21.1 C
Bhubaneswar
Tuesday, January 7, 2025
Homeଖେଳଏଫ୍‌ଆଇଏଚ୍ ପ୍ରୋ-ଲିଗ୍‌: ଫ୍ରାନ୍ସକୁ ୫-୦ରେ ହରାଇଲା ଭାରତ

ଏଫ୍‌ଆଇଏଚ୍ ପ୍ରୋ-ଲିଗ୍‌: ଫ୍ରାନ୍ସକୁ ୫-୦ରେ ହରାଇଲା ଭାରତ

ପୋଚେଫ୍‌ଷ୍ଟ୍ରୁମ:  ଏଠାରେ ଆୟୋଜିତ ଏଫ୍‌ଆଇଏଫ୍ ପ୍ରୋ-ଲିଗ୍‌ରେ ଫ୍ରାନ୍ସକୁ ୫-୦ ଗୋଲ୍‌ରେ ହରାଇ ଭାରତ ଅଭିଯାନ ଆରମ୍ଭ କରିଛି । ମଙ୍ଗଳବାର ଖେଳାଯାଇଥିବା ପ୍ରଥମ ମ୍ୟାଚ୍‌ରେ ଭାରତ ପକ୍ଷରୁ ହରମନ୍‌ପ୍ରୀତ୍ ସିଂହ ଓ ବରୁନ୍ କୁମାର ୨୧ତମ ଓ ୨୪ତମ ମିନିଟ୍‌ରେ ପେନାଲ୍ଟି କର୍ଣ୍ଣର୍‌ରୁ ଦୁଇଟି ଗୋଲ୍ କରିଥିଲେ । ଏହାପରେ ଶମଶେର ସିଂହ ୨୮ତମ ମିନିଟ୍‌ରେ ଏକ ଫିଲ୍ଡ ଗୋଲ୍ ମାଧ୍ୟମରେ ସ୍ଥିତି ୩-୦ କରିଥିଲେ । ପରେ ମନଦୀପ୍ ସିଂହ ଓ ଆକାଶଦୀପ ସିଂହ ଅନ୍ୟ ଦୁଇଟି ଗୋଲ୍ ସ୍କୋର୍ କରିଥିଲେ । ବର୍ଷର ପ୍ରଥମ ମ୍ୟାଚ୍ ଖେଳୁଥିବା ବିଶ୍ୱର ୩ ନମ୍ବର ର‌୍ୟାଙ୍କିଙ୍ଗ୍‌ପ୍ରାପ୍ତ ଭାରତ ପ୍ରଥମ କ୍ୱାର୍ଟର୍‌ରେ ଖାପ ଖୁଆଇବା ପାଇଁ କିଛି ସମୟ ନେଇଥିଲା । ପରେ ପ୍ରତିପକ୍ଷର ସାମର୍ଥ୍ୟକୁ ମାପିବା ପରେ ପରବର୍ତ୍ତୀ ତିନିଟି କ୍ୱାର୍ଟର୍‌ରେ ଆଧିପତ୍ୟ ବିସ୍ତାର କରିଥିଲା ।

