୍ ଜ୍ୟାକେଟ୍ ରହିଥିଲେ ହେଁ ଉପସ୍ଥିତ ତାଙ୍କ ପିଏସ୍ଓ କିମ୍ବା ସୁରକ୍ଷା ଦେଉଥିବା ସ୍ଥାନୀୟ ପୁଲିସ ଲାଇଫ୍ ଜ୍ୟାକେଟ ପିନ୍ଧିବାକୁ ମନ୍ତ୍ରୀଙ୍କୁ କହି ନ ଥିଲେ। ବୋଟରେ ଯିବା ବେଳେ ମନ୍ତ୍ରୀଙ୍କ ପରିବାର ଓ ପିଏସ୍ଓ ଫଟୋ ଉଠାଉଥିବା ଦେଖିବାକୁ ମିଳିଥିଲା। ସାଧାରଣ ଲୋକଙ୍କ ପାଇଁ ହୋଇଥିବା ନିୟମକୁ କାହିଁକି ପ୍ରଶାସନ ପକ୍ଷରୁ ଦଳଚକଟି ଦିଆଗଲା ତାହା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଧବଳେଶ୍ୱର ଦର୍ଶନରେ ଯିବା ନିମନ୍ତେ ଏବେ ଝୁଲା ପୋଲ ବ୍ୟବସ୍ଥା ବନ୍ଦ ରହିଛିା ନଦୀ ପାର ହୋଇ ମନ୍ଦିର ଯିବା ପାଇଁ ଏକ ଅସ୍ଥାୟୀ ରାସ୍ତା ହୋଇଛିା ଡଙ୍ଗାରେ ଆର ପଟକୁ ଯିବାକୁ ଶ୍ରଦ୍ଧାଳୁଙ୍କୁ ଅନୁମତି ନାହିଁ। ଏଭଳି କ୍ଷେତ୍ରରେ ଡଙ୍ଗାରେ ଯିବାକୁ ଅନୁମତି ମନ୍ତ୍ରୀ ପ୍ରମିଳା ମଲ୍ଲିକଙ୍କୁ କେମିତି ମିଳିଲା? ଶ୍ରଦ୍ଧାଳୁଙ୍କ ପାଇଁ ଗୋଟିଏ ନିୟମ, ମନ୍ତ୍ରୀଙ୍କ ପାଇଁ ଆଉ ଗୋଟେ ନିୟମ କିପରି କରାଗଲା ? ଯଦି ସେ ଡଙ୍ଗାରେ ଯାତ୍ରା କଲେ ତାହେଲେ ଲାଇଫ୍ ଜାକେଟ୍ ଓ ଅନ୍ୟ ସୁରକ୍ଷା ବ୍ୟବସ୍ଥା କେମିତି ରହିଲାନି? ଏବେ ଏସବୁକୁ ନେଇ ଅନେକ ପ୍ରଶ୍ନ ଠିଆ ହୋଇଛିା

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking