ନୂଆଦିଲ୍ଲୀ: ଭବିଷ୍ୟତରେ ପ୍ରତି ଲୋକଙ୍କର ନିଜର ଘର ହେବ । ପିିଏମ୍ ଆବାସ୍ ଯୋଜନା ଅଧିନରେ ଉଚିତ ହିତାଧିକାରୀଙ୍କୁ ଘର ମିଳିବ । ଏଥିପାଇଁ ନିର୍ଦ୍ଦଷ୍ଟ ଅର୍ଥ ରାଶି ମଧ୍ୟ ଘୋଷଣା କରାଯାଇଛି । ପିଏମ ଯୋଜନା ଅଧିନରେ ପ୍ରତି ପରିବାରକୁ ବାସଗୃହ ଯୋଗାଇବାକୁ ସମତଳ ଭୂମି ପାଇଁ ୧ ଲକ୍ଷ ୨୦ ହଜାର ଟଙ୍କା ଦିଆଯିବ । ପାହାଡିଆ ଅଞ୍ଚଳରେ ଘର ପାଇଁ ୧ ଲକ୍ଷ ୩୦ ହଜାର ଟଙ୍କା ପ୍ରଦାନ କରିବାକୁ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଚଳିତ ବଜେଟ ରାଶିକୁ ପୂର୍ବାପେକ୍ଷା ୬୬ ପ୍ରତିଶତ ବଢାଇଦିଆଯାଇଛି । ୨୦୨୩-୨୪ ବର୍ଷ ପାଇଁ ଏହି ଯୋଜନାରେ ୭୯,୦୦୦ କୋଟି ଟଙ୍କା ଖର୍ଚ୍ଚ କରିବାକୁ ଅଟକଳ କରାଯାଇଛି ।