ପ୍ରଥମରୁ ନୀଳକଣ୍ଠ ଶର୍ମା ଗୋଟିଏ ସୁଯୋଗ ପାଇଥିଲେ ମଧ୍ୟ ତାଙ୍କ ଶଟ୍‌ଟି ଗୋଲ୍‌ପୋଷ୍ଟ ଉପରେ ଚାଲି ଯାଇଥିଲା । ପରେ ପ୍ରଥର କ୍ୱାର୍ଟର୍‌ରେ ଭାରତ ଲଗାତାର ଦୁଇଟି ପେନାଲ୍ଟି କର୍ଣ୍ଣର୍ ପାଇଥିଲେ ମଧ୍ୟ ଫ୍ରାନ୍ସ ଡିଫେନ୍ସ ଲାଇନ୍ ଶକ୍ତିଶାଳୀ ଭାବେ ଭାରତୀୟ ଖେଳାଳିଙ୍କ ଆଗରେ ଛିଡ଼ା ହୋଇଥିଲା । ଦ୍ୱିତୀୟ କ୍ୱାର୍ଟର୍‌ରେ ଭାରତ ଆଧିପତ୍ୟ ଆରମ୍ଭ କରିବା ଫଳରେ ତୃତୀୟ ପେନାଲ୍ଟି କର୍ଣ୍ଣର୍ ମିଳିଥିଲା । ଡ୍ରାଗ୍ ଫ୍ଲିକର୍ ହରମନ୍‌ପ୍ରୀତ୍ କୌଣସି ତ୍ରୁଟି ନକରି ପ୍ରତିପକ୍ଷ ଗୋଲ୍‌କିପର୍‌ଙ୍କ ଡାହାଣ ପଟେ ବଲ୍‌କୁ ଗୋଲ୍‌ପୋଷ୍ଟ ମଧ୍ୟକୁ ପଠାଇ ଟିମ୍‌କୁ ଅଗ୍ରଣୀ ପ୍ରଦାନ କରିଥିଲେ । ଏହାର ତିନି ମିନିଟ୍ ପରେ ଭାରତକୁ ମିଳିଥିବା ଅନ୍ୟ ଏକ ପେନାଲ୍ଟି କର୍ଣ୍ଣର୍‌କୁ ବରୁଣ କୁମାର ଗୋଲ୍‌ରେ ପରିବର୍ତ୍ତନ କରି ଅଗ୍ରଣୀକୁ ୨-୦ କରିଥିଲେ । ୨୭ତମ ମିନିଟ୍‌ରେ ଫ୍ରାନ୍ସକୁ ପ୍ରଥମ ପେନାଲ୍ଟି କର୍ଣ୍ଣର୍ ମିଳିଥିଲେ ମଧ୍ୟ ଭାରତୀୟ ଖେଳାଳିଙ୍କ ପ୍ରତିଆକ୍ରମଣ ଫଳରେ ଟିମ୍ ତୃତୀୟ ଗୋଲ୍ କରିବାରେ ସଫଳ ହୋଇଥିଲା ।

ଅଭିଷେକଙ୍କଠାରୁ ପାଇଥିବା ପାସ୍‌କୁ ଶମଶେର୍ ଗୋଲ୍‌ରେ ପରିଣତ କରିଥିଲେ । ତୃତୀୟ କ୍ୱାର୍ଟର୍‌ର ଦୁଇ ମିନିଟ୍ ମଧ୍ୟରେ ମନଦୀପ୍ ସିଂହ ଏକ ଫିଲ୍ଡ ଗୋଲ୍ ଦେଇ ଭାରତର ଅଗ୍ରଣୀକୁ ୪-୦ କରିଥିଲେ । କ୍ୟାରିୟର୍‌ର ୨୦୦ତମ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳୁଥିବା ଆକାଶଦୀବ ୪୧ତମ ମିନିଟ୍‌ରେ ରିଭର୍ସ ସୁଇପ୍ ମାଧ୍ୟମରେ ଆଉ ଏକ ଫିଲ୍ଡ ଗୋଲ୍ ଦେଇ ଭାରତକୁ ୫-୦ରେ ଅଗ୍ରଣୀ କରାଇଥିଲେ, ଯାହା ଶେଷ ପର୍ଯ୍ୟନ୍ତ ଅପରିବର୍ତ୍ତିତ ରହିଥିଲା । ୪୮ତମ ମିନିଟ୍‌ରେ ଫ୍ରାନ୍ସ ପଛକୁ ପଛ ଦୁଇଟି ପେନାଲ୍ଟି କର୍ଣ୍ଣର୍ ପାଇଥିଲେ ମଧ୍ୟ ଗୋଲ୍ କରିବାରେ ବିଫଳ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking