26.1 C
Bhubaneswar
Thursday, June 5, 2025
Homeସ୍ୱାସ୍ଥ୍ୟଜାଣନ୍ତୁ କଣ ଖାଇଲେ ପୋଷଣ ଶକ୍ତି ବଢିବା ସହ ଆପଣ ସୁସ୍ଥ ରହିବେ...

ଜାଣନ୍ତୁ କଣ ଖାଇଲେ ପୋଷଣ ଶକ୍ତି ବଢିବା ସହ ଆପଣ ସୁସ୍ଥ ରହିବେ…

ଭୁବନେଶ୍ୱର : ଆଜିର ସମୟରେ ସୁସ୍ଥ ରହିବା କଥା ଭାବିଲେ ବି କୌଣସି ପଟେ ସୁସ୍ଥ ରହିବା ସମ୍ଭବ ହୋଇପାରେ ନାହିଁ । କାରଣ ଆପଣ ଯାହାବି ଗ୍ରହଣ କରୁଛନ୍ତି ତାହା ସବୁ ବିଷାକ୍ତ ହୋଇ ବଜାରରେ ମିଳୁଛି । ତେବେ ତା ବୋଲି କଣ ଆମେ ସୁସ୍ଥ ରହିବାକୁ ଚେଷ୍ଟା କରିବାନି ନା ସୁସ୍ଥ ରହିବା କଥା ଭାବିବା ଛାଡ଼ିଦେବା । ତେବେ ଆମକୁ ପୋଷକ ତତ୍ତ୍ୱ ଥିବା ଖାଦ୍ୟ ସେବନ କରିବା ଆବଶ୍ୟକ ଏହା ଦ୍ୱାରା ଶରୀରକୁ ଶକ୍ତି ମିଳିଥାଏ। ଶରୀରକୁ ଶକ୍ତି ମିଳିବା ଦ୍ୱାରା ଘରେ ହେଉ ଅଥବା କାର୍ଯ୍ୟାଳୟରେ କାର୍ଯ୍ୟ କରିବାକୁ ସକ୍ଷମ ହୋଇ ପାରନ୍ତି।
ଶରୀରକୁ ପୋଷକ ତତ୍ତ୍ୱର ଅଭାବରେ ଥକ୍କାପଣ ଓ ଦୁର୍ବଳ ଅନୁଭବ ହୋଇଥାଏ। ତେବେ ଏଭଳି କିଛି ସ୍ୱତନ୍ତ୍ର ଖାଦ୍ୟ ରହିଛି ଯାହାର ସେବନ କରିବା ଦ୍ୱାରା ଶରୀରକୁ ଅଧିକ ଲାଭ ମିଳିଥାଏ। ସେହିପରି ଏପରି କିଛି ଖାଦ୍ୟ ରହିଛି ଯାହାକୁ ବତୁରାଇ ଖାଇବା ଦ୍ୱାରା ଏଥିରେ ଥିବା ପୋଷକ ତତ୍ତ୍ୱର ଶକ୍ତି ଦ୍ୱିଗୁଣିତ ହୋଇଥାଏ।
ରାଜମା ପ୍ରୋଟିନର ଏକ ଉତ୍ତମ ସ୍ରୋତ। ଏହାକୁ ରାତିରେ ବତୁରାଇଲେ ଅନେକ ଲାଭ ମିଳିଥାଏ।
ଚଣାକୁ ମଧ୍ୟ ଗୋଟିଏ ରାତି ବତୁରାଇ ପରଦିନ ପ୍ରସ୍ତୁତ କରି ସେବନ କଲେ ଏଥିରେ ଥିବା ପୋଷକ ତତ୍ତ୍ୱର ମାତ୍ରା ବୃଦ୍ଧି ହୋଇଥାଏ।
ଓଟ୍ସକୁ ପୋଷକ ତତ୍ତ୍ୱର ଗନ୍ତାଘର ବୋଲି କୁହାଯାଏ। ଏଥିରେ ଥିବା ଆଣ୍ଟି-ଅକ୍ସିଡାଣ୍ଟ ଖୁବ୍ ଶକ୍ତିଶାଳୀ।
ନିୟମିତ ଭାବେ ୫ ରୁ ୭ଟି ବାଦାମ ବତୁରାଇ ଖାଇଲେ, ଏହା ଶରୀର ପାଇଁ ଆଶ୍ଚର୍ଯ୍ୟଜନକ ଲାଭ ଆଣିବା ସହ ହୃଦୟକୁ ସୁସ୍ଥ ରଖିଥାଏ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking