29.1 C
Bhubaneswar
Saturday, May 4, 2024
Homeଦେଶ ବିଦେଶବ୍ରିଟେନ୍ ମହାରାଣୀ ଏଲିଜାବେଥ୍ ଦ୍ୱିତୀୟଙ୍କ ପରଲୋକ

ବ୍ରିଟେନ୍ ମହାରାଣୀ ଏଲିଜାବେଥ୍ ଦ୍ୱିତୀୟଙ୍କ ପରଲୋକ

ଲଣ୍ଡନ: ବ୍ରିଟେନ୍‌ର ମହାରାଣୀ ଏଲିଜାବେଥ୍ ଦ୍ୱିତୀୟଙ୍କ ପରଲୋକ । ମୃତ୍ୟୁ ବେଳକୁ ତାଙ୍କୁ ୯୬ ବର୍ଷୀୟା ହୋଇଥିଲେ । ବ୍ରିଟେନ ରାଜଗାଦିରେ ସବୁଠୁ ଅଧିକ ଦିନ ଧରି ଶାସନ କରିଥିବା ମାହାରାଣୀ ଏଲିଜାବେଥ୍ ଦ୍ୱିତୀୟଙ୍କ ସ୍କଟଲ୍ୟାଣ୍ଡର ବାଲ୍ମୋରାଲ୍ କ୍ୟାସେଲରେ ପରଲୋକ ଘଟିଛି। ଏନେଇ ବକିଙ୍ଗହମ୍ ପ୍ୟାଲେସ ପକ୍ଷରୁ ଏହି ଦୁଃଖଦ ସୂଚନା ଦିଆଯାଇଛି। ଦ ଟେଲିଗ୍ରାଫ୍ ଖବର ଅନୁସାରେ ମହାରାଣୀଙ୍କ ପରିବାର ସଦସ୍ୟମାନେ ବାଲ୍‌ମୋରଲ୍ କାସଲ୍‌ରେ ପହଞ୍ଚିବା ଆରମ୍ଭ କରିଛନ୍ତି । ମହାରାଣୀଙ୍କ ପୁତ୍ର ପ୍ରିନ୍ସ ଚାର୍ଲସ୍‌, ତାଙ୍କ ପତ୍ନୀ କାମିଲା, ନାତି ପ୍ରିନ୍ସ ୱିଲିୟମ୍‌ସ ସ୍କଟ୍‌ଲାଣ୍ଡରେ ପହଞ୍ଚିସାରିଛନ୍ତି । ମହାରାଣୀ ଏଠାକୁ ସମର୍ ବ୍ରେକ୍‌ରେ ଆସିଥିଲେ । ମହାରାଣୀ ଗତ କିଛି ସମୟ ଧରି ଅସୁସ୍ଥ ଥିଲେ । ବଙ୍କିମ୍‌ହାମ୍ ପ୍ୟାଲେସ୍ ଅନୁସାରେ ରାଣୀଙ୍କର ଏପିସୋଡିକ୍ ମୋବିଲିଟି ସମସ୍ୟା ରହିଥିଲା । ଗତବର୍ଷ ଅକ୍ଟୋବର ୭ ତାରିଖରୁ ତାଙ୍କର ସ୍ୱାସ୍ଥ୍ୟ ସମ୍ପର୍କିତ ସମସ୍ୟା ଦେଖା ଦେଇଥିଲା । ସେବେଠାରୁ ସେ ଠିକ୍ ଭାବେ ଛିଡ଼ା ହେବା ଚାଲିବାରେ ଅସୁବିଧା ଅନୁଭବ କରୁଥିଲେ । ବୁଧବାର ମହାରାଣୀ ଏଲିଜବେଥ୍ ଦ୍ୱିତୀୟଙ୍କୁ ବ୍ରିଟେନ୍‌ର ନୂଆ ପ୍ରଧାନମନ୍ତ୍ରୀ ଲିଜ୍ ଟ୍ରସ୍‌ଙ୍କ ଦେଖିବାକୁ ମିଳିଥିଲା । ସେହିଦିନ ତାଙ୍କର ବରିଷ୍ଠ ମନ୍ତ୍ରୀମାନଙ୍କ ସହ ଭର୍ଚୁଆଲ୍ ମିଟିଂ ମଧ୍ୟ ସ୍ଥିର ହୋଇଥିଲା।

ତେବେ ଡାକ୍ତରଙ୍କ ପରାମର୍ଶ ପରେ ସେ ମିଟିଂ ଟାଳି ବିଶ୍ରାମ ନେଇଥିଲେ । ଏହାରେ ଆଜି ଚେକ୍‌ଅପ୍ ବେଳେ ଡାକ୍ତରମାନେ ତାଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତାବ୍ୟକ୍ତ କରିବା ସହ ତାଙ୍କୁ ମେଡିକାଲ୍ ସୁପରଭିଜନ୍‌ରେ ରଖିବାକୁ କହିଥିଲେ । ମହାରାଣୀ ଏଲିଜବେଥ୍ ଦ୍ୱିତୀୟଙ୍କ ଚଳିତବର୍ଷ ଫେବୃଆରୀରେ କରୋନା ମଧ୍ୟ ହୋଇଥିଲା । ସେତେବେଳେ ତାଙ୍କର ହାଲ୍‌କା ସର୍ଦ୍ଦି ପରି ଲକ୍ଷଣ ରହିଥିଲା । ବ୍ରିଟେନ୍ ପ୍ରଧାନମନ୍ତ୍ରୀ ଲିଗ୍ ଟ୍ରସ୍ ମହାରାଣୀଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଚିନ୍ତାବ୍ୟକ୍ତ କରିଛନ୍ତି । ସେ ଟ୍ୱିଟ୍ କରି ସାରା ଦେଶ ତାଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ବୋଲି ଲେଖିଛନ୍ତି । ୟୁନାଇଟେଡ୍ କିଙ୍ଗ୍‌ଡମ୍‌ର ସମସ୍ତ ଲୋକ ମହାରାଣୀଙ୍କ ପରିବାର ସହିତ ରହିଛନ୍ତି ବୋଲି ସେ ଟ୍ୱିଟ୍ କରିଛନ୍ତି । ଅନ୍ୟପକ୍ଷରେ ଲଣ୍ଡନର ବଙ୍କିମ୍‌ହାମ୍ ପ୍ୟାଲେସ୍‌ରେ ହେବାକୁ ଥିବା ଗାର୍ଡ ଚେଞ୍ଜିଙ୍ଗ୍‌କୁ ରଦ୍ଦ କରିଦିଆଯାଇଛି । ସେରେମନି ଅବସରରେ ଯେଉଁଠାରେ ଲୋକମାନେ ଏକାଠି ହେଉଥିଲେ, ସେଠାରେ ଏକ ବୋର୍ଡ ଲଗାଇ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking