30.1 C
Bhubaneswar
Saturday, May 4, 2024
Homeଅପରାଧପ୍ରଥମେ ନାବାଳିକାକୁ ଗଣଦୁଷ୍କର୍ମ ଆଉ ତାପରେ....

ପ୍ରଥମେ ନାବାଳିକାକୁ ଗଣଦୁଷ୍କର୍ମ ଆଉ ତାପରେ….

ଭୋପାଳ: ମଧ୍ୟପ୍ରଦେଶରେ ଦିଲ୍ଲୀ ନିର୍ଭୟା କାଣ୍ଡର ପୁନରାବୃତ୍ତି । ପାଶବିକତା ସୀମା ପାର କଲା ମଣିଷ । ମଧ୍ୟପ୍ରଦେଶ ସତନା ଜିଲ୍ଲା ମାଇହାରଠାରେ ଜଣେ ୧୦ ବର୍ଷର ନାବାଳିକାକୁ ଗଣଦୁଷ୍କର୍ମ କରିଛନ୍ତି କିଛି ମନ୍ଦିର କର୍ମକର୍ତ୍ତା । ଖାଲି ସେତିକି ନୁହେଁ, ବର୍ବରତାର ସୀମା ଟପି ନାବାଳିକାର ଗୁପ୍ତାଙ୍ଗରେ ବାଡ଼ି ଭର୍ତ୍ତି କରିଥିବା ମଧ୍ୟ ଜଣାପଡ଼ିଛି । ଏହାକୁ ନେଇ ରାଜ୍ୟ ରାଜନୀତିର ପାରା ବଢିଥିବା ବେଳେ ଶିଶୁଙ୍କ ସୁରକ୍ଷା ଉପରେ ପ୍ରଶ୍ନ ଉଠିଛି ।

ସେପଟେ ୪ ଦୁଷ୍କର୍ମକାରୀଙ୍କ ମଧ୍ୟରେ ୨ ଜଣ ମା’ ଶାରଦା ମନ୍ଦିର ସମିତିର କର୍ମକର୍ତ୍ତା ଥିବା ଅଭିଯୋଗ ହୋଇଥିବା ବେଳେ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ମାଇହାର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ପ୍ରଥମେ ପୀଡ଼ିତା ନାବାଳିକାକୁ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରୁ ଗୁରୁତର ଅବସ୍ଥାରେ ତାକୁ ରିୱା ମେଡିକାଲ କଲେଜକୁ ସ୍ଥାନାନ୍ତରିତ କରାଯାଇଛି । ସତନା ଜିଲ୍ଲାର ମାଇହାର ଅଞ୍ଚଳରେ ଏହି ନିନ୍ଦନୀୟ ଘଟଣା ଘଟିଛି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରୁ ପ୍ରାୟ ୫୫କିମି ଦୂରରେ ଥିବା ଏକ ପାହାଡ଼ ଘେରା ଗାଁରେ ଦୁଷ୍କର୍ମକାରୀମାନେ ନାବାଳିକାକୁ ଏକ ନିର୍ଜନ ସ୍ଥାନକୁ ନେଇ ଏହି କାଣ୍ଡ ଭିଆଇଛନ୍ତି । ଏହାପରେ ନାବାଳିକାକୁ ଘରେ ଛାଡ଼ି ଦେଇଥିଲେ ।

ପୀଡ଼ିତାର ପରିବାର ବର୍ଗ ତାକୁ ଗୁରୁତର ଅବସ୍ଥାରେ ଦେଖି ଘଟଣା ସମ୍ପର୍କରେ ଜାଣିପାରିଥିଲେ । ଏହାପରେ ପୀଡ଼ିତାକୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଥାନାରେ ଅଭିଯୋଗ କରିଥିଲେ । ଘଟଣାରେ ସମ୍ପୃକ୍ତ ୪ ଦୁଷ୍କର୍ମକାରୀଙ୍କୁ ଗିରଫ କରିଛି ପୋଲିସ । ଏହି ୪ ଅଭିଯୁକ୍ତଙ୍କ ମଧ୍ୟରୁ ୨ ଜଣ ମା’ ଶାରଦା ମନ୍ଦିର ସମିତିର କର୍ମକର୍ତ୍ତା ଥିବା ଅଭିଯୋଗ ହୋଇଛି ।

ଏହି ୨ ମନ୍ଦିର କର୍ମକର୍ତ୍ତାଙ୍କ ନାମ ରବି ଚୌଧୁରୀ ଓ ଅତୁଲ ବଢୋଲିଆ ବୋଲି ଜଣାପଡ଼ିଛି । ଏମାନଙ୍କ ବିରୋଧରେ ପୋକ୍ସା ଆକ୍ଟ ଆଧାରରେ ମାମଲା ରୁଜୁ ହୋଇଛି । ଏ ନେଇ ପ୍ରତିକ୍ରିୟା ରଖି ଝଊଗ ସୁରେଶ ଓ ଏସଡିପିଓ ଲୋକେଶ ଡାୱର କହିଛନ୍ତି ଯେ ଅଭିଯୁକ୍ତମାନଙ୍କୁ ଗିରଫ କରାଯାଇଛି । ଏମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking