14.1 C
Bhubaneswar
Saturday, January 11, 2025
Homeବ୍ରେକୀଙ୍ଗଜିନ୍ଦଲ ମଟର ସାଇକେଲେ ଓ ସାଇକେଲେ ଷ୍ଟାଣ୍ଡରେ ସାଇକେଲେ ଚୋରି ହେଇଥିବାରୁ ଯଖପୁରା ଥାନ ରେ...

ଜିନ୍ଦଲ ମଟର ସାଇକେଲେ ଓ ସାଇକେଲେ ଷ୍ଟାଣ୍ଡରେ ସାଇକେଲେ ଚୋରି ହେଇଥିବାରୁ ଯଖପୁରା ଥାନ ରେ ଅଭିଯୋଗ

ଯାଜପୁର : ଯାଜପୁର ଜିଲ୍ଲା ଯଖପୁରା ଥାନାରେ ଜିନ୍ଦଲ ମଟର ସାଇକେଲ ଓ ସାଇକେଲ ଷ୍ଟାଣ୍ଡର ଠିକାଦାର ହରିଶ ଚନ୍ଦ୍ର ନାୟକ ଙ୍କ ନାମରେ ଅଭିଯୋଗ ଆଣିଲେ ଶ୍ରମିକ ଖଗେଶ୍ବର ବାରିକ। ଜିନ୍ଦଲ କାରଖାନାର ସାଇକେଲ ମଟର ସାଇକେଲ ଷ୍ଟାଣ୍ଡକୁ ଲିଜ ଭାବରେ ନେଇଥିଲେ ସ୍ନେହମୟୀ ଏଣ୍ଟର ପ୍ରାଇଜେସ ର ମାଲିକ ହରିଶି ଚନ୍ଦ୍ର ନାୟକ ।ଗତ କିଛି ଦିନ ତଳେ ଜିନ୍ଦଲ କାରଖାନାର ସାଇକେଲ ଷ୍ଟାଣ୍ଡରେ ବାରମ୍ବାର ସାଇକେଲେ ଚୋରି ହୋଇଥିଲା ଓ ସେଥିପାଇଁ ଠିକାଦାର ହରିଶ ଚନ୍ଦ୍ର ନାୟକ ଡିଉଟି ରେ ଥିବା କର୍ମଚାରୀ ଙ୍କ ମାସିକ ଦରମାରୁ ଚୋରି ହେଉଥିବା ସାଇକେଲ ବାବଦକୁ ଅର୍ଥ କାଟିଦେଉଥିଲେ lଯାହା ଫଳରେ କର୍ମଚାରୀ ଙ୍କ ପରିବାର ଚଲେଇବା ଅସମ୍ଭବ ହେଉଥିଲା କିନ୍ତୁ ଗତ ଦୁଇ ଦିନ ତଳେ ସାଇକେଲ ଚୋରି କରୁଥିବା ୩ ଜଣଙ୍କୁ ଖଗେଶ୍ବର ବାରିକ କାବୁ କରି ସ୍ନେହଁମଯୀ ଏଣ୍ଟେର ପ୍ରାଇଜେସ ମାଲିକଙ୍କୁ ଜିମା ଦେଇ ଥିଲେ। ମାଲିକ ହରିଶି ଚନ୍ଦ୍ର ନାୟକ ଚୋର କୁ ପୋଲିସ ର ଜିମା ନଦେଇ ତାଙ୍କୁ ୧ ଲକ୍ଷ୍ୟ ଟଙ୍କା କ୍ଷତିପୂରଣ ବାବଦକୁ ମାଗିଥିଲେ ଓ ଶେଷରେ କିଛି ଲୋକଙ୍କ ଉପସ୍ତିତିରେ ୭୦ ହଜାର ଟଙ୍କା ନେଇ ଚୋରଙ୍କୁ ଛାଡି ଦେଇଥିଲେ l ଏହାପରେ ସାଇକେଲ ଷ୍ଟାଣ୍ଡ ର କର୍ମଚାରୀ ଖଗେଶ୍ୱର ବାରିକ ତାଙ୍କ ମାସିକ ଦରମାରୁ କାଟିଥିବା ଅର୍ଥ ଠିକାଦାର ଙ୍କୁ ଫେରସ୍ତ କରିବାକୁ ଅନୁରୋଧ କରିଥିଲେ କିନ୍ତୁ ଠିକାଦାର ହରିଶ ଚନ୍ଦ୍ର ନାୟକ ଓଲଟା ତାଙ୍କୁ ଗାଳିଗୁଲଜ କରି ଚାକିରୀ ରୁ ବାହାର କରିଦେବାର ଧମକ ଦେଇଥିଲେ ଶେଷରେ ଖଗେଶ୍ୱର ନିରାଶ ହୋଇ ଯଖପୁରା ଥାନାରେ ଠିକାଦାର ଙ୍କ ନାମରେ ଅଭିଯୋଗ କରିଥିଲେ l ଏବଂ ଷ୍ଟାଣ୍ଡ ରୁ ଯେତେ ସାଇକେଲ ଓ ମଟରସାଇକେଲ ଚୋରି ହେଉଛି ଏହାସବୁରେ ଠିକାଦାର ଙ୍କ ହାତ ଅଛି ବୋଲି ଖଗେଶ୍ୱର କହିଥିଲେ l ପୋଲିସ ଏହାକୁ ନେଇ ଏକ ମୋକଦ୍ଦମା ରଜୂ କରି ତଦନ୍ତ ଜାରି ରଖିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking