22.1 C
Bhubaneswar
Wednesday, January 29, 2025
Homeଓଡିଶାପୁଣି ଓଡ଼ିଶାକୁ ଘାରିଲା କରୋନା ଭୟ ! : ଆଜି ସ୍ୱାସ୍ଥ୍ୟ ବିଭାଗର ଗୁରୁତ୍ୱପୂର୍ଣ୍ଣ ବୈଠକ

ପୁଣି ଓଡ଼ିଶାକୁ ଘାରିଲା କରୋନା ଭୟ ! : ଆଜି ସ୍ୱାସ୍ଥ୍ୟ ବିଭାଗର ଗୁରୁତ୍ୱପୂର୍ଣ୍ଣ ବୈଠକ

ଭୁବନେଶ୍ୱର: ବିଦେଶୀଙ୍କଠାରୁ ସଂକ୍ରମଣ ଡ଼େଇଁବ କି ? ପୁଣି ଓଡ଼ିଶାକୁ କରୋନା ଭୟ ଘାରିଲା । ବିଶ୍ୱରେ ବିଭିନ୍ନ ଦେଶରେ କରୋନା ସଂକ୍ରମଣ ବଢ଼ିବା ପରେ, ରାଜ୍ୟ ପାଇଁ ଚିନ୍ତା ବଢ଼ିଛି । କାରଣ ରାଜ୍ୟରେ ବିଶ୍ୱକପ୍ ହକି ଅନୁଷ୍ଠିତ ହେବାକୁ ଯାଉଛି । ବିଶ୍ୱକପ୍ ହକି ପାଇଁ ବିଦେଶରୁ ରାଜ୍ୟକୁ ଖେଳାଳୀ ଓ ଦର୍ଶକ ଆସିବେ । ଷ୍ଟାଡିୟମ୍ରେ ହଜାର ହଜାର ଦର୍ଶକ ମଧ୍ୟ ରୁଣ୍ଡ ହେବେ । ଅନ୍ୟପଟରେ ନୂଆବର୍ଷ ଆଗମନରେ ଚାରିଅଡ଼େ ଭୋଜିଭାତଠାରୁ ଆରମ୍ଭ କରି ସାଂସ୍କୃତିକ କାର୍ଯ୍ୟକ୍ରମ ଜାରି ରହିଛି । ଏପରି ସମୟରେ କୋଭିଡ୍ ସଂକ୍ରମଣ ବଢ଼ିବାର ସମ୍ଭାବନା ରହିଛି । ରାଜ୍ୟରେ ଏୟାରପୋର୍ଟଠାରୁ ଆରମ୍ଭ କରି ଟ୍ରେନ୍ ଓ ବସ୍ ଯାତ୍ରୀଙ୍କ ଉପରେ ତୀକ୍ଷ୍ମ ନଜର ରଖିବାର ଆବଶ୍ୟକତା ବଢ଼ିଯାଇଛି । ବର୍ତ୍ତମାନଠାରୁ ରାଜ୍ୟ ସରକାର ସଜାଗ ହେଲେଣି । କରୋନା ମୁକାବିଲା ଦିଗରେ ଘନ ଘନ ବୈଠକ ବସିବା ଆରମ୍ଭ ହେଲାଣି।

ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି, ଗତକାଲି କେନ୍ଦ୍ର ସରକାରଙ୍କ ସହିତ ଭିସିରେ ମିଟିଂ ହେବ । କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ପଦକ୍ଷେପ ଗ୍ରହଣ କରାଯିବ । ଜନସାଧାରଣଙ୍କୁ ଆଉ ଗୋଟିଏ ବୁଷ୍ଟର ଡୋଜ୍ ନିଆଯିବ କି ନାହିଁ, ତାହା କେନ୍ଦ୍ର ସରକାର ନିଷ୍ପତ୍ତିି କରିବେ । ଏହାଛଡ଼ା କେନ୍ଦ୍ର ସରକାରଙ୍କ ଗାଇଡ୍ଲାଇନ୍ ଅନୁଯାୟୀ ଏୟାରପୋର୍ଟରେ ଚେକିଂ ବ୍ୟବସ୍ଥା କରାଯିବ । ଗତକାଲି ରାଜ୍ୟ ସରକାରଙ୍କ ମିଟିଂ ପରେ ବିଭିନ୍ନ ପଦକ୍ଷେପ ସମ୍ପର୍କରେ ନିଷ୍ପତ୍ତି ନିଆଯିବ । ଆଉ ଷ୍ଟାଡିୟମ ଓ ନୂଆବର୍ଷ ଉପରେ କ’ଣ ପଦକ୍ଷେପ ନିଆଯିବ, ତାହା ଉପରେ ବିଚାର ହେବ ।

ଚୀନ୍ ଭାରିଏଣ୍ଟକୁ ନେଇ ଆତଙ୍କିତ ହେବାର ନାହିଁ । ରାଜ୍ୟରେ ସେଭଳି କୌଣସି ସ୍ଥିତି ନାହିଁ । ହେଲେ ଭବିଷ୍ୟତରେ ରାଜ୍ୟରେ ବଢ଼ିବ ନାହିଁ ତାହା କହିବ ହେବନି । ତେଣୁ ଲକ୍ଡାଉନ୍ ଓ ସ୍ଟଡାଉନ୍ରୁ ବର୍ତ୍ତିବାକୁ ହେଲେ କୋଭିଡ୍ ନିୟମ ମାନିବାକୁ ପଡ଼ିବ । ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ପାଳନ କରିବାକୁ ହେବ । ଭାରତରେ ଲୋକଙ୍କର ହାର୍ଡ ଇମ୍ୟୁନିଟି ଭଲ ଅଛି । ତେଣୁ ବେଶୀ ଆତଙ୍କିତ ନ ହୋଇ ସତର୍କ ରୁହନ୍ତୁ । ହକି ବିଶ୍ୱକପ ଓ ନୂଆ ବର୍ଷ ନେଇ ଆସନ୍ତା କାଲି ବୈଠକରେ ନିଷ୍ପତ୍ତି ନିଆଯିବ ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking