28.1 C
Bhubaneswar
Saturday, September 21, 2024
Homeଦେଶ ବିଦେଶବାଦଲ ଫଟା ବର୍ଷା ଯୋଗୁ ହଠାତ୍ ବନ୍ୟା: କେନିଆ-ସୋମାଲିଆରେ ୪୦ରୁ ଅଧିକ ମୃତ

ବାଦଲ ଫଟା ବର୍ଷା ଯୋଗୁ ହଠାତ୍ ବନ୍ୟା: କେନିଆ-ସୋମାଲିଆରେ ୪୦ରୁ ଅଧିକ ମୃତ

ନାଇରୋବି : କେନିଆ ଏବଂ ସୋମାଲିଆରେ ବାଦଲ ଫଟା ବର୍ଷା ଏବଂ ଫ୍ଲାସ ବନ୍ୟା ଯୋଗୁଁ ଏପର୍ଯ୍ୟନ୍ତ ପ୍ରାୟ ୪୦ ରୁ ଅଧିକ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ହଜାର ହଜାର ଲୋକ ବିସ୍ଥାପିତ ହୋଇଛନ୍ତି । ସୋମାଲିଆରେ ବନ୍ୟା ପାଣିରେ ୨୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଘର, ରାସ୍ତା ଓ ପୋଲ ନଷ୍ଟ ହେବା ପରେ ସରକାର ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଥିଲେ । ଜରୁରୀକାଳୀନ ଏବଂ ଉଦ୍ଧାର କର୍ମଚାରୀମାନେ ଦକ୍ଷିଣ ସୋମାଲିଆର ଜୁବାଲାଣ୍ଡ ରାଜ୍ୟର ଲୁକ ଜିଲାର ବନ୍ୟା ଜଳରେ ଫସି ରହିଥିବା ପ୍ରାୟ ୨୪୦୦ବାସିନ୍ଦାଙ୍କ ନିକଟରେ ପହଞ୍ଚିବାକୁ ଚେଷ୍ଟା କରୁଥିଲେ । ମିଳିତ ଜାତିସଂଘର ମାନବ ସମ୍ବଳ ସମନୱୟ କାର୍ଯ୍ୟାଳୟ ଜୁବା ଏବଂ ଶାବଲେ ନଦୀ କୂଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା କରି ଜୁବାରେ ରହୁଥିବା ଲୋକଙ୍କୁ ସ୍ଥାନାନ୍ତର କରିବାକୁ ଯୋଜନା କରୁଛନ୍ତି ।

ଏଜେନ୍ସି ପରିଚାଳନା ନିର୍ଦ୍ଦେଶକ ହାସନ ଇସେ ନ୍ୟୁଜ ଏଜେନ୍ସି ଆସୋସିଏଟେଡ ପ୍ରେସକୁ କହିଛନ୍ତି ସୋମାଲିଆ ବିପର୍ଯ୍ୟୟ ପରିଚାଳନା ଏଜେନ୍ସି ଡୋଲୋକୁ ବିମାନ ପଠାଇବା ସହ ଲୁକକୁ ଦୁଇଟି ଡଙ୍ଗା କିସମାୟୋରୁ ପଠାଯାଇଛି । ଇସାୟ କହିଛନ୍ତି ଇଥିଓପିଆର ଉଚ୍ଚଭୂମିକୁ ଅଧିକ ଜଳ ଆସୁଥିବାରୁ ଆସନ୍ତା କିଛି ଦିନ ମଧ୍ୟରେ ବର୍ତ୍ତମାନର ବନ୍ୟା ପରିସ୍ଥିତି ଆହୁରି ଖରାପ ହେବ ବୋଲି ଆଶା କରାଯାଉଛି । ପ୍ରବଳ ବର୍ଷା ବର୍ତ୍ତମାନ ଲଗାତାର ଚାରି ବର୍ଷ ଧରି ମରୁଡ଼ିର ସମ୍ମୁଖୀନ ହୋଇଥିବା ସୋମାଲିଆକୁ ଦୁର୍ଭିକ୍ଷ ସଙ୍କଟକୁ ଠେଲି ଦେଇଛି । ପଡୋଶୀ କେନିଆରେ ପ୍ରବଳ ବର୍ଷା ଆରମ୍ଭ ହେବା ପରଠାରୁ ମୃତ୍ୟୁ ସଂଖ୍ୟା ୧୫ କୁ ବୃଦ୍ଧି ପାଇଛି । କେନିଆ ରେଡ କ୍ରସ ରିପୋର୍ଟ କରିଛି ବନ୍ୟାରେ ୨୪୧ ଏକର କୃଷି ଜମି ନଷ୍ଟ ହୋଇଯାଇଛି ଏବଂ ୧,୦୬୭ ଗୃହପାଳିତ ପ୍ରାଣୀଙ୍କ ମୃତ୍ୟୁ ଘଟିଛି । କେନିଆର ପାଣିପାଗ ବିଭାଗର ଅଧିକାରୀମାନେ ସେପ୍େଟମ୍ବରରୁ ଚେତାବନୀ ଦେବା ଆରମ୍ଭ କରିଥିଲେ ଅକ୍ଟୋବରରୁ ଡିସେମ୍ବର ମଧ୍ୟରେ ଏଭଳି ସ୍ଥିତି ଉପୁଜିବାର ଆଶଙ୍କା ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking