31.1 C
Bhubaneswar
Sunday, May 19, 2024
Homeଦେଶ ବିଦେଶଇମ୍ରାନ ସରକାରଙ୍କ ନୂଆ ଶିକ୍ଷାନୀତି

ଇମ୍ରାନ ସରକାରଙ୍କ ନୂଆ ଶିକ୍ଷାନୀତି

ପାକିସ୍ତାନ : ପାକିସ୍ତାନ ସରକାର ଦେଶରେ ଥିବା ସମସ୍ତ ବିଦ୍ୟାଳୟରେ ସବୁଧର୍ମର ଛାତ୍ର ଛାତ୍ରୀଙ୍କ ପାଇଁ ଇସଲାମିକ ଧର୍ମଗ୍ରନ୍ଥ ପଢିବାକୁ ବାଧ୍ୟତାମୂଳକ କରିଛନ୍ତି । ଏନେଇ ଇମ୍ରାନ ସରକାର ଏକ ନୂଆ ଶିକ୍ଷାନୀତି ଘୋଷଣା କରିଛନ୍ତି । ଏହି ନୀତି ମୁତାବକ ସବୁଧର୍ମର ଛାତ୍ରଛାତ୍ରୀ ମାନଙ୍କ ପାଇଁ ସବୁ ଧର୍ମର ପିଲାମାନେ ବାଧ୍ୟତା ମୂଳକ ଭାବେ ଇସଲାମ ସହିତ ଜଡିତ କାହାଣୀ ପଢିବେ । ପୂର୍ବ ମାସରେ ଏନେଇ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କ ପାଇଁ ଏହି କରିକୁଲମ ଲାଗୁ କରିବା ବେଳେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ କହିଥିଲେ ଯେ, ଉର୍ଦ୍ଦୁ ମିଡିୟମ, ଇଂଗ୍ରଜୀ ମିଡିୟମ ଓ ମାଦ୍ରାସରେ ପଢୁଥିବା ପିଲାମାନଙ୍କର ଚିନ୍ତା ଧାରା ଭିନ୍ନ ଭିନ୍ନ । ଯାହାକି ଭବିଷ୍ୟତରେ ଦେଶ ପାଇଁ ବିପଦ ଆଣିପାରେ । ଏହାକୁ ନଜରରେ ରଖି ସବୁ ମିଡିୟମର ଛାତ୍ର ଛାତ୍ରୀଙ୍କ ଭାବନା ଗୋଟିଏ କରିବାକୁ ଏଭଳି ନୂଆ ଶିକ୍ଷା ନୀତି ଲାଗୁ କରାଯାଇଛି । ହେଲେ ଇମ୍ରାନଙ୍କର ଏଭଳି ନିଷ୍ପତ୍ତିକୁ ଦେଶର କିଛି ରାଜ୍ୟ ବିରୋଧ କରିଛନ୍ତି । ସେମାନେ ଅଭିଯୋଗ କରିଛନ୍ତି କି ସରକାର କହୁଛନ୍ତି ମାଦ୍ରାସା ସ୍କୁଲଗୁଡିକୁ ମୁଖ୍ୟ ସ୍ରୋତରେ ସାମିଲ କରିବାକୁ ଏଭଳି ନିଷ୍ପତ୍ତି ନିଆଯାଇଛି । ହେଲେ ସରକାରଙ୍କ ନିଷ୍ପତ୍ତି ମୁତାବକ ଏବେ ପ୍ରତିଟି ସ୍କୁଲକୁ ୨ ଜଣ ମାଦ୍ରାସା ଶିକ୍ଷକ ଆସି ଇସଲାମିକ ଧର୍ମ ବାବାଦରେ ଶିକ୍ଷା ଦେବେ । ଏହା ଫଳରେ ଦେଶର ସମସ୍ତ ସ୍କୁଲ ମାଦ୍ରାସାରେ ପରିଣତ ହେବ ବୋଲି କିଛି ରାଜ୍ୟ ସରକାର ଅଭିଯୋଗ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking