21.1 C
Bhubaneswar
Thursday, January 23, 2025
Homeଦେଶ ବିଦେଶସୁରକ୍ଷାକର୍ମୀଙ୍କ ଗୁଳିରେ ୫ ଆତଙ୍କବାଦୀ ସଫା

ସୁରକ୍ଷାକର୍ମୀଙ୍କ ଗୁଳିରେ ୫ ଆତଙ୍କବାଦୀ ସଫା

ଶ୍ରୀନଗର : ପୁଲ୍‌ୱାମାର ନୈରା ଅଞ୍ଚଳ ଏବଂ ବଡ଼ଗାମ୍‌ରେ ସଙ୍ଗଠିତ ଦୁଇଟି ଏନ୍‌କାଉଣ୍ଟର୍‌ ସମୟରେ ‌‘ଜୈଶ୍‌-ଏ-ମହମ୍ମଦ୍‌’ର କମାଣ୍ଡର୍‌ ଜାହିଦ୍‌ ୱାନିଙ୍କ ସମେତ ସକ୍ରିୟ ‘ଲଶ୍କକର୍‌-ଏ-ତୈବା’ ଏବଂ ‘ଜୈଶ୍‌-ଏ-ମହମ୍ମଦ୍‌’ର ସମୁଦାୟ ୫ଜଣ ପାକିସ୍ତାନୀ ଆତଙ୍କବାଦୀ ନିହତ ହୋଇଥିବା କଥା କଶ୍ମୀର ‘ଆଇଜିପି’ ବିଜୟ କୁମାର ଘୋଷଣା କରିଛନ୍ତି। ଟୁଇଟ୍‌ କରି କଶ୍ମୀର ପୁଲିସ ଉପରୋକ୍ତ ଏନ୍‌କାଉଣ୍ଟର୍‌କୁ ଗୋଟାଏ ଗୁରୁତ୍ବପୂର୍ଣ୍ଣ ସଫଳତା ଆଖ୍ୟା ଦେଇଛି। ଉକ୍ତ ଟୁଇଟର୍‌ରେ ଉଲ୍ଲେଖ ଅଛି: ଗତ ୧୨ ଘଣ୍ଟା ମଧ୍ୟରେ ଦୁଇଟି ଏନ୍‌କାଉଣ୍ଟର୍‌ରେ ପାକିସ୍ତାନଦ୍ବାରା ପ୍ରୋତ୍ସାହିତ ନିଷିଦ୍ଧ ଆତଙ୍କବାଦୀ ସଙ୍ଗଠନ ‘ଏଲ୍‌ଇଟି’ ଏବଂ ‘ଜେଇଏମ୍‌’ର ୫ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି।

ନିହତମାନଙ୍କ ମଧ୍ୟରେ ଅଛନ୍ତି ‘ଜେଇଏମ୍‌’ର କମାଣ୍ଡର୍‌ ଆତଙ୍କବାଦୀ ଜହିଦ ୱାନି ଏବଂ ଜଣେ ପାକିସ୍ତାନୀ ଆତଙ୍କବାଦୀ। ଏହା ଆମ ପାଇଁ ଗୁରୁତ୍ବପୂର୍ଣ୍ଣ ସଫଳତା: ‘ଆଇଜିପି’ କଶ୍ମୀର।ଉପରୋକ୍ତ ଦୁଇଟି ଏନ୍‌କାଉଣ୍ଟର୍‌ର ‘ଜେଇଏମ୍‌’ର କମାଣ୍ଡର୍‌ ଆତଙ୍କବାଦୀ ଜହିଦ ୱାନିଙ୍କ ସମେତ ପୁଲ୍‌ୱାମାରେ ୪ଜଣ ଆତଙ୍କବାଦୀ ନିହତ ହୋଇଥିବା ବ‌େଳେ ଆଉ ଜଣେ ପାକିସ୍ତାନ ଆତଙ୍କବାଦୀଙ୍କୁ ଖୋଜା ଚାଲିଛି। ସେହିପରି, ବଡ଼ଗାମ୍‌ରେ ନିରାପତ୍ତା କର୍ମଚାରୀମାନେ ସଫଳତାର ସହ ଜଣେ ପାକିସ୍ତାନୀ ଆତଙ୍କବାଦୀଙ୍କୁ ହତ୍ୟା କରିଛନ୍ତି। କଶ୍ମୀର ‘ଆଇଜିପି’ କହିଛନ୍ତି, ବଡ଼ଗାମ୍‌ରେ ‘ଏଲ୍‌ଇଟି’ର ସହଯୋଗୀ ଥିବା ଜଣେ ସ୍ଥାନୀୟ ଆତଙ୍କବାଦୀ ନିହତ ହୋଇଛନ୍ତି।

ଏହି ଅଭିଯାନ ସମୟରେ ଗୋଟିଏ ‘ଏକେ-୫୬ ରାଇଫଲ୍‌’ ମଧ୍ୟ ଉଦ୍ଧାର କରାଯାଇଛି। ସ୍ଥାନୀୟ ପୁଲିସ କହିବା ଅନୁସାରେ, ଶନିବାର ଦିନ ଜମ୍ମୁ ଓ କଶ୍ମୀରର ବଡ଼ଗାମ୍‌ ଜିଲ୍ଲା ଅନ୍ତର୍ଗତ ଚାରାର୍‌-ଇ-ଶରିଫ୍‌ ଅଞ୍ଚଳରେ ନିରାପତ୍ତା ବଳ ଏବଂ ଆତଙ୍କବାଦୀମାନଙ୍କ ମଧ୍ୟରେ ଏନ୍‌କାଉଣ୍ଟର୍‌ ଆରମ୍ଭ ହୋଇଥିଲା। ଉଲ୍ଲେଖଯୋଗ୍ୟ, କେବଳ ଜାନୁଆରି ମାସରେ ୧୧ଟି ଏନ୍‌କାଉଣ୍ଟର୍‌ ଘଟିଛି ଏବଂ ନିରାପତ୍ତା ବଳ ୮ଜଣ ବିଦେଶୀ ଆତଙ୍କବାଦୀଙ୍କ ସମେତ ୨୧ଜଣ ଆତଙ୍କବାଦୀଙ୍କୁ ହତ୍ୟା କରିଛନ୍ତି। ଏହା ବ୍ୟତିରେକେ, ନିରାପତ୍ତା ବଳ ୯ଜଣ ସକ୍ରିୟ ଏବଂ ୧୭ଜଣ ଆତଙ୍କବାଦୀଙ୍କ ସହଯୋଗୀଙ୍କୁ ଗିରଫ କରିଛନ୍ତି। କିନ୍ତୁ, ଶେଷ ୯ଟି ଆତଙ୍କବାଦୀ ମୁକାବିଲା ଅଭିଯାନରେ ୭ଜଣ ନିରାପତ୍ତା କର୍ମଚାରୀ ଆହତ ମଧ୍ୟ ହୋଇଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking