ପୁରୀ:ଝୁଲି ଝୁଲି ନାଚି ନାଚି ଟାହିଆ ହଲେଇ ରଥ ଉପରେ ବିଜେ କରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ଘଣ୍ଟଘଣ୍ଟା ଧ୍ୱନିରେ ଗଗନ ପବନ କମ୍ପାଇ ଭକ୍ତଙ୍କ ଭିଡରେ ରଥ ଉପରକୁ ଆସିଛନ୍ତି ଶ୍ରୀଜଗନ୍ନା, ପ୍ରଭୁ ବଳଭଦ୍ର ଏବଂ ମା’ ସୁଭଦ୍ରା । ତିନିଠାକୁର ଏବେ ତିନି ରଥରେ ବିରାଜମାନ ।

ଭକ୍ତ ଆବେଗର ସହ ଅପେକ୍ଷା କରିଛନ୍ତି କେତେବେଳେ ଆସିବେ ଗଜପତି ମହାରାଜନା । ଛେରା ପହରା ହେବ । ଆଉ ତା’ ପରେ ଗୁଣ୍ଡିଚା ଘର ଅଭିମୁଖେ ଗଡିବ ରଥ । ବଡ ଦାଣ୍ଡରେ ଭକ୍ତଙ୍କ ଭିଡ । ଖରା, ଗରମ ସାଙ୍ଗକୁ ଗୁଳୁଗୁଳି ଅସହ୍ୟ ହେଉଥିଲେ ହେଁ ଯେମିତି ଭକ୍ତଙ୍କର ସେଥିପ୍ରତି ଖାତିର ନାହିଁ । ବଡ ଦାଣ୍ଡରେ ଯେମିତି ଜନସମୁଦ୍ର । ହରିବୋଲ, ହୁଳହୁଳିରେ ବଡଦାଣ୍ଡ ପଡୁଛି ଉଠୁଛି । କେଉଁଠି ଓଡ଼ିଶୀ ତ କେଉଁଠି ଚାଲିଛି ଶିବତାଣ୍ଡବ ।
ସିଂହଦ୍ୱାରରେ ତିନିରଥରେ ବସି ତିନଠାକୁର ଅପେକ୍ଷା କରିଛନ୍ତି କେତେବେଳେ ରଥ ଗଡିବ । ମନ ପୂରେଇ, ଆଖି ପୂରେଇ ଦେଖିବେ ଭକ୍ତଙ୍କୁ । ପରଖିବେ କେତେ ପାଗଳ ହୋଇଛନ୍ତି ଭକ୍ତ ତାଙ୍କୁ ଦେଖିବା ପାଇଁ । ଭକ୍ତ ବି ବ୍ରହ୍ମାଣ୍ଡ ଠାକୁରଙ୍କୁ ଦେଖିବା ପାଇଁ ଯେମିତି ଉଚ୍ଛନ୍ନ । ଖରା, ଗୁଳୁଗୁଳିକୁ ଖାତିର ନ କରି ବଡଦାଣ୍ଡରେ ଅପେକ୍ଷା କରିଛନ୍ତି ସେ ମହାର୍ଘ ମୁହୂର୍ତ୍ତକୁ ମନ ପୂରେଇ ଦେଖିବା ପାଇଁ ।
Onakhabar.com is the official website of Odisha News Agency. For news related queries please email us.
Contact us: onakhabara@gmail.com
© 2021 onakhabar.com. All rights reserved.