27.1 C
Bhubaneswar
Sunday, June 22, 2025
Homeଦେଶ ବିଦେଶକିମ୍ ଜୋଙ୍ଗଙ୍କ ଭୟ! ସୈନିକମାନେ ଗୁଳି ହଜାଇ ଦେବାରୁ ସହରରେ ଲଗାଇ ଦେଲେ ଲକଡାଉନ୍‌

କିମ୍ ଜୋଙ୍ଗଙ୍କ ଭୟ! ସୈନିକମାନେ ଗୁଳି ହଜାଇ ଦେବାରୁ ସହରରେ ଲଗାଇ ଦେଲେ ଲକଡାଉନ୍‌

ସିଓଲ : ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍ ଜୋଙ୍ଗ ଉନ୍ ଜଣେ କ୍ରୁର ଶାସକ ଭାବରେ ଜଣାଯାଆନ୍ତି । ଲଗାତାର ଭାବରେ ଘାତକ ମିଶାଇଲ ପରୀକ୍ଷଣ କରି ସାରା ବିଶ୍ୱ ପାଇଁ ବିପଦ ସୃଷ୍ଟି କରିଛନ୍ତି । ତେବେ କିମ୍‌ଙ୍କୁ ନିଜ ଦେଶରେ ଏକ ଭୟ ଘାରିଛି । ସେଥିପାଇଁ ଭୟରେ ଏକ ସହରରେ ଅନିଶ୍ଚିତ କାଳ ପାଇଁ ଲକ୍‌ଡାଉନ୍ ଜାରି କରିଛନ୍ତି । ତେବେ ଏହି ଲକଡାଉନ୍ କରୋନା କାରଣରୁ ନୁହେଁ ବଂର କିଛି ଗୁଳି ଗାଏବ୍ ହେବା ଯୋଗୁଁ ଏଭଳି ନିର୍ଦେଶ ଦେଇଛନ୍ତି । କିମ୍ ଜୋଙ୍ଗଙ୍କ ନିର୍ଦ୍ଦେଶ ଅନୁସାରେ, ଯେଉଁ ପର୍ଯ୍ୟନ୍ତ ଏହି ବୁଲେଟ୍ ନମିଳେ ସେ ପର୍ଯ୍ୟନ୍ତ ହେସନ୍ ସହରରୁ ଲକଡାଉନ୍ ହଟାଯିବନି । ରିପୋର୍ଟ ଅନୁସାରେ, ଚଳିତ ମାସ ଆରମ୍ଭରୁ ସୈନିକମାନେ ଫେରିବା ବେଳେ ଜଣେ ସୈନିକଙ୍କ ପାଖରୁ ୬୫୩ ଗୁଳି ଗାଏବ୍ ହୋଇଯାଇଥିଲା । ଏହାପରେ କିମ୍ ଜୋଙ୍ଗ ଉନ୍ ବୁଲେଟ ନମିଳିବା ପର୍ଯ୍ୟନ୍ତ ପୁରା ସହରରେ ତଲାସୀ ଅଭିଯାନର ନିର୍ଦ୍ଦେଶ ଦେଇଛନ୍ତି । ଏହି ଲକଡାଉନ୍ ଦୁଇ ଲକ୍ଷ ଜନସଂଖ୍ୟା ଥିବା ହେସନ୍ ସହରରେ ଲଗାଯାଇଛି ।

ଏହି ସହରରେ ସ୍ଥାନୀୟ ନିବାସୀ ରେୟାନଗାଙ୍ଗ କହିଛନ୍ତି, ସହରରେ ସେ ପର୍ଯ୍ୟନ୍ତ ଲକଡାଉନ୍ ଜାରି ରହିବ, ଯେଉଁ ପର୍ଯ୍ୟନ୍ତ ୬୫୩ ବୁଲେଟ୍ ନମିଳିଛି । ଏହି ସବୁ ଗୁଳି ୭ ମାର୍ଚ୍ଚରେ ଗାଏବ୍ ହୋଇଯାଇଥିଲା । ଏହି ଦିନ କୋରିଆ ପିପୁଲ୍ସ ଆର୍ମିର ସପ୍ତମ ବାଟାଲିଅନ୍ ହେସନ୍ ସହର ଫେରିଥିଲା । ଏହି ବାଟାଲିଅନକୁ କରୋନା ଆରମ୍ଭ ହେବା ସମୟରେ ୨୦୨୦ ରେ ଦେଶର ସୀମାକୁ ପଠାଇ ଦେଇଥିଲା । କିନ୍ତୁ ୭ ମାର୍ଚ୍ଚରେ ବାଟାଲିଅନ୍ ହେସନ୍ ସହର ଫେରିଥିଲା । ଏହି ସମୟରେ ବୁଲେଟ୍ ଗାଏବ୍ ହେବାର ଘଟଣା ଘଟିଥିଲା । ରିପୋର୍ଟ ଅନୁସାରେ, ଆରମ୍ଭରୁ ସୈନିକମାନେ ବୁଲେଟସ୍ ଗାଏବ୍ ହେବାର ରିପୋର୍ଟ ଦେଇନଥିଲେ, ବଂର ନିଜ ସ୍ତରରେ ଖୋଜିବାକୁ ଚେଷ୍ଟା କରିଥିଲେ । କିନ୍ତୁ ବୁଲେଟ୍ ନମିଳିବାରୁ ପ୍ରଶାସନକୁ ଏନେଇ ସୂଚନା ଦେଇଥିଲେ । ମାମଲା ବଢିବାର ଦେଖି କିମ୍ ଜୋଙ୍ଗ ଉନ୍ ହେସନ୍ ସହରରେ ତୁରନ୍ତ ଲକଡାଉନ୍ ଲଗାଇବାର ନିର୍ଦେଶ ଦେଇଥିଲେ । ଲକଡାଉନ୍ରେ ପୁରା ସହରକୁ ସିଲ୍ କରିଦିଆଯାଇଛି । ସେନା ଓ ପୋଲିସ ବୁଲେଟ୍ ଖୋଜିବାର ପାଇଁ ଘରେ ଘରେ ତଲାସୀ ନେଉଛି, କିନ୍ତୁ ଏପର୍ଯ୍ୟନ୍ତ ବୁଲେଟ୍ ବିଷୟରେ କୌଣସି ସୁରାକ୍ ମିଳିପାରିନି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking