ଟୋକିଓ : ଅଲମ୍ପିକରେ ଡେବ୍ୟୁ କରିଥିବା ଭାରତୀୟ ଫେନ୍ସର ଭବାନୀ ଦେବୀ ଫେନ୍ସିଂ ପ୍ରଥମ ରାଉଣ୍ଡ ଜିତିଛନ୍ତି। ମହିଳା ସବର ଇଭେଣ୍ଟର ପ୍ରଥମ ରାଉଣ୍ଡରେ ବାଜି ମାରିଛନ୍ତି ଭବାନୀ। ଟ୍ୟୁନିସିଆର ନାଦିଆ ବେନ ଆଜିଜିଙ୍କୁ ୧୫-୩ରେ ପରାସ୍ତ କରିଛନ୍ତି ଭବାନୀ।
ଅସି ଚାଳନାରେ ଅଲମ୍ପିକରେ ଭାଗ ନେଇଥିବା ପ୍ରଥମ ମହିଳା ହେଲେ ଭବାନୀ ଦେବୀ। ୭ଟା ୪୦ରେ ପ୍ରି କ୍ବାର୍ଟର ମ୍ୟାଚ ହେବ। ଏଥିରେ ଫ୍ରାନ୍ସର ମାନୋନ ବୁଟେନଙ୍କୁ ଭେଟିବେ ଭବାନୀ। ଅଲିମ୍ପିକ୍ସରେ ଯୋଗ୍ୟତା ଅର୍ଜନ କରିଥିବା ପ୍ରଥମ ଭାରତୀୟ ହୋଇଥିବା ଚେନ୍ନାଇ ଖେଳାଳି ତାଙ୍କ ଆକ୍ରମଣାତ୍ମକ ପ୍ରଦର୍ଶନରେ ପ୍ରଥମ ତିନି ମିନିଟରେ ୮-୦ରେ ରେକର୍ଡ କରିଥିଲେ।
ଦ୍ବିତୀୟ ପର୍ଯ୍ୟାୟରେ ଭବାନୀ ଦେବୀ ଫ୍ରାନ୍ସ୍ର ବ୍ରୁନେଟ୍ ମ୍ୟାନନ୍ଙ୍କ ଠାରୁ ୭-୧୫ରେ ପରାସ୍ତ ହୋଇ ପ୍ରତିଯୋଗିତାରୁ ବିଦାୟ ନେଇଛନ୍ତି। ଭବାନୀ ହେଉଛନ୍ତି ତରବାରି ଚାଳନା କ୍ରୀଡ଼ାରେ ଭାରତର ପ୍ରତିନିଧିତ୍ବ କରିଥିବା ପ୍ରଥମ ପ୍ରତିଯୋଗିନୀ। ଏହା ମଧ୍ୟ ହେଉଛି ତାଙ୍କର ସର୍ବ ପ୍ରଥମ ତଥା ସ୍ମରଣୀୟ ଅଲିମ୍ପିକ୍ ବିଜୟ ସ୍ମାରକୀ। ‘ୱିମିନ୍ସ୍ ସେବର୍ ଇଣ୍ଡିଭିଜୁଆଲ୍ ଟେବଲ୍’ର ୬୪ଟି ମ୍ୟାଚ୍ ବିଶିଷ୍ଟ ଏହି ପ୍ରତିଯୋଗିତାରେ ୨୭ ବର୍ଷୀୟ ଭବାନୀ ଦେବୀ ଟ୍ୟୁନିଜିଆର ନାଦିଆ ବେନ୍ ଅଜିଜିଙ୍କୁ ୧୫-୩ରେ ପରାସ୍ତ କରିଛନ୍ତି। ତରବାରି ଚାଳନା କ୍ରୀଡ଼ା ଆରମ୍ଭରେ ବିଳମ୍ବ ହେବା ସତ୍ତ୍ବେ ଭବାନୀ ଦେବୀ ଧୈର୍ଯ୍ୟର ସହ ତାଙ୍କର ଏହି ସର୍ବ ପ୍ରଥମ ଅଲିମ୍ପିକ୍ସ୍ କ୍ରୀଡ଼ା ପ୍ରତିଯୋଗିତାରେ ୮-୦ରେ ଅଗ୍ରଣୀ ରହିଥିଲେ।