31.1 C
Bhubaneswar
Sunday, May 19, 2024
Homeଦେଶ ବିଦେଶମେ ମାସରୁ ଜାତୀୟ ପ୍ରତିରକ୍ଷା ଏକାଡେମୀରେ ମହିଳା କ୍ୟାଡେଟ୍ ଆଡ଼ମିଶନ ପାଇଁ ପ୍ରସ୍ତୁତି

ମେ ମାସରୁ ଜାତୀୟ ପ୍ରତିରକ୍ଷା ଏକାଡେମୀରେ ମହିଳା କ୍ୟାଡେଟ୍ ଆଡ଼ମିଶନ ପାଇଁ ପ୍ରସ୍ତୁତି

ନୂଆଦିଲ୍ଲୀ : ଏହା ହେଉଛି ପ୍ରଥମ ବ୍ୟାଚ୍ ମହିଳା ଯେଉଁମାନେ ମେ ୨୦୨୨ରୁ ତିନୋଟି ସେବା ପାଇଁ ନ୍ୟାସନାଲ ଡିଫେନ୍ସ ଏକାଡେମୀ (ଏନଡିଏ) ପ୍ରବେଶିକା ପରୀକ୍ଷାରେସାମିଲ ହେବେ । ପ୍ରତିରକ୍ଷା ମନ୍ତ୍ରଣାଳୟ ମଙ୍ଗଳବାର ସୁପ୍ରିମକୋର୍ଟଙ୍କୁ ଏକ ଆଫିଡେଭିଟ୍ ମାଧ୍ୟମରେ କହିଛନ୍ତି ଯେ, ଆସନ୍ତା ବର୍ଷ ମେ ମାସରୁ ଜାତୀୟ ପ୍ରତିରକ୍ଷା ଏକାଡେମୀରେ ମହିଳା କ୍ୟାଡେଟ୍ ଆଡ଼ମିଶନ ପାଇଁ ପ୍ରସ୍ତୁତି ଆରମ୍ଭ ହେବ । ଦୁଇ ସପ୍ତାହ ମଧ୍ୟରେ ସରକାର ଏହାର ଯୋଜନା ଉପସ୍ଥାପନ କରିବେ । ପରବର୍ତୀ ଶୁଣାଣି ସେପ୍ଟେମ୍ବର ୨୨ରେ ହେବ ।

ସେପ୍ଟେମ୍ବର ୮ରେ ଏହି ମାମଲାର ଶୁଣାଣି ସମୟରେ କେନ୍ଦ୍ର ସରକାରଙ୍କ ନିକଟରେ ହାଜର ହୋଇଥିବା ଓକିଲ ଐଶ୍ୱର୍ଯ୍ୟା ଭାଟି କୋର୍ଟଙ୍କୁ କହିଛନ୍ତି ଯେ, ବୈଷୟିକ ଅସୁବିଧା ଏବଂ ଭିତିଭୂମିରେ ପରିବର୍ତନ ଆବଶ୍ୟକତା ହେତୁ ଚଳିତ ବର୍ଷ ଏହି ନିଷ୍ପତି କାର୍ଯ୍ୟକାରୀ କରିବା ସମ୍ଭବ ନୁହେଁ । ଚଳିତ ବର୍ଷ ସ୍ଥିତି ବଜାୟ ରଖିବା ପାଇଁ ସେ ଛାଡ଼ ମାଗିଛନ୍ତି । ଏହି ନିଷ୍ପତିକୁ ନେଇ କୋର୍ଟ ଖୁସି ବ୍ୟକ୍ତ କରିଛନ୍ତି ଏବଂ ସଶସ୍ତ୍ର ବାହିନୀ ପରି ସମ୍ମାନଜନକ ସେବାରେ ମହିଳାଙ୍କ ସମାନ ଅଧିକାର ସୁନିଶ୍ଚିତ କରିବା ଦିଗରେ ଏହା ଗୁରୁତ୍ୱପୂର୍ଣ୍ଣ ହେବ ବୋଲି କହିଛନ୍ତି । ଅଦ୍ୟାବଧି କେବଳ ବାଳକମାନେ ଏନଡ଼ିଏ ଏବଂ ନାଭାଲ ଏକାଡେମୀରେ ଆଡ଼ମିଶନ ପାଇଛନ୍ତି । କୋର୍ଟରେ ଦାଖଲ ହୋଇଥିବା ଆବେଦନରେ କୁହାଯାଇଛି ଯେ, ଏହା କରିବା ସେହି ଯୋଗ୍ୟ ଝିଅ ମାନଙ୍କର ଅଧିକାରର ଉଲ୍ଲଂଘନ, ଯେଉଁମାନେ ସେନାରେ ଯୋଗ ଦେଇ ଦେଶ ସେବା କରିବାକୁ ଚାହୁଁଛନ୍ତି । ଦୁଇ ସପ୍ତାହ ମଧ୍ୟରେ ସରକାର ଏହାର ଯୋଜନା ଉପସ୍ଥାପନ କରିବେ । ପରବର୍ତୀ ସେପ୍ଟେମ୍ବର ୨୨ରେ ହେବ । ସୂଚନା ଯେ, ଫେବୃଆରୀ ୧୭, ୨୦୨୦ରେ ସୁପ୍ରିମକୋର୍ଟ ସେନାବାହିନୀରେ କମାଣ୍ଡିଂ କରିଥିବା ମହିଳାମାନଙ୍କୁ ସ୍ଥାୟୀ ଆୟୋଗ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଜଷ୍ଟିସ୍ ଡିଏ ଚନ୍ଦ୍ରଚୁରଙ୍କ ନେତୃତ୍ୱରେ ଏକ ବେଂଚ ଏହି ରାୟ ପ୍ରଦାନ କରିବା ବେଳେ କହିଛି ଯେ, ଯୁଦ୍ଧ ବ୍ୟତୀତ ପ୍ରତ୍ୟେକ କ୍ଷେତ୍ରରେ ମହିଳାଙ୍କୁ ସ୍ଥାୟୀ କମିଶନ ଦିଆଯିବା ଉଚିତ୍ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking