ମୟୁରଭଞ୍ଜ: ବେକରେ ଶାଢୀ ଲଗାଇ ପଞ୍ଚମ ଶ୍ରେଣୀ ଛାତ୍ରୀ ଆତ୍ମହତ୍ୟା କରିଛନ୍ତି । ଏଭଳି ଏକ ଅଭାବନୀୟ ଘଟଣା ମୟୁରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ପଦ୍ମନାଭପୁର ଗାଁରେ ଘଟିଛି । ସୂଚନା ଅନୁସାରେ, ପାଠପଢାକୁ ନେଇ ଛାତ୍ରୀଙ୍କୁ ତାଗିଦ କରିଥିଲେ ଘରଲୋକ । ତାଗିଦ କରିଥିବାରୁ ଛାତ୍ରୀ ବେକରେ ଶାଢୀ ଲଗାଇ ଝୁଲି ପଡିଛନ୍ତି । ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ବୈଶିଙ୍ଗା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରି ତଦନ୍ତ କରୁଛି । ଏନେଇ ପରିବାରରେ ଶୋକର ଛାୟା ଖେଳିଯାଇଛି ।