26.1 C
Bhubaneswar
Sunday, October 20, 2024
Homeଓଡିଶାପ୍ରଥମ ଟେଷ୍ଟ୍‌: ୫୩ରେ ଭୁଶୁଡ଼ିଲା ବାଂଲା ଦ୍ୱିତୀୟ ଇନିଂସ

ପ୍ରଥମ ଟେଷ୍ଟ୍‌: ୫୩ରେ ଭୁଶୁଡ଼ିଲା ବାଂଲା ଦ୍ୱିତୀୟ ଇନିଂସ

ଡର୍ବାନ: ଚଳିତ ବାଂଲାଦେଶ ବିପକ୍ଷ ଟେଷ୍ଟ୍ ସିିରିଜ୍‌ରେ ଘରୋଇ ସାଉଥ୍ ଆଫ୍ରିକା ୧-୦ରେ ଅଗ୍ରଣୀ ଲାଭ କରିଛି । କାରଣ ପଞ୍ଚମ ଦିନର ପ୍ରଥମ ସେସନ୍‌ରେ ପ୍ରତିପକ୍ଷ ବାଂଲାଦେଶର ଦ୍ୱିତୀୟ ଇନିଂସକୁ ସାଉଥ୍ ଆଫ୍ରିକୀୟ ବୋଲରମାନେ ମାତ୍ର ୧୯ ଓଭର୍‌ରେ ୫୩ ରନ୍‌ରେ ସୀମିତ ରଖି ଦଳକୁ ୨୨୦ ରନ୍‌ରେ ବିଜୟୀ କରାଇଛନ୍ତି । ଏଥିସହ ୨୦୧୩ ପରେ ପ୍ରଥମ ଥର ପାଇଁ ଡର୍ବାନ୍‌ରେ ସାଉଥ୍ ଆଫ୍ରିକା ଟେଷ୍ଟ୍ ଜିତିବାରେ ସକ୍ଷମ ହୋଇଛି । ସାଉଥ୍ ଆଫ୍ରିକୀୟ ବାମହାତୀ ସ୍ପିନର୍ ୭ଟି ୱିକେଟ୍ ନେଇ ବାଂଲା ବ୍ୟାଟିଂ ବିପର୍ଯ୍ୟୟର ମୁଖ୍ୟ କର୍ଣ୍ଣଧାର ସାଜିଛନ୍ତି । ଟେଷ୍ଟ୍ କ୍ରିକେଟ୍‌ରେ ଏହା ମହାରାଜଙ୍କ ଅଷ୍ଟମ ପାଞ୍ଚ ୱିକେଟ୍‌ର ସଫଳତା ହୋଇଥିବା ବେଳେ ଘରୋଇ ମାଟିରେ ଶ୍ରେଷ୍ଠ ପ୍ରଦର୍ଶନ । ଏଥିସହ ଘରୋଇ ମାଟିରେ ଗତ ୧୦ଟି ଟେଷ୍ଟ୍ ମଧ୍ୟରେ ସାଉଥ୍ ଆଫ୍ରିକା ଦ୍ୱିତୀୟ ଥର ପାଇଁ ବିଜୟୀ ହୋଇଛି । ତାଙ୍କୁ ଅଫ୍‌ସ୍ପିନର୍ ସାଇମନ୍ ହାର୍ମର୍ ଅବଶିଷ୍ଟ ୩ଟି ୱିକେଟ୍ ନେଇ ଯଥେଷ୍ଟ ସହଯୋଗ କରିଥିଲେ । ଏହି ମ୍ୟାଚ୍ ମାଧ୍ୟମରେ ଟେଷ୍ଟ୍ କ୍ରିକେଟ୍‌କୁ ପ୍ରତ୍ୟାବର୍ତ୍ତନ କରିଥିବା ହାର୍ମର୍ ସମୁଦାୟ ୭ଟି ୱିକେଟ୍ ନେଇଛନ୍ତି । ମ୍ୟାଚ୍‌ରେ ସ୍ପିନର୍‌ଙ୍କୁ ସର୍ବମୋଟ ୧୪ଟି ୱିକେଟ୍ ମିଳଛି, ଯାହାକି ଘରୋଇ ମାଟିରେ ଟେଷ୍ଟ୍‌ରେ ଦ୍ୱିତୀୟ ସର୍ବାଧିକ ସଫଳତା । ଅନ୍ୟପକ୍ଷରେ ବାଂଲାଦେଶ ଟେଷ୍ଟ୍ କ୍ରିକେଟ୍‌ରେ ତା’ର ଦ୍ୱିତୀୟ ସର୍ବନିମ୍ନ ସ୍କୋର୍‌ରେ ଅଲ୍‌ଆଉଟ୍ ହୋଇଛି । ଏହା ମଧ୍ୟ ସାଉଥ୍ ଆଫ୍ରିକା ବିପକ୍ଷରେ ଦଳର ସର୍ବନିମ୍ନ ଟେଷ୍ଟ୍ ସ୍କୋର୍ । ବିଜୟ ପାଇଁ ୨୭୪ ରନ୍‌ର ଲକ୍ଷ୍ୟ ପାଇଥିବା ବାଂଲାଦେଶ ରବିବାର ଚତୁର୍ଥ ଦିନର ଖେଳ ଶେଷ ସୁଦ୍ଧା ୩ ୱିକେଟ୍ ବିନିମୟରେ ୧୧ ରନ୍ କରିଥିଲା । କିନ୍ତୁ ଶେଷ ଦିନରେ ମାତ୍ର ୧୩ ଓଭର୍ ଭିତରେ ଦଳର ଅବଶିଷ୍ଠ ୭ ଜଣ ବ୍ୟାଟ୍ସମ୍ୟାନ୍ ପ୍ୟାଭିଲିୟନ୍‌କୁ ଫେରିଥିଲେ ଓ ସେମାନେ ମାତ୍ର ୪୨ ରନ୍ ଯୋଡ଼ିଥିଲେ । ଫଳସ୍ୱରୂପ ପଞ୍ଚମ ଦିନରେ ମାତ୍ର ୫୫ ମିନିଟ୍ ଭିତରେ ଖେଳ ଶେଷ ହୋଇଥିଲା । ବାଂଲାଦେଶର କେବଳ ୨ ଜଣ ବ୍ୟାଟ୍ସମ୍ୟାନ୍ ନଜମୁଲ୍ ହୋସେନ୍ ଶାଣ୍ଟୋ ଗୋଟିଏ ଲେଖାଏଁ ଚୌକା ଓ ଛକା ସହାହୟତାରେ ୨୬ ଓ ତାସ୍କିନ୍ ଅହମ୍ମଦ ଗୋଟିଏ ଛକା ମାଧ୍ୟମରେ ୧୪ ରନ୍ କରି ଦୁଇ ଅଙ୍କରେ ପହଞ୍ଚିଥିଲେ । ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ ଦୁଇ ଅଙ୍କରେ ପହଞ୍ଚି ପାରି ନ ଥିଲେ । ଅଧିକନ୍ତୁ ସେମାନଙ୍କ ମଧ୍ୟରୁ ୫ ଜଣ ଖାତା ବି ଖୋଲିବାରେ ସକ୍ଷମ ହୋଇ ନ ଥିଲେ । ମହାରାଜଙ୍କୁ ପ୍ଲେୟର୍ ଅଫ୍ ଦି ମ୍ୟାଚ୍ ବିବେଚିତ କରାଯାଇଥିବା ବେଳେ ସିରିଜ୍‌ର ଦ୍ୱିତୀୟ ତଥା ଅନ୍ତିମ ଟେଷ୍ଟ୍ ଆସନ୍ତା ୮ରୁ ପୋର୍ଟ ଏଲିଜାବେଥ୍‌ଠାରେ ଖେଳାଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking