31.1 C
Bhubaneswar
Sunday, October 20, 2024
Homeଓଡିଶାଶେଷରେ କଣ୍ଟିଘାଇରୁ ମିଳିଲା ଚନ୍ଦନଙ୍କର ଶବ

ଶେଷରେ କଣ୍ଟିଘାଇରୁ ମିଳିଲା ଚନ୍ଦନଙ୍କର ଶବ

ଭଦ୍ରକ: ଶେଷରେ ମିଳିଲା ଚନ୍ଦନଙ୍କ ଶବ । ନିଖୋଜ ହେବାର ୩୫ ଘଣ୍ଟା ପରେ ଭଦ୍ରକ ଜିଲ୍ଲା କଣ୍ଟିଘାଇରୁ ମିଳିଥିବା ଶବ ଚନ୍ଦନଙ୍କର ବୋଲି ପରିବାର ଲୋକେ ଚିହ୍ନଟ କରିଛନ୍ତି । ଚନ୍ଦନଙ୍କ ଭାଇ ମୃତଦେହ ତାଙ୍କ ଭାଇଙ୍କର ବୋଲି କହିବା ପରେ ସବୁ ଆଶା ଆଶଙ୍କାର ଅବସାନ ହୋଇଛି । କାନ୍ଦ ବୋବାଳିରେ ଫାଟି ପଡୁଛି ଘର । ତେବେ କୁନି ଝିଅର ଶବ ଏ ଯାଏ ମିଳିନି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ବା ଓଡ୍ରାଫ ଟିମ ପହଞ୍ଚି ନ ଥିଲେ ।

ଆଜି ସକାଳୁ ସକାଳୁ ଯାଜପୁର ଜିଲ୍ଲା ତ୍ରିଲୋଚନପୁର ବୁଢ଼ାନଦୀରୁ ଅଗ୍ନିଶମ ବାହିନୀ ମୃତଦେହ ଉଦ୍ଧାର କରିଥିଲେ । ଏହା ଚନ୍ଦନଙ୍କ ବୋଲି ପ୍ରଥମେ କୁହାଯାଉଥିଲା । ହେଲେ ପରିବାର ଲୋକେ ଏହାକୁ ଅସ୍ୱୀକାର କରିଥିଲେ । ଶବଟି ୪/୫ ଦିନ ତଳର ଏବଂ ଏଥିରୁ ଦୁର୍ଗନ୍ଧ ବାହାରୁଥିଲା । ତା ଛଡା ଚନ୍ଦନଙ୍କ ପୋଷାକ ଓ ଚେହେରା ସହ ଶବଟିର କିଛି ସାମଞ୍ଜସ୍ୟ ନ ଥିବାରୁ ପରିବାର ଲୋକେ ଶବ ନ ନେଇ ପଳାଇ ଯାଇଥିଲେ । ଏହାର କିଛ ସମୟ ପରେ ଶବ ଭାସି ଭାସି ଆସି କଣ୍ଟିଘାଇରେ ଲାଗିଥିଲା ଯାହାକୁ ସ୍ଥାନୀୟ ଲୋକେ ଉଦ୍ଧାର କରିଥିଲେ । ପରେ ଚନ୍ଦନଙ୍କ ବଡ ଭିଣୋଇ ଶବକୁ ଚିହ୍ନଟ କରିଥିଲେ ।

ସୂଚନାଥାଉ କି, ଗତ ୨୭ ତାରିଖ ଦିନ ଗତ ୨୭ ତାରିଖ ରାତି ୯ଟାରେ ନିଜ ଅଢେଇ ବର୍ଷର ଝିଅକୁ ଧରି ବୈତରଣୀ ନଦୀ ଗର୍ଭକୁ ଡେଇ ପଡିଥିଲେ ଚନ୍ଦନ ସାହୁ । ରାତି ଥିବାରୁ ସେହିଦିନ ଖୋଜାଖୋଜି କାର‌୍ୟ୍ୟ ନକରାଯାଇ ପାରି ନ ଥିଲା । ଗୁରୁବାର ଦିନ ତାମାମ ଅଗ୍ନିଶମ ବାହିନୀ ଓ ଓଡ୍ରାଫ୍ ଟିମ୍ ଉଦ୍ଧାର କାର‌୍ୟ୍ୟ ଜାରି ରଖିଥିଲେ । ବହୁ ଖୋଜାଖୋଜି ପରେ ମଧ୍ୟ ବାପ ଝିଅଙ୍କର କୌଣସି ପତ୍ତା ମିଳିପାରିନଥିଲା । ତେଣୁ ଆଜି ସକାଳେ ପୁଣି ଉଦ୍ଧାର କାର‌୍ୟ୍ୟ ଜାରି ରଖିଥିଲେ ଅଗ୍ନିଶମ ବାହିନୀ ଓ ଓଡ୍ରାଫ ଟିମ୍ । ଶେଷରେ ଯାଜପୁର ଜିଲ୍ଲା ତ୍ରିଲୋଚନପୁର ବୁଢା ନଦୀ ମଣିକ ଛନ୍ଦା ନିକଟରୁ ଏକ ଶବ ମିଳିଥିଲା ଯାହା ଚନ୍ଦନଙ୍କର ବୋଲି ଅନୁମାନ କରାଯାଉଥିଲା । କିନ୍ତୁ ପରେ ଏହା ତାଙ୍କର ନୁହେଁ ବୋଲି ପରିବାର ଲାେକେ କହିଛନ୍ତି ।

ଚନ୍ଦନ ଗତ ୪ ବର୍ଷ ତଳେ ଲକ୍ଷ୍ମୀପ୍ରିୟାଙ୍କୁ ବିବାହ କରିଥିଲେ । ସୁରତର ଏକ ସୂତା ମିଲରେ କାମ କରୁଥିଲେ ଚନ୍ଦନ । ବିବାହ ପରେ ସୁରଟରେ ରହୁଥିଲେ ଉଭୟ ସ୍ୱାମୀ-ସ୍ତ୍ରୀ । ପାରିବାରିକ ଅଶାନ୍ତି କାରଣରୁ ଏକ ମାସ ତଳେ ପତ୍ନୀ ଆତ୍ମହତ୍ୟା କରିଥିଲେ । ସେବେଠାରୁ ମାନସିକ ଚାପରେ ଥିଲେ ଚନ୍ଦନ । ଅଢେଇ ବର୍ଷର ଝିଅ ସହ ଘରକୁ ଫେରିଥିଲେ ମଧ୍ୟ ତାଙ୍କ ମନ ଭଲ ଲାଗୁନଥିବା କହିଥିଲେ । ପତ୍ନୀଙ୍କ ପାଖକୁ ପଳାଇବେ ବୋଲି ଘର ଲୋକ ଓ ସମ୍ପର୍କୀୟଙ୍କୁ କହୁଥିଲେ । ଆଉ ଶେଷରେ ଚରମ ପଦକ୍ଷେପ ନେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking