35.1 C
Bhubaneswar
Sunday, May 19, 2024
Homeଦେଶ ବିଦେଶଚୀନ୍ ମାର୍ଶାଲ ଆର୍ଟ୍ସ ସ୍କୁଲରେ ଅଗ୍ନିକାଣ୍ଡ: ୧୮ ମୃତ

ଚୀନ୍ ମାର୍ଶାଲ ଆର୍ଟ୍ସ ସ୍କୁଲରେ ଅଗ୍ନିକାଣ୍ଡ: ୧୮ ମୃତ

ବେଜିଂ: ଶୁକ୍ରବାର ଚୀନ୍‌ର ହେନାନ୍ ପ୍ରୋଭିନ୍ସରେ ଥିବା ଏକ ମାର୍ଶାଲ୍ ଆର୍ଟ ସ୍କୁଲରେ ଅଗ୍ନିକାଣ୍ଡ ଘଟିବା ଫଳରେ ପ୍ରାୟ ୧୮ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ୧୬ ଜଣ ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ଅଧିକାଂଶ ଶିଶୁ ଏବଂ ସେମାନଙ୍କ ବୟସ ୭ରୁ ୧୬ ବର୍ଷ ମଧ୍ୟରେ ବୋଲି କୁହାଯାଉଛି । ହେନାନ୍ ପ୍ରୋଭିନ୍ସର ଝେଚେଙ୍ଗ କାଉଣ୍ଟିରେ ଥିବା ଝେନ୍‌ସିଙ୍ଗ୍ ମାର୍ଶାଲ୍ ଆର୍ଟ୍ସ ବୋର୍ଡିଂ ସ୍କୁଲର ପ୍ରଥମ ମହଲାରେ ଏହି ଅଗ୍ନିକାଣ୍ଡ ଘଟିଥିଲା । ସେତେ ବେଳକୁ ସ୍କୁଲର ପ୍ରାୟ ୩୪ଜଣ ଛାତ୍ର ଗାଢ଼ନିଦ୍ରାରେ ଶୋଇଥିଲେ । ସେମାନଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିବା ସହ ସ୍ଥାନୀୟ କର୍ତ୍ତୃପକ୍ଷଙ୍କୁ ଘଟଣା ସମ୍ପର୍କରେ ସୂଚନା ଦେଇଥିଲେ । ସ୍ଥାନୀୟ ଅଞ୍ଚଳରେ ଥିôବା ହସ୍ପିଟାଲ୍‌ର ଡାକ୍ତରମାନଙ୍କୁ ପୀଡ଼ିତଙ୍କ ଚିକିତ୍ସା କାର୍ଯ୍ୟରେ ନିୟୋଜିତ କରାଯାଇଛି । ସ୍କୁଲର ମାଲିକ ଚେନ୍ ଲିନ୍‌ଙ୍କୁ ପୁଲିସ ଧରିନେଇ ପଚରା ଉଚରା ଚଳାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking