32.1 C
Bhubaneswar
Friday, September 20, 2024
Homeଓଡିଶାଏଫ୍‌ଆଇଏଚ୍ ମହିଳା ପ୍ରୋ ଲିଗ୍‌; ପ୍ରଥମ ମ୍ୟାଚ୍‌ରେ ହାରିଲା ଭାରତ

ଏଫ୍‌ଆଇଏଚ୍ ମହିଳା ପ୍ରୋ ଲିଗ୍‌; ପ୍ରଥମ ମ୍ୟାଚ୍‌ରେ ହାରିଲା ଭାରତ

ଭୁବନେଶ୍ୱର: ଭାରତୀୟ ମହିଳା ହକି ଟିମ୍ ପରାଜୟରୁ ଏଫ୍‌ଆଇଏଚ୍ ପ୍ରୋ ଲିଗ୍ ୨୦୨୩-୨୪ ଆରମ୍ଭ କରିଛି । ଶନିବାର ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମ୍‌ରେ ଭାରତୀୟ ଟିମ୍ ୨-୧ରେ ଚୀନ୍ ଠାରୁ ପରାଜିତ ହୋଇଛି । ଏହା ପ୍ରୋ ଲିଗ୍‌ରେ ଚୀନ୍ ବିପକ୍ଷ ତିନିଟି ମ୍ୟାଚ୍‌ରୁ ଭାରତର ପ୍ରଥମ ପରାଜୟ । ମ୍ୟାଚ୍‌ର ୧୫ତମ ମିନିଟ୍‌ରେ ଭେଟେରାନ୍ ବନ୍ଦନା କଟାରିୟାଙ୍କ ଡାଇଭିଂ ଡିଫ୍ଲେକ୍ସନ୍ ଜରିଆରେ ଭାରତ ଅଗ୍ରଣୀ ଲାଭ କରିଥିଲା ।

ତେବେ ୪୦ତମ ମିନିଟ୍‌ରେ ୱେନ୍ ଡାନ୍‌ଙ୍କ ଏକ ଚମତ୍କାର ସ୍ଲାପ୍ ଶଟ୍ ଏବଂ ଭେଟେରାନ୍ ବିଙ୍ଗ୍‌ଫେଙ୍ଗ୍ ଗୁ’ଙ୍କ ପେନାଲ୍ଟି କର୍ଣ୍ଣର୍ ରିବାଉଣ୍ଡ୍ ଗୋଲ୍ ବଳରେ ଚୀନ୍ ବିଜୟୀ ହେବା ସହ ତିନି ପଏଣ୍ଟ୍ ହାସଲ କରିଛି । ଏହି ମ୍ୟାଚ୍‌ରେ ଭାରତୀୟ ଖେଳାଳି ସଲିମା ଟେଟେ ତାଙ୍କ ୧୦୦ ତମ ଅନ୍ତର୍ଜାତୀୟ ପଦାର୍ପଣ କରିଛନ୍ତି । ଏହି କୀର୍ତ୍ତିମାନ ପାଇଁ ସଲିମାଙ୍କୁ ହକି ଇଣ୍ଡିଆ ଅଭିନନ୍ଦନ ଜଣାଇଛି ।
ଆଜି ଅନୁଷ୍ଠିତ ଅନ୍ୟ ଏକ ମ୍ୟାଚ୍‌ରେ ନେଦରଲାଣ୍ଡ୍ ୭-୦ ଗୋଲ୍ ୟୁଏସ୍‌ଏକୁ ଶୋଚନୀୟ ଭାବେ ହରାଇ ଦେଇଛି । ନେଦରଲାଣ୍ଡ୍ ଖେଳାଳି ମ୍ୟାଚ୍ ଉପରେ ସମ୍ପୂର୍ଣ୍ଣ ନିୟନ୍ତ୍ରଣ ହାସଲ କରି ଆମେରିକା ଖେଳାଳିଙ୍କୁ କୌଣସି ସୁଯୋଗ ଦେଇନଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking