27.1 C
Bhubaneswar
Thursday, August 29, 2024
Homeଦେଶ ବିଦେଶଏହି ରାଜ୍ୟରେ ପିଲାଙ୍କ ସ୍କୁଲବ୍ୟାଗ୍‌ରେ ମୁଖ୍ୟମନ୍ତ୍ରୀଙ୍କ ଫଟୋ, କ’ଣ କହିଲେ ହାଇକୋର୍ଟ ଜାଣନ୍ତୁ....

ଏହି ରାଜ୍ୟରେ ପିଲାଙ୍କ ସ୍କୁଲବ୍ୟାଗ୍‌ରେ ମୁଖ୍ୟମନ୍ତ୍ରୀଙ୍କ ଫଟୋ, କ’ଣ କହିଲେ ହାଇକୋର୍ଟ ଜାଣନ୍ତୁ….

ଚେନ୍ନାଇ: ପିଲାଙ୍କୁ ସ୍କୁଲବ୍ୟାଗରୁ ମୁଖ୍ୟମନ୍ତ୍ରୀ କିମ୍ବା ଅନ୍ୟ ସରକାରୀ ଉଚ୍ଚପଦସ୍ତ ଅଧିକାରୀଙ୍କ ଫଟୋ ହଟାଇବାକୁ ମାଡ୍ରାସ ହାଇକୋର୍ଟ ମଙ୍ଗଳବାର ତାମିଲନାଡୁ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । କେବଳ ସ୍କୁଲବ୍ୟାଗ କାହିଁକି, ପିଲାଙ୍କୁ ସରକାରଙ୍କ ପକ୍ଷରୁ ଦିଆଯାଉଥିବା ବହିପତ୍ର, ପେନ୍ ପେନ୍‌ସିଲ, ଜ୍ୟାମିତି ବାକ୍ସରୁ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଫଟୋ ହଟାଇବାକୁ କୁହାଯାଇଛି । ସ୍କୁଲପିଲାଙ୍କ ବ୍ୟାଗ କିମ୍ବା ଅନ୍ୟ ସାମଗ୍ରୀରେ ଏଭଳି ଫଟୋ ସ୍ଥାନିତ କରିବାର କୌଣସି ଯଥାର୍ଥତା ନାହିଁ ବୋଲି ହାଇକୋର୍ଟ ମତବ୍ୟକ୍ତ କରିଛନ୍ତି । ଭବିଷ୍ୟତରେ ଏଭଳି ପ୍ରକ୍ରିୟାର ଯେପରି ପୁନରାବୃତ୍ତି ନଘଟେ, ସେଥିପ୍ରତି ଯତ୍ନବାନ ହେବାକୁ ହାଇକୋର୍ଟ ରାଜ୍ୟ ସରକାରଙ୍କୁ କଡା ଭାଷାରେ ତାଗିଦ କରିଛନ୍ତି। ପିଲାଙ୍କ ସ୍କଊବ୍ୟାଗ କିମ୍ବା ଅନ୍ୟ ପାଠପଢା ସାମଗ୍ରୀରେ ମୁଖ୍ୟମନ୍ତ୍ରୀଙ୍କ ଫଟୋ କିମ୍ବା ନାମ ଉଲ୍ଲେଖ କରାଯାଉଥିବା ପ୍ରତିବାଦରେ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାଏର କରାଯାଇଥିଲା ।

ଏହାଦ୍ୱାରା ସରକାରୀ ପାଣ୍ଠିର ଅପବ୍ୟବହାର କରାଯାଉଛି ଏବଂ କୋମଳମପତି ପିଲାଙ୍କ ଉପରେ ଏହାର କୁପ୍ରଭାବ ପଡୁଛି ବୋଲି ମଧ୍ୟ ପିଟିସନରେ ଉଲ୍ଲେଖ କରାଯାଇଥିଲା । ମୁଖ୍ୟ ବିଚାରପତି ଜଷ୍ଟିସ ସଞ୍ଜୀବ ବାନାର୍ଜୀଙ୍କ ଅଧ୍ୟକ୍ଷତାରେ ଗଠିତ ହାଇକୋର୍ଟ ଖଣ୍ଡପୀଠ ମାମଲାର ଶୁଣାଣି କରି କହିଛନ୍ତି ଯେ ସର୍ବସାଧାରଣ ସ୍ଥାନ କିମ୍ବା ସମ୍ବାଦପତ୍ରରେ ମୁଖ୍ୟମନ୍ତ୍ରୀଙ୍କ ଫଟୋ ସ୍ଥାନିତ ହେବା ଯୁକ୍ତିଯୁକ୍ତ, ତେବେ ପିଲାଙ୍କ ସ୍କୁଲବ୍ୟାଗ କିମ୍ବା ଜ୍ୟାମିତିବାକ୍ସରେ ଏହା ଶୋଭାପାଇବା ଅନୁଚିତ । ମୁଖ୍ୟମନ୍ତ୍ରୀ ଏମ.କେ.ଷ୍ଟାଲିନ ନିକଟରେ ବିଧାନସଭାରେ କହିଛନ୍ତି ଯେ ପୂର୍ବ ସରକାର ଅମଳରେ ଏଭଳି ଘଟଣା ଘଟିଯାଇଛି। ତେଣୁ ପିଲାଙ୍କ ଶିକ୍ଷାବର୍ଷ ଶେଷ ହେବାପର୍ଯ୍ୟନ୍ତ ସରକାର ଏହି ବ୍ୟାଗ କିମ୍ବା ବହିପତ୍ରକୁ ନଷ୍ଟ କରିପାରିବେ ନାହିଁ । ତେବେ ଆସନ୍ତା ଶିକ୍ଷାବର୍ଷଠାରୁ ଏଭଳି ବ୍ୟବସ୍ଥାକୁ ଉଚ୍ଛେଦ କରାଯିବ ବୋଲି ଷ୍ଟାଲିନ ଗୃହକୁ ନିର୍ଭର ପ୍ରତିଶ୍ରୁତି ଦେଇସାରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking