29.1 C
Bhubaneswar
Tuesday, October 22, 2024
Homeଅପରାଧପ୍ରଥମେ ବନ୍ଧୁତା ...ତାପରେ ପ୍ରେମ ସମ୍ପର୍କ...ଆଉ ତାପରେ ....

ପ୍ରଥମେ ବନ୍ଧୁତା …ତାପରେ ପ୍ରେମ ସମ୍ପର୍କ…ଆଉ ତାପରେ ….

ଜୟପୁର : ମହିଳାଙ୍କୁ ରାସ୍ତାରୁ ଉଠାଇ ନେଇ ମାଡ଼ମାରିବା ପରେ ଗଣଦୁଷ୍କର୍ମ କରାଯାଇଥିବା ନେଇ ଖବର ସାମ୍ନାକୁ ଆସିଛି । ଏଭଳି ହୃଦୟବିଦାରକ ଘଟଣା ଘଟିଛି ରାଜସ୍ଥାନର ଭିଲଓ୍ବାଡାରେ । ମର୍ଣ୍ଣିଂଓ୍ବାକରେ ଯାଉଥିବା ବେଳେ ମହିଳାଙ୍କୁ ରାସ୍ତାରୁ ଉଠାଇ ନେଇଥିଲେ ଦୁର୍ବୃତ୍ତ । ବାଇକରେ ମହିଳାଙ୍କୁ ଏକ ଅଜ୍ଞାତ ସ୍ଥାନକୁ ନେଇଯାଇଥିଲେ । ସେଠାରେ ତାଙ୍କୁ ଶାରୀରିକ ନିର୍ଯାତନା ଦେବା ପରେ ଗଣଦୁଷ୍କର୍ମ କରିଥିବା ନେଇ ମହିଳା ଜଣଙ୍କ ପୋଲିସକୁ କହିଛନ୍ତି ।

ତେବେ ଅଭିଯୁକ୍ତଙ୍କ ମଧ୍ୟରୁ ଜଣଙ୍କୁ ସେ ଜାଣିଥିବା କହିଛନ୍ତି । ସେପଟେ ଅଭିଯୋଗ ପାଇବା ପରେ ପୋଲିସ ଦୁଇ ଜଣଙ୍କୁ ଗିରଫ କରିଥିବା ଜଣାପଡ଼ିଛି । ୪୨ ବର୍ଷୀୟ ଛୋଟୋ ଏବଂ ୩୦ ବର୍ଷୀୟ ଗିରିଧାରୀକୁ ପୋଲିସ ଗିରଫ କରିଛି । ମହିଳାଙ୍କ ଅଭିଯୋଗ କ୍ରମେ, ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ତାଙ୍କୁ ଫୋନ କରି ଆସିବାକୁ କହିଥିଲା । ହେଲେ ସେ ମନା କରିଦେଇଥିଲେ । ଏହା ପରେ ସୁଯୋଗ ଦେଖି ତାଙ୍କୁ ରାସ୍ତାରୁ ଉଠାଇନେଇଥିଲେ ଅଭିଯୁକ୍ତ । ଅଜ୍ଞାତସ୍ଥାନକୁ ନେଇଯିବା ପରେ ସେମାନେ ପ୍ରଥମେ ତାଙ୍କୁ ମାଡ଼ମାରିଥିଲେ । ପରେ ତାଙ୍କ ସହ ଦୁଷ୍କର୍ମ କରିଥିଲେ ।

ହେଲେ ସେ କୌଶଳକ୍ରମେ ସେଠାରୁ ଖସି ପଳାଇଆସିବାକୁ ସମର୍ଥ ହୋଇଥିଲେ । ସେଠାରୁ ସେ ନିଜ କପଡ଼ା ଆଣିପାରିନଥିଲେ । କିଛି ବାଟ ନିର୍ବସ୍ତ୍ର ହୋଇ ଆସିବା ପରେ ସେ ସାହାଯ୍ୟ ପାଇଁ ଚିତ୍କାର କରିଥିଲେ । ତାଙ୍କୁ କେହି ସହାୟତା କରିନଥିବା ନେଇ ପୀଡ଼ିତାଜଣଙ୍କ ଅଭିଯୋଗ କରିଛନ୍ତି । କିଛି ସମୟ ପରେ ସ୍ଥାନୀୟ ବାସିନ୍ଦା ତାଙ୍କୁ କପଡ଼ା ଦେଇଥିଲେ । ଏହା ସହ ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ ।

ପୋଲିସ ଘଟଣାସ୍ଥଳରେ ପହଞ୍ଚି ପୀଡ଼ିତାଙ୍କ ଠାରୁ ବୟାନ ରେକର୍ଡ କରିଥିଲା । ପରେ ଦୁଇ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି । ସେପଟେ ଘଟଣାସ୍ଥଳରେ ଫରେନ୍ସିକ ଅଧିକାରୀ ପହଞ୍ଚି ତଥ୍ୟ ଯୋଗଡ କରୁଥିବା ନେଇ ଭିଲଓ୍ବାଡାର ଏଏସପି ବିମଲ ସିଂହ କହିଛନ୍ତି । ସେପଟେ ଏହି ଘଟଣା ବିରୋଧରେ ଏସପିଙ୍କ କାର୍ଯ୍ୟାଳୟ ସାମ୍ନାରେ ଅନେକ ଲୋକ ବିରୋଧ ପ୍ରଦର୍ଶନ କରିଛନ୍ତି । ପୀଡ଼ିତାଙ୍କୁ ନ୍ୟାୟ ଦାବିରେ ଲୋକେ ଧାରଣାରେ ବସିଥିବା ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking