28.1 C
Bhubaneswar
Saturday, July 27, 2024
Homeଦେଶ ବିଦେଶମହମବତୀ କାରଖାନାରେ ଅଗ୍ନିକାଣ୍ଡ, ୬ ଜଣ ଜୀବନ୍ତ ଦଗ୍ଧ

ମହମବତୀ କାରଖାନାରେ ଅଗ୍ନିକାଣ୍ଡ, ୬ ଜଣ ଜୀବନ୍ତ ଦଗ୍ଧ

ମୁମ୍ବାଇ: ମହାରାଷ୍ଟ୍ରର ପୁଣେ ନିକଟସ୍ଥ ପିମ୍ପରୀ-ଚିଞ୍ଚୱାଡ ସହରର ତାଲାୱାଡ ଅଞ୍ଚଳରେ ଥିବା ଏକ ମହମବତୀ ତିଆରି କାରଖାନାରେ ଅଗ୍ନିକାଣ୍ଡ ଘଟି ୭ ଜଣ ଜୀବନ୍ତ ଦଗ୍ଧ ହୋଇ ମୃତ୍ୟୁବରଣ କରିଛନ୍ତି । ପିମ୍ପରୀ-ଚିଞ୍ଚୱାଡ ମ୍ୟୁନିସିପାଲିଟି କମିଶନର ଶେଖର ସିଂହ କହିଛନ୍ତି ଯେ ସହରର ତାଲାୱାଡ ଅଞ୍ଚଳରେ ଥିବା ଏକ ମହମବତୀ ତିଆରି କାରଖାନାରେ ଅଗ୍ନିକାଣ୍ଡ ଘଟି ୭ ଜଣଙ୍କର ମୃତ୍ୟୁ ଘଟିଛି । ଘଟଣାସ୍ଥଳରେ ଦମକଳ ବାହିନୀ ପହଞ୍ଚି ନିଆଁ ଲିଭାଇବାକୁ ଉଦ୍ୟମ କରୁଛନ୍ତି । ସିଂହ କହିଛନ୍ତି ଯେ, ଅପରାହ୍ଣ ୨ଟା ୪୫ ମିନିଟ୍ ସମୟରେ ଏହି କାରଖାନାରେ ନିଆଁ ଲାଗିଥିବା ଅଗ୍ନିଶମ ବାହିନୀକୁ ଖବର ମିଳିଥିଲା ।

ଏହା ପରେ ଅଗ୍ନିଶମ ଗାଡ଼ିଗୁଡ଼ିକ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବା ଆରମ୍ଭ କରିବା ସହ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ଏହି ଘଟଣାରେ ୬ ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଥିବାବେଳେ ଆଉ କେତେକ ଆହତ ହୋଇଛନ୍ତି । ଆହତମାନଙ୍କୁ ପୁଣେ ଓ ପିମ୍ପରି-ଛିନ୍ଦୱାରା ସହରର ବିଭିନ୍ନ ହସପିଟାଲରେ ଚିକିତ୍ସା କରାଯାଉଛି । କେଉଁ କାରଣରୁ ନିଆଁ ଲାଗିଲା ତାହା ଜଣାପଡ଼ିନଥିଲେ ବି ଇଲେକ୍ଟ୍ରିକ ସର୍ଟସର୍କିଟ ଓ କାରଖାନାରେ ରଖାଯାଇଥିବା ବିସ୍ଫୋରକ ଯୋଗୁଁ ନିଆଁ ଲାଗିଥିବା ସଂଦେହ କରାଯାଉଛି । କାରଣ ଏହି କାରଖାନାରେ ଜନ୍ମଦିନ କେକରେ ଲାଗୁଥିବା ସ୍ପାର୍କଲିଂ କ୍ୟାଣ୍ଡଲ ତିଆରି କରାଯାଉଥିଲା । ଏଣୁ ସେଥିରେ ଲାଗୁଥିବା ସାମଗ୍ରୀ ଦହନଶୀଳ ହୋଇଥିବାରୁ ନିଆଁ ଲାଗିଥିବା କୁହାଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking