32.1 C
Bhubaneswar
Saturday, September 28, 2024
Homeଅପରାଧପ୍ରଥମେ ଦୁଷ୍କର୍ମ ଆଉ ତାପରେ…..

ପ୍ରଥମେ ଦୁଷ୍କର୍ମ ଆଉ ତାପରେ…..

ଝାରସୁଗୁଡା: ଗୁରୁବାର ଝାରସୁଗୁଡା ଜିଲ୍ଲାର ବସଷ୍ଟାଣ୍ଡ ନିକଟରେ ଥିବା ଏକ ପରିତ୍ୟକ୍ତ ଘରେ ଜଣେ ମହିଳାଙ୍କୁ ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗ । ଯାହାର ଏକ ଭିଡିଓ ଏବେ ଭାଇରାଲ୍ ହେବାରେ ଲାଗିଛି ।

ଖବର ଅନୁଯାୟୀ ଅଭିଯୁକ୍ତ ଜଣକ ଏକ ଘରୋଇ ବସର ହେଲପର ଭାବରେ କାମ କରୁଥିଲା ଏବଂ ବସଷ୍ଟାଣ୍ଡ ଅଞ୍ଚଳରେ ରହୁଥିଲା। ସେ ଅନ୍ୟ ଜଣକ ସହାୟତାରେ ମହିଳାଙ୍କୁ ସେହି ପରିତ୍ୟକ୍ତ ଘରକୁ ଆଣିଥିଲେ ଏବଂ ବଳପୂର୍ବକ ତାଙ୍କୁ ଦୁଷ୍କର୍ମ କରିଥିଲେ । ତେବେ ଏହାକୁ କେହି ଯାତ୍ରୀ ଭିଡିଓ କରିଥିବା ସନ୍ଦେହ କରାଯାଉଛି ।

ଏହି ଘଟଣାରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ କରି ଝାରସୁଗୁଡା ଏସପି ବିକାଶ ଦାଶ ଏକ ଟୁଇଟ୍‌ରେ କହିଛନ୍ତି ଯେ ଏହି ଘଟଣାରେ ତ୍ୱରିତ ପଦକ୍ଷେପ ନିଆଯାଇଛି। ଝାରସୁଗୁଡା ଆଇଆଇସି ସାବିତ୍ରୀ ବଳ ଏବଂ ଆଇଆଇସି, ଜିଆରଏସ, ଝାରସୁଗୁଡା, ସୌଦାମିନୀ ନାଗଙ୍କ ଦ୍ୱାରା ତଦନ୍ତ କରାଯାଇଥିଲା ଯାହା ପରେ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା।

ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ପାଇଁ ଅଭିଯୁକ୍ତଙ୍କୁ ଆଇଆଇସି, ଜିପିଆରଏସଙ୍କୁ ହସ୍ତାନ୍ତର କରାଯାଇଛି । ପିଡୀତାଙ୍କୁ ମଧ୍ୟ ଚିହ୍ନଟ କରାଯାଇଥିବା ନେଇ ଏସପି ସୂଚନା ଦେଇଛନ୍ତି ।ଅନ୍ୟପକ୍ଷରେ ଦ୍ୱିତୀୟ ଅଭିଯୁକ୍ତକୁ ଧରିବା ପାଇଁ ପଦକ୍ଷେପ ନିଆଯାଉଛି। ରାଉରକେଲା, ଏସପି, ଜିଆରପିଙ୍କୁ ଆବଶ୍ୟକ ତଦନ୍ତ ପାଇଁ କାର୍ଯ୍ୟ ଆରମ୍ଭ କରିବାକୁ ସୂଚନା ଦିଆଯାଇଛି ବୋଲି ଏସପି ଟ୍ୱିଟରେ ପ୍ରକାଶ କରିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking