28.1 C
Bhubaneswar
Thursday, June 12, 2025
Homeଦେଶ ବିଦେଶହାଲିଆ ଅନୁଭବ ହେଉଛି କି ? ତେବେ କରନ୍ତୁ ଏହି ସବୁ କାମ.....

ହାଲିଆ ଅନୁଭବ ହେଉଛି କି ? ତେବେ କରନ୍ତୁ ଏହି ସବୁ କାମ…..

ନୂଆଦିଲ୍ଲୀ: ଦହି, କ୍ଷୀର ଆଦି ଖାଦ୍ୟରେ କ୍ୟାଲସିୟମ,ପ୍ରୋଟିନ୍‌‌ ସହ ଅନ୍ୟାନ୍ୟ ଆବଶ୍ୟକୀୟ ପୋଷକ ତତ୍ତ୍ୱ ଭରପୁର ହୋଇ ରହିଛି। ଏହି କାରଣରୁ ଦହି ଓ କ୍ଷୀର ସେବନ କରିବାକୁ ପରାମର୍ଶ ଦିଆଯାଇଥାଏ। ଏହାଦ୍ୱାରା ଶରୀରକୁ ଶକ୍ତି ମିଳିବା ସହ ଥକ୍କାପଣ ଦୂର ହୋଇଥାଏ। କାମ କରିବାକୁ ଶକ୍ତି ମଧ୍ୟ ମିଳିଥାଏ। ଅଧିକାଂଶ ଲୋକେ ଖାଦ୍ୟ ଖାଇବା ସମୟରେ ଦହିର ନିଶ୍ଚୟ ସେବନ କରିଥାଆନ୍ତି। ତେବେ ହୁଏତ ଆପଣ ଜାଣି ନଥିବେ ଏପରି କେତେକ ଜିନିଷ ରହିଛି, ଦହି ସହ ତାହାକୁ ଏକତ୍ରିତ ଖାଇବା ଦ୍ୱାରା ହାଲିଆ ଅନୁଭବ ହୋଇନଥାଏ। ଏହାସହ ଶରୀରକୁ ଶକ୍ତି ମଧ୍ୟ ଯୋଗାଇଥାଏ।

ଦହିକୁ ପ୍ରୋଟିନ୍‌‌, ଭିଟାମିନ୍‌‌,କ୍ୟାଲସିୟମ,ଆଇରନ,ମ୍ୟାଗ୍ନେସିୟମ,ଫସଫରସ ଓ ଫୋଲିକ୍‌‌ ଏସିଡ୍‌‌ର ଉତ୍ତମ ସ୍ରୋତ କୁହାଯାଏ। ସେଭଳି ଦହିରେ କିଛି ସ୍ୱତନ୍ତ୍ର ଜିନିଷ ମିଶାଇ ଖାଇବା ଦ୍ୱାରା ଏହାର ସ୍ୱାଦ ଦ୍ୱିଗୁଣିତ ହେବା ସହ ସ୍ୱାସ୍ଥ୍ୟ ପାଇଁ ବେଶ ଉପକାରୀ ହୋଇଥାଏ। ଜାଣନ୍ତୁ..

ହଜମ ସହ ଜଡିତ ସମସ୍ୟାକୁ ଦୂର ପାଇଁ ଦହିରେ ଜିରା ମିଶାଇ ଖାଆନ୍ତୁ। ଏହାଦ୍ୱାରା ପାଚନ ତନ୍ତ୍ର ସୁସ୍ଥ ରହିବା ସହ ଖାଦ୍ୟ ସଠିକ୍‌‌ ଭାବେ ଓ ସହଜରେ ହଜମ ହୋଇଥାଏ। ଦହି ସହ ଭଜା ହୋଇଥିବା ଜିରା ,ସାମାନ୍ୟ କଳାଲୁଣ ଖାଇବା ଦ୍ୱାରା ଭୋକ ମଧ୍ୟ ବଢିଥାଏ। ଏହାସହ ଖାଦ୍ୟ ଭଲରେ ହଜମ ହୋଇଥାଏ। ଶରୀରକୁ ଆବଶ୍ୟକୀୟ ଶକ୍ତି ମିଳିବା ସହ ଥକ୍କାପଣ ଦୂର ହୋଇଥାଏ।

ଦହିରେ ଡ୍ରାଏ ଫ୍ରୁଟ୍ସ ମିଶାଇ ଖାଇବା ଦ୍ୱାରା ଏହା ସ୍ୱାଦିଷ୍ଟ ଲାଗିବା ସହ ସ୍ୱାସ୍ଥ୍ୟ ପାଇଁ ବେଶ ଲାଭଦାୟକ ହୋଇଥାଏ। ଦହି ସହ କାଜୁ, ବାଦାମ, ଅଖରୋଟ ଆଦି ମିଶାଇ ଖାଆନ୍ତୁ। ଏହାଦ୍ୱାରା ଦହିର ସ୍ୱାଦ ଦ୍ୱିଗୁଣିତ ହେବା ସହ ସ୍ମରଣ ଶକ୍ତି ବୃଦ୍ଧି ହୋଇଥାଏ। ଦୁର୍ବଳ ଲୋକେ ଏହାର ସେବନ କରିବା ଦ୍ୱାରା ଶକ୍ତି ମିଳିବା ସହ ଓଜନ ବୃଦ୍ଧି ହୋଇଥାଏ।

ଦହି ସହ ଗୁଡର ସେବନ କରିବା ସ୍ୱାସ୍ଥ୍ୟ ପାଇଁ ବେଶ ଲାଭଦାୟକ। ଏହାଦ୍ୱାରା ଶରୀରର ରୋଗ ପ୍ରତିରୋଧକ ଶକ୍ତି ମଜଭୂତ ହୋଇଥାଏ। ଏହାସହ ଦହି ଓ ଗୁଡ ଖାଇବା ଦ୍ୱାରା ହିମୋଗ୍ଲୋବିନ୍‌‌ ବୃଦ୍ଧି ହୋଇଥାଏ। ଫଳରେ ଶରୀରରେ ରକ୍ତ ଅଭାବ ସମସ୍ୟା ଦୂର ହୋଇଥାଏ। ଏନିମିଆ ରୋଗରୁ ମଧ୍ୟ ରକ୍ଷା କରିଥାଏ। ଦହି ସହ ଗୁଡ ଖାଇବା ଦ୍ୱାରା ପେଟରେ ଗ୍ୟାଷ୍ଟ୍ରିକ, କୋଷ୍ଠକାଠିନ୍ୟ, ଏସିଡିଟି ଆଦି ସମସ୍ୟା ଦୂର ହୋଇଥାଏ।

କିସ୍‌‌ମିସ୍‌‌ରେ ପ୍ରୋଟିନ୍‌‌, ଆଇରନ, ଫାଇବର ଓ କ୍ୟାଲସିୟମ ଭରପୁର ମାତ୍ରାରେ ରହିଛି। ଦହି ସହ କିସ୍‌‌ମିସ୍‌‌ ଏକତ୍ରିତ ଖାଇବା ଦ୍ୱାରା ପେଟ ଜନିତ ସମସ୍ୟା ଦୂର କରିଥାଏ। ନିୟମିତ ସକାଳେ ଖାଲି ପେଟରେ ଦହିର ସେବନ କରିବା ଦ୍ୱାରା ଦିନଯାକ ଶରୀରକୁ ଆବଶ୍ୟକୀୟ ଶକ୍ତି ମିଳିବା ସହ ଥକ୍କାପଣ ଦୂର ହୋଇଥାଏ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking