29.1 C
Bhubaneswar
Monday, November 18, 2024
Homeଦେଶ ବିଦେଶୟୁଟ୍ୟୁବ୍‌ରୁ ହଟିଲା ଫର୍ମାନୀ ନାଜ୍‌ଙ୍କ ‘ହର ହର ଶମ୍ଭୁ’

ୟୁଟ୍ୟୁବ୍‌ରୁ ହଟିଲା ଫର୍ମାନୀ ନାଜ୍‌ଙ୍କ ‘ହର ହର ଶମ୍ଭୁ’

ନୂଆଦିଲ୍ଲୀ: ‘ହର ହର ଶମ୍ଭୁ’ ଗୀତ ଗାଇ ଚର୍ଚ୍ଚିତ ଫର୍‌ମାନୀ ନାଜ୍‌ଙ୍କ ଭିଡିଓକୁ ସୋସିଆଲ୍ ମିଡିଆ ସାଇଟ୍ ୟୁଟ୍ୟୁବ୍ ହଟାଇ ଦେଇଛି । ଏହି ଗୀତ କପି କରାଯାଇଥିବା ବେଳେ ଏଥିରେ ପ୍ରକୃତ ସିଙ୍ଗର୍ ଏବଂ ମେକର୍‌ଙ୍କୁ କ୍ରେଡିଟ୍ ଦିଆଯାଇନଥିଲା । ଏହି ଗୀତର ଲେଖକ ଜିତୁ ଶର୍ମାଙ୍କ ବିରୋଧ ପରେ ଏହାକୁ ୟୁଟ୍ୟୁବ୍ ପ୍ଲାଟ୍‌ଫର୍ମରୁ ହଟାଇ ଦେଇଛି ।

ଏକ ସାକ୍ଷାତକାରରେ ଜିତୁ ଶର୍ମା କହିଛନ୍ତି, ସେ ଲେଖିଥିବା ଗୀତ ‘ହର ହର ଶମ୍ଭୁ’ ଫର୍‌ମାନୀ ଗାଇବାରେ ତାଙ୍କର କୌଣସି ଅସୁବିଧା ନାହିଁ । ମାତ୍ର ତାଙ୍କୁ ଏହାର କ୍ରେଡିଟ୍ ମିଳିବା କଥା । କାରଣ ସେ ଏହାକୁ ଲେଖିବାରେ ବହୁ ଶ୍ରମ ସ୍ୱୀକାର କରିଛନ୍ତି । ସେହିପରି ଏହି ଗୀତର ଅରିଜିନାଲ୍ କପି ରାଇଟ୍ସ ତାଙ୍କ ନିକଟରେ ରହିଛି ବୋଲି ଜିତୁ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking