ଭୁବନେଶ୍ୱର: ଭୁବନେଶ୍ୱର ଉପକଣ୍ଠ ଯାଁଳାର ଏକ ଜ୍ୱେଲାରୀ ସପ୍ ଲୁଟ୍ ଉଦ୍ଦେଶ୍ୟରେ ଗୁଳିକାଣ୍ଡ ଘଟିଥିବା ଜଣାପଡ଼ିଛି । ୩ ଜଣ ଦୁର୍ବୃତ୍ତ ଲୁଟ୍ ଉଦ୍ଦେଶ୍ୟରେ ଆସି ଜ୍ୱେଲାରୀ ସପ୍ରେ ପଶି ଲୁଟ୍ କରିଥିବା ବେଳେ ଲୋକେ ସେମାନଙ୍କୁ ଧରିବା ପାଇଁ ପିଛା କରିବାକୁ ସେମାନେ ବ୍ଲାଙ୍କ୍ ଫାୟାରିଂ କରି ଲୋକଙ୍କୁ ଭୟଭିତ କରିଥିଲେ ଏବଂ ଚମ୍ପଟ ମାରିଥିଲେ । ତେବେ କେତେ ପରିମାଣର ଲୁଟ୍ ହୋଇଛି କି ନାହିଁ ସେ ସମ୍ପର୍କରେ ସଠିକ୍ ସୂଚନା ମିଳିପାରିନଥିବା ବେଳେ ଦୁର୍ବୃତ୍ତଙ୍କ ପତ୍ତା ଠିକଣା କିଛି ଜଣାପଡ଼ିନି । ଜ୍ୱେଲାରୀ ସପ୍ ମାଲିକଙ୍କ ଅଭିଯୋଗ ପରେ ପୁଲିସ୍ ଘଟଣାସ୍ଥଳ ଯାଞ୍ଚ କରି ଦୁର୍ବୃତ୍ତଙ୍କୁ ଧରିବା ପାଇଁ ଚଢ଼ଉ ଆରମ୍ଭ କରିଛି । ତେବେ ଗୁଳିକାଣ୍ଡରେ ମଧ୍ୟ କାହାର କିଛି କ୍ଷତି ହୋଇଥିବା ସମ୍ପର୍କରେ ସଠିକ୍ ଭାବେ ଜଣାପଡ଼ି ନାହିଁ । ଯାଁଳା ପୁଲିସ୍ ଘଟଣାସ୍ଥଳରେ ପହଞ୍ôଚ ତଦନ୍ତ ଆରମ୍ଭ କରିଛି ।