ୱାଶିଂଟନ୍ : ମଣିଷ ସହିତ କେତେ ବେଳେ କ’ଣ ଘଟେ, ତାହା କେହି ଜାଣିପାରନ୍ତି ନାହିଁ । ତେଣୁ ସବୁବେଳେ ସତର୍କ ରହିବା ଜରୁରୀ । ଟିକେ ଅସାବଧାନତା ବଡ ବଡ ଦୁର୍ଘଟଣାକୁ ଡାକି ଆଣେ । ଯାହା ଯୋଗୁଁ ମଣିଷର ଜୀବନ ଚାଲିଯାଇପାରେ । ଏମିତି ଅସାବଧାନତା ଯୋଗୁଁ ଜଣେ ମହିଳାଙ୍କ ଜୀବନ ଚାଲିଯାଇଛି । ଆମେରିକାର କ୍ଲୋଟୋଏରେ ଥିବା ଏକ ପାଉଁରୁଟି ଫ୍ୟାକ୍ଟ୍ରିରେ କାମ କରୁଥିବା ଜଣେ କର୍ମଚାରୀ ମଇଦା ମିଶାଇବା ମେସିନରେ ପଡି ମୃତ୍ୟୁବରଣ କରିଛନ୍ତି । ମହିଳା ଜଣକ ମେସିନ ଭିତରେ ମଇଦା ଏବଂ ଇଷ୍ଟ ସହିତ ପେଷି ହୋଇଯାଇଛନ୍ତି ।
୨୨ ବର୍ଷୀୟ ବିବିୟନା ଅରଲାନୋ ଡେଲବ୍ରୋ ନର୍ଥ କେରୋଲିନା ସ୍ଥିତ ପାଉଁରୁଟି ଫ୍ୟାକ୍ଟ୍ରିରେ କାମ କରୁଥିଲେ । ବିବିୟନା ଫ୍ୟାକ୍ଟ୍ରିରେ ମଇଦା ମିଶାଇବା ମେସିନରେ କାମ କରନ୍ତି । କିନ୍ତୁ ଘଟଣା ଦିନ ମଇଦା ମିଶାଇବା ମେସିନରେ ନିଜେ ପଡିଯାଇଥିଲେ । ଆଉ ଇଲେକ୍ଟ୍ରିରେ ଚାଲିଥିବା ମେସିନରେ ମଇଦା ସହିତ ମିଶି ପେଷି ହୋଇଯାଇଥିଲେ ।
ରିପୋର୍ଟ ମୁତାବକ, ୧୬ ଏପ୍ରିଲ ଦିନ ପ୍ରତିଦିନ ଭଳି କାମ କରିବା ପାଇଁ ଫ୍ରାକ୍ଟ୍ରିକୁ ବାହାରିଥିଲେ ବିବିୟନା । ସେ ମେସିନ ଚଲାଉଥିବା ବେଳେ ଟିକେ ସମସ୍ୟା ଦେଖାଦେଇଥିଲା । ତେଣୁ ସେ ଭିତରକୁ ଯାଇ ଦେଖିବାକୁ ଚେଷ୍ଟା କରିଥିଲେ । ସେ ଦେଖିବା ବେଳେ ହଠାତ୍ ତାଙ୍କ ସନ୍ତୁଳନ ହରାଇଲେ ଏବଂ ମେସିନ ଭିତରେ ପଡିଗଲେ। ଏହା ପରେ ମେସିନ ଭିତରେ ଥିବା ମଇଦା ଏବଂ ଇଷ୍ଟ ସହିତ ମହିଳା ଜଣକ ପେଷି ହୋଇଯାଇଥିଲେ । ଏହି ଦୁର୍ଘଟଣା ପରେ ଫ୍ୟାକ୍ଟ୍ରିକୁ ସିଲ୍ କରିଦିଆଯାଇଛି ।