ଭୁବନେଶ୍ୱର : ୟୁନିଟ ୨ ମାର୍କେଟ ବିଲ୍ଡିଂ ସ୍ଥିତ ଉଶା ଇଲେକ୍ଟ୍ରିକାଲ ଷ୍ଟୋରରେ ଅଗ୍ନିକାଣ୍ଡ । ଗୁରୁବାର ରାତି ୧୦ଟା ବେଳେ ଏହି ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ସମାଗ୍ର ଜଳିପୋଡଇ ପାଉଁସ ହୋଇଯାଇଛି । ପ୍ରାୟ ୩ ଘଣ୍ଟାର ପରିଶ୍ରମ ପରେ ୪ଟି ଦମକଳ ଗାଡି ନିଆଁକୁ ଆୟତ କରିଥିଲେ । ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ ହୋଇନଥିଲେ ମଧ୍ୟ ସଟ ସର୍କିଟ ଯୋଗୁ ଅଗ୍ନିକାଣ୍ଡ ଘଟିଥିବା ପ୍ରଥମିକ ତଦନ୍ତରୁ ଜଣାପଡିଛି । ସୂଚନା ମୁତାବକ ପ୍ରତିଦିନ ପରି ରାତି ୯ଟା ବେଳକୁ ଉସା ଶୋରୁମ ଅଧିକାରୀ ଓ କର୍ମଚାରୀ ତାଲା ବନ୍ଦ କରି ବାହାରକୁ ବାହାରିଥିଲେ ।
ହେଲେ ରାତି ୧ହଟା ବେଳକୁ ଶୋରୁମ ଭିତରୁ ଧୂଆଁ ବାହାରିଥିଲା । ସ୍ଥାନୀୟ ଲୋକଙଙ୍କ ଠାରୁ ଖବର ପାଇ କଳ୍ପନା ଅଗ୍ନିଶମ ବାହୀନୀ ସେଠାରେ ପହଁଚି ନିଆଁକୁ ଆୟତ କରିବାକୁ ଚେଷ୍ଟା କରିଥିଳେ । ହେଲେ ନିଆଁ ଆୟତ ନହେବାରୁ ଆୁ ୩ଟି ଅଗ୍ନିଶମ ବାହିନୀ ଗାଡି ପହଁଚି ନିଆଁକୁ ଆୟକ କରିବାକୁ ଚେଷ୍ଟା ଚଳାଇଥିଲେ ।ଘଟଣା ସ୍ଥଳରେ ଭୁବନେଶ୍ୱର ମେୟର ଓ ଡିସିପି ପ୍ରତୀକ ସିଂଙ୍କ ସମେତ ଅଗ୍ନିଶମ ବିଭାଗର ଅଧିକାରୀ ପହଁଚିଥିଲେ । ପ୍ରାୟ ୩ ଘଣ୍ଟାର ପରିଶ୍ରମ ପରେ ନିଆକୁ ଆୟତ କରାଯାଇଥିବା ବେଳେ ଲକ୍ଷାଧିକ ଟଙ୍କାର ସମାଗ୍ରୀ ଜଳି ପୋଡି ପାଉଁସ ହୋଇଯାଇଛି ।