32.1 C
Bhubaneswar
Friday, June 20, 2025
Homeଓଡିଶାମାହାଙ୍ଗା, ସାଲେପୁର ଓ ନିଆଳି ନିର୍ବାଚନମଣ୍ଡଳୀ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ

ମାହାଙ୍ଗା, ସାଲେପୁର ଓ ନିଆଳି ନିର୍ବାଚନମଣ୍ଡଳୀ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ

କଟକ: ମାହାଙ୍ଗା, ସାଲେପୁର ଓ ନିଆଳି ବିଧାନସଭା ନିର୍ବାଚନ ମଣ୍ଡଳୀ ନିମନ୍ତେ ଗତ ୭ ତାରିଖରେ ନାମାଙ୍କନପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇ ୧୪ ତାରିଖରେ ଶେଷ ହେବା ସହ ୧୫ ତାରିଖରେ ପ୍ରାର୍ଥୀପତ୍ରଗୁଡ଼ିକୁ ଯାଞ୍ଚ କରାଯାଇଛି । ଆଜି ପ୍ରାର୍ôଥପତ୍ର ପ୍ରତ୍ୟାହାରର ଶେଷ ତାରିଖ ଥିଲା । ପ୍ରାର୍ôଥପତ୍ର ପ୍ରତ୍ୟାହାର ପରେ ଆଜି ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି । ଏହିସବୁ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଜୁନ୍ ୧ ତାରିଖରେ ମତଦାନ ଅନୁଷ୍ଠିତ ହୋଇ ୪ ତାରିଖରେ ଭୋଟ ଗଣତି ଅନୁଷ୍ଠିତ ହେବ ।

ତେବେ ମାହାଙ୍ଗା ବିଧାନସଭା ନିର୍ବାଚନ ମଣ୍ଡଳୀର ଚୂଡ଼ାନ୍ତ ପ୍ରାର୍ଥୀମାନେ ହେଲେ ଅଙ୍କିତ ପତାପ ଜେନା (ବିଜେଡି), ଗୋଲାମ ଜିଲାନି ଖାନ୍ (ବିଏସପି),ଦେବେନ୍ଦ୍ର କୁମାର ସାହ(କଂଗ୍ରେସ), ସାରଦା ପ୍ରସାଦ ଦାସ(ଆପ୍‌ର୍ି), ସୁମନ୍ତ କୁମାର ଘଡ଼େଇ(ବିଜେପିି), ଚିତ୍ତରଞ୍ଜନ ସାହୁ(ଓଡିଶା ଜନତା ପାର୍ଟି), ଚିତ୍ତରଞ୍ଜନ ରାଉତ (ଉତ୍କଳ ସମାଜ),ଡଃ ଦୁର୍ଗା ଚରଣ ନାୟକ(ଇଣ୍ଡିଆନ୍ ସିଟିଜେନସ୍ ପାର୍ଟି), ପ୍ରଦିପ୍ତ ମହାନ୍ତି(ସମୃଦ୍ଧ ଓଡ଼ିଶା), ଶାରଳାପୁତ୍ର ଶ୍ରୀରାମ ବିନୋଦ ଷଡ଼ଙ୍ଗୀ (ସମାଜବାଦୀ ପାର୍ଟି) ଏବଂ ସ୍ୱାଧୀନ ପ୍ରାର୍ଥୀ ଜୟନ୍ତ କୁମାର ଦାସ,ଶାରଦା ପ୍ରସାଦ ପ୍ରଧାନ ଓ ଶ୍ରୀରାମ ପାଣ୍ଡେ ।

ସାଲେପୁରନିର୍ବାଚନ ମଣ୍ଡଳୀର ଚୂଡ଼ାନ୍ତ ପ୍ରାର୍ଥୀମାନେ ହେଲେ ଅରିନ୍ଦମ ରୟ(ଽିଜେପି), ଆକିବଉଜମା ଖାନ୍‌(କଂଗ୍ରେସ),ପ୍ରଶାନ୍ତ ବେହେରା(ବିଜେଡି), ବଦ୍ରୀନାରାୟଣ ଦାଶ (ସିପିଏମ୍‌), ଯଶୋବନ୍ତ ଜେନା (ବିଏସ୍‌ପି), ଅମରେଶ ପାତ୍ର (ସମାଜବାଦୀ ପାର୍ଟି), ମଧୁସୂଦନ ସାହୁ(କୃପା ପାର୍ଟି) ଏବଂ ସ୍ୱାଧୀନ ପ୍ରାର୍ଥୀ ବିଶ୍ୱେଶ୍ୱର ସ୍ୱାଇଁ ଓଶୁଭେଷ ରଞ୍ଜନ ପରିଡ଼ା ।
ନିଆଳି ବିଧାନସଭା ନିର୍ବାଚନମଣ୍ଡଳୀର ଚୂଡ଼ାନ୍ତ ପ୍ରାର୍ଥୀମାନେ ହେଲେ ଗୀତାଞ୍ଜଳି ମଲିକ (କଂଗ୍ରେସ), ଛବି ମଲିକ (ବିଜେପି) ଡାକ୍ତର ପ୍ରମୋଦ କୁମାର ମଲ୍ଲିକ (ବିଜେଡି), ବେଦ ପ୍ରକାଶ ଦାସ(ବିଏସପି), ଅରୁପ କୁମାର ମଲିକ୍ (ସମୃଦ୍ଧ ଓଡ଼ିଶା), ଦିଲ୍ଲୀପ ଦାସ (ଜୟ ମହାଭାରତ ପାର୍ଟି) ଏବଂ ସ୍ୱାଧୀନ ପ୍ରାର୍ଥୀ ଅଭିମନ୍ୟୁ ମଲ୍ଲିକ୍‌, କୃଷ୍ଣଚନ୍ଦ୍ର ବେହେରା ଓ ତୃପ୍ତି ରଞ୍ଜନ ବେହେରା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking