28.1 C
Bhubaneswar
Monday, June 16, 2025
Homeଦେଶ ବିଦେଶବନ୍ଦରରେ ନିଆଁ ; ୩୦ରୁ ଅଧିକ ବୋଟ୍‌‌ ପୋଡି ପାଉଁଶ

ବନ୍ଦରରେ ନିଆଁ ; ୩୦ରୁ ଅଧିକ ବୋଟ୍‌‌ ପୋଡି ପାଉଁଶ

ବିଶାଖାପାଟଣା : ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରେ ସ୍ଥିତ ଏକ ବନ୍ଦର ମୁହାଣରେ ଥିବା ବୋଟ୍‌‌ରେ ନିଆଁ ଲାଗି ୩୦ରୁ ଅଧିକ ବୋଟ୍‌‌ ପୋଡି ପାଉଁଶ ହୋଇଯାଇଛି। ରବିବାର ବିଳମ୍ବିତ ରାତିରେ ଏହି ଅଗ୍ନିକାଣ୍ଡ ଘଟିଥିଲା। ପୋଡି ଯାଇଥିବା ସମସ୍ତ ବୋଟ୍‌‌ ମତ୍ସ୍ୟଜୀବୀଙ୍କର ବୋଲି ଜଣାପଡିଛି। ତେବେ ଏଥିରେ କୌଣସି ଜୀବନହାନୀ ହୋଇ ନାହିଁ ବୋଲି ସୂଚନା ମିଳିଛି।

ମତ୍ସ୍ୟଜୀବୀ ଓ ପୁଲିସ କହିବାନୁଯାୟୀ, ପ୍ରଥମେ ଗୋଟିଏ ବୋଟ୍‌‌ରେ ନିଆଁ ଲାଗିବା ପରେ ଅନ୍ୟ ବୋଟ୍‌‌କୁ ନିଆଁ ତୁରନ୍ତ ବ୍ୟାପି ଯାଇଥିଲା। ଡଙ୍ଗାରେ ଏଲପିଜି ସିଲିଣ୍ଡର ଥିବାରୁ ନିଆଁ ଖୁବ ଜୋରରେ ବ୍ୟାପିଯିବା ସହ ବିସ୍ଫୋରଣ ଘଟିଥିଲା । ଖବର ପାଇ ପୁଲିସ ଓ ଅଗ୍ନିଶମ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ନିଆଁ ଲିଭାଇବା ସହ ପୁଲିସ ଘଟଣାର ତଦନ୍ତ ଜାରି ରଖିଛି। ଅଗ୍ନିକାଣ୍ଡର ପ୍ରକୃତ କାରଣ ଅସ୍ପଷ୍ଟ ରହିଛି।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